୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅଞ୍ଚଳର ବହୁଚର୍ଚ୍ଚିତ ୩ ବର୍ଷ ବୟସର ଶିଶୁ କନ୍ୟାକୁ ଦୁଷ୍କର୍ମ ମାମଲାରେ ଫାଷ୍ଟ୍ରାକ୍ ପୋକ୍ସୋ କୋର୍ଟର ବିଚାରପତି ତ୍ରିବିକ୍ରମ କେଶରୀ ଚିନ୍ନରା ମାମଲାର ଶୁଣାଣି କରି ସମସ୍ତ ସାକ୍ଷ୍ୟପ୍ରମାଣ ଆଧାରରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦୋଷୀକୁ ୧୦ ବର୍ଷ ଜେଲ୍ ଦଣ୍ଡ ଓ ଜୋରିମାନା ଦାଖଲ ନକଲେ ଅତିରିକ୍ତ ୧ ବର୍ଷ ଜେଲ୍ ଭୋଗିବାକୁ ପଡିବ ବୋଲି ରାୟରେ ପ୍ରକାଶ କରିଛନ୍ତି । ଏଥିସହ ପୀଡିତାଙ୍କୁ […]

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅଞ୍ଚଳର ବହୁଚର୍ଚ୍ଚିତ ୩ ବର୍ଷ ବୟସର ଶିଶୁ କନ୍ୟାକୁ ଦୁଷ୍କର୍ମ ମାମଲାରେ ଫାଷ୍ଟ୍ରାକ୍ ପୋକ୍ସୋ କୋର୍ଟର ବିଚାରପତି ତ୍ରିବିକ୍ରମ କେଶରୀ ଚିନ୍ନରା ମାମଲାର ଶୁଣାଣି କରି ସମସ୍ତ ସାକ୍ଷ୍ୟପ୍ରମାଣ ଆଧାରରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦୋଷୀକୁ ୧୦ ବର୍ଷ ଜେଲ୍ ଦଣ୍ଡ ଓ ଜୋରିମାନା ଦାଖଲ ନକଲେ ଅତିରିକ୍ତ ୧ ବର୍ଷ ଜେଲ୍ ଭୋଗିବାକୁ ପଡିବ ବୋଲି ରାୟରେ ପ୍ରକାଶ କରିଛନ୍ତି । ଏଥିସହ ପୀଡିତାଙ୍କୁ ଅନୁକମ୍ପାମୁଳକ ସହାୟତା ରାଶି ବାବଦକୁ ୫ ଲକ୍ଷ ଟଙ୍କା ପ୍ରଦାନ ପାଇଁ ଆଇନ୍ ସେବା ପ୍ରାଧିକରଣକୁ କୋର୍ଟ ଆଦେଶ ପ୍ରଦାନ କରିଛନ୍ତି ।
ଘଟଣାରୁ ପ୍ରକାଶ ଯେ ୨୦୧୭ ମସିହା ନଭେମ୍ବର ୧୩ ତାରିଖରେ ଜଣେ ୩ବର୍ଷର ଶିଶୁ ତାର ନିଜ ଘର ପାଖରେ ଖେଳୁଥିବା ସମୟରେ ରାଜକନିକା ଥାନା ଅନ୍ତର୍ଗତ କୋଠସାହି ଗ୍ରାମର ରମେଶ ମଲ୍ଲିକଙ୍କ ପୁଅ ରାଜୁ ଓରଫ୍ ରାଜେଶ ମଲ୍ଲିକ(୩୦) ତାକୁ ଚକୋଲେଟ୍ ଦେବ ବୋଲି ପ୍ରଲୋଭିତ କରି ଘର ପଛପଟକୁ ନେଇଯାଇ ଦୁଷ୍କର୍ମ କରିଥିଲା । ଏହି ସମୟରେ ପୀଡିତା କାନ୍ଦିବାରୁ ତାଙ୍କ ମା’ କାନ୍ଦ ଶୁଣି ଘଟଣା ସ୍ଥଳରେ ପହଞ୍ଚିଥିଲେ । ଏହା ଦେଖି ତାର ମା ଆସି ଉଦ୍ଧାର କରିଥିଲେ । ଅଭିଯୁକ୍ତ ରାଜୁ ତାଙ୍କୁ ଗାଳି ଦେବା ସହ ଏ ବାବଦରେ କାହା ଆଗରେ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ପୀଡିତାଙ୍କ ମା’ ପିଡିତାକୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ରାଜକନିକା ଡାକ୍ତରଖାନାକୁ ନେଇଯାଇଥିଲେ। ସେହିଦିନ ରାଜକନିକା ଥାନାରେ ଏତଲା ଦେଇଥିଲେ ।
ପୁଲିସ ଅଭିଯୋଗ ଆଧାରରେ ରାଜକନିକା ପୁଲିସ ତଦନ୍ତ କରି ଅଭିଯୁକ୍ତକୁ ୨୦୧୭ ମସିହା ନଭେମ୍ବର ୩୦ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା ଓ ୨୦୧୮ ମାର୍ଚ୍ଚ ମାସ ୮ ତାରିଖରେ ଚୂଡାନ୍ତ ରିପୋର୍ଟ ଦାଖଲ କରିଥିଲା । କୋର୍ଟରେ ଚୁଡାନ୍ତ ରିପୋର୍ଟ ଦାଖଲ ହେବା ପରେ ଶୁଣାଣି ତ୍ୱରାନ୍ୱିତ ହୋଇଥିଲା । କୋର୍ଟ ୧୭ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ରାଜୁକୁ ଦୋଷୀ ସାବ୍ୟସ୍ତ କରି ଫାଷ୍ଟ୍ରାକ୍ ପୋକ୍ସୋ କୋର୍ଟର ବିଚାରପତ ୧୦ ବର୍ଷ ଜେଲ୍ ଦଣ୍ଡ ଓ ଜୋରିମାନା ଦାଖଲ ନକଲେ ଅତିରିକ୍ତ ବର୍ଷେ ଜେଲ୍ ଭୋଗିବାକୁ ପଡିବ ବୋଲି ରାୟରେ ସ୍ପଷ୍ଟ କରିଛନ୍ତି । ଏବେ ସେ ଜେଲ୍ରେ ବିଚାରଧୀନ ବନ୍ଦୀ ଭାବେ ଅଛି । ଏହି ମାମଲାରେ ସରକାରାଙ୍କ ତରଫରୁ ସ୍ୱତନ୍ତ୍ର ପିପି ମନୋଜ ସାହୁ ମାମଲା ପରିଚାଳନା କରୁଥିଲେ ।