୩ ପାକିସ୍ତାନୀ ଛାତ୍ରଙ୍କୁ ହତ୍ୟା, ଭାରତୀୟଙ୍କୁ ଘରୁ ନ ବାହାରିବାକୁ ଦିଆଗଲା ପରାମର୍ଶ
ବିଶେକ,୧୮।୫: ମଧ୍ୟ ଏସୀୟ ଦେଶ କିର୍ଗିସ୍ଥାନରେ ମେଡିକାଲ ପଢିବାକୁ ଯାଇଥିବା ଭାରତୀୟ ଏବଂ ପାକିସ୍ତାନୀ ଛାତ୍ରଙ୍କ ଜୀବନ ବିପଦରେ। କିର୍ଗଜସ୍ଥାନରୁ ଖବର ଆସିଛି ଯେ ସେଠାରେ ସ୍ଥାନୀୟ ଲୋକମାନେ ତିନିଜଣ ପାକିସ୍ତାନୀ ଛାତ୍ରଙ୍କୁ ପିଟି ପିଟି ମାରି ଦେଇଛନ୍ତି। ସ୍ଥାନୀୟ ଲୋକମାନେ ଅନ୍ୟ ପାକିସ୍ତାନୀ ଛାତ୍ରମାନଙ୍କୁ ମଧ୍ୟ ଟାର୍ଗେଟ କରୁଛନ୍ତି। ଯେହେତୁ ଭାରତୀୟ ଏବଂ ପାକିସ୍ତାନୀମାନେ ସମାନ ଦେଖାଯାଉଛନ୍ତି, ଏହା ଭାରତୀୟ ଛାତ୍ରମାନଙ୍କ ପାଇଁ ମଧ୍ୟ ବିପଦ ସୃଷ୍ଟି କରୁଛି। ଏଭଳି ପରିସ୍ଥିତିରେ କିର୍ଗିସ୍ଥାନରେ ରହୁଥିବା ଭାରତୀୟ […] The post ୩ ପାକିସ୍ତାନୀ ଛାତ୍ରଙ୍କୁ ହତ୍ୟା, ଭାରତୀୟଙ୍କୁ ଘରୁ ନ ବାହାରିବାକୁ ଦିଆଗଲା ପରାମର୍ଶ appeared first on Dharitri Odia News.
ବିଶେକ,୧୮।୫: ମଧ୍ୟ ଏସୀୟ ଦେଶ କିର୍ଗିସ୍ଥାନରେ ମେଡିକାଲ ପଢିବାକୁ ଯାଇଥିବା ଭାରତୀୟ ଏବଂ ପାକିସ୍ତାନୀ ଛାତ୍ରଙ୍କ ଜୀବନ ବିପଦରେ। କିର୍ଗଜସ୍ଥାନରୁ ଖବର ଆସିଛି ଯେ ସେଠାରେ ସ୍ଥାନୀୟ ଲୋକମାନେ ତିନିଜଣ ପାକିସ୍ତାନୀ ଛାତ୍ରଙ୍କୁ ପିଟି ପିଟି ମାରି ଦେଇଛନ୍ତି। ସ୍ଥାନୀୟ ଲୋକମାନେ ଅନ୍ୟ ପାକିସ୍ତାନୀ ଛାତ୍ରମାନଙ୍କୁ ମଧ୍ୟ ଟାର୍ଗେଟ କରୁଛନ୍ତି। ଯେହେତୁ ଭାରତୀୟ ଏବଂ ପାକିସ୍ତାନୀମାନେ ସମାନ ଦେଖାଯାଉଛନ୍ତି, ଏହା ଭାରତୀୟ ଛାତ୍ରମାନଙ୍କ ପାଇଁ ମଧ୍ୟ ବିପଦ ସୃଷ୍ଟି କରୁଛି। ଏଭଳି ପରିସ୍ଥିତିରେ କିର୍ଗିସ୍ଥାନରେ ରହୁଥିବା ଭାରତୀୟ ଛାତ୍ରମାନଙ୍କ ପାଇଁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ପରାମର୍ଶ ଜାରି କରି ଘର ଭିତରେ ରହିବାକୁ ପରାମର୍ଶ ଦେଇଛି।
କିର୍ଗିସ୍ଥାନରେ ପାକିସ୍ତାନୀ ଛାତ୍ରଙ୍କ ପ୍ରତି ହୋଇଥିବା ହିଂସା ହେବାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ, କିନ୍ତୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଭିଡିଓରେ ଏହା ଦର୍ଶାଯାଇଛି ଯେ କିଛି ଇଜିପ୍ଟ ଏବଂ ଆରବ ଛାତ୍ର ସ୍ଥାନୀୟ ଲୋକଙ୍କ ସହ ଝଗଡା କରିଥିଲେ ଏବଂ ଆରବ ଛାତ୍ରମାନେ ତାଙ୍କୁ ମାଡ ମାରିଥିଲେ ସ୍ଥାନୀୟ ଲୋକଙ୍କୁ ଏଥିପାଇଁ ପାକିସ୍ତାନୀ ଛାତ୍ରଙ୍କୁ ଦାୟୀ କରାଯାଇଥିବା କୁହାଯାଉଛି ଏବଂ ସ୍ଥାନୀୟ ଲୋକ ପାକିସ୍ତାନୀ ଛାତ୍ରଙ୍କ ଉପରେ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକଙ୍କ ଆକ୍ରମଣରେ ତିନିଜଣ ପାକିସ୍ତାନୀ ଛାତ୍ରଙ୍କୁ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କରାଯାଇଥିଲା। ଅନ୍ୟ ଅନେକ ଛାତ୍ରଙ୍କୁ ମଧ୍ୟ ଟାର୍ଗେଟ କରାଯାଇଛି। ସ୍ଥାନୀୟ ଲୋକମାନେ ଛାତ୍ର ହଷ୍ଟେଲ ଉପରେ ଆକ୍ରମଣ କରି ସେଠାରେ ପାଇଥିବା ଛାତ୍ରମାନଙ୍କୁ ମାଡ଼ ମାରିଥିଲେ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଯେଉଁଠାରେ ଆକ୍ରମଣ ହୋଇଥିଲା ସେହି ହଷ୍ଟେଲରେ ଅନେକ ଭାରତୀୟ ଏବଂ ବାଂଲାଦେଶୀ ଛାତ୍ର ମଧ୍ୟ ରୁହନ୍ତି। ଏଭଳି ପରିସ୍ଥିତିରେ ଏହି ଛାତ୍ରମାନଙ୍କ ପାଇଁ ମଧ୍ୟ ବିପଦ ରହିଛି।
The post ୩ ପାକିସ୍ତାନୀ ଛାତ୍ରଙ୍କୁ ହତ୍ୟା, ଭାରତୀୟଙ୍କୁ ଘରୁ ନ ବାହାରିବାକୁ ଦିଆଗଲା ପରାମର୍ଶ appeared first on Dharitri Odia News.