୩ ମାସ ତଳେ ନିର୍ମାଣ ହୋଇଥିବା କଲଭର୍ଟ ଭୁଶୁଡ଼ିଲା

ଚଣ୍ଡିଖୋଲ,୧୩ା୫(ପ୍ରଦୀପ୍ତ କୁମାର ପୃଷ୍ଟି): ବଡ଼ଚଣା ବ୍ଲକ ଅନ୍ତର୍ଗତ ସମିଆ ପଞ୍ଚାୟତର କୋହ୍ଲା ଗ୍ରାମ ନିକଟରେ ୩ ମାସ ତଳେ ନିର୍ମାଣ ହୋଇଥିବା କଲଭର୍ଟ ଶନିବାର ଭୁଶୁଡ଼ିପଡିଛି। ଏହି ରାସ୍ତା ଦେଇ ଏକ ଚିପ୍ସ ବୋଝେଇ ହାଇଓ୍ବା ଅତିକ୍ରମ କରୁଥିବାବେଳେ କଲଭର୍ଟଟି ଭାଙ୍ଗି ଦୁଇ ଫାଳ ହୋଇଯାଇଛି। ଏହା ପଞ୍ଚାୟିତରାଜ ବିଭାଗ ଦ୍ୱାରା ନିର୍ମାଣ କରାଯାଇ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। କିପରି ବିଭାଗୀୟ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଓ ସହକାରୀ ଯନ୍ତ୍ରୀ ଏହାର ନିର୍ମାଣ କରିଥିଲେ […] The post ୩ ମାସ ତଳେ ନିର୍ମାଣ ହୋଇଥିବା କଲଭର୍ଟ ଭୁଶୁଡ଼ିଲା appeared first on Dharitri Odia News.

୩ ମାସ ତଳେ ନିର୍ମାଣ ହୋଇଥିବା କଲଭର୍ଟ ଭୁଶୁଡ଼ିଲା

ଚଣ୍ଡିଖୋଲ,୧୩ା୫(ପ୍ରଦୀପ୍ତ କୁମାର ପୃଷ୍ଟି): ବଡ଼ଚଣା ବ୍ଲକ ଅନ୍ତର୍ଗତ ସମିଆ ପଞ୍ଚାୟତର କୋହ୍ଲା ଗ୍ରାମ ନିକଟରେ ୩ ମାସ ତଳେ ନିର୍ମାଣ ହୋଇଥିବା କଲଭର୍ଟ ଶନିବାର ଭୁଶୁଡ଼ିପଡିଛି। ଏହି ରାସ୍ତା ଦେଇ ଏକ ଚିପ୍ସ ବୋଝେଇ ହାଇଓ୍ବା ଅତିକ୍ରମ କରୁଥିବାବେଳେ କଲଭର୍ଟଟି ଭାଙ୍ଗି ଦୁଇ ଫାଳ ହୋଇଯାଇଛି। ଏହା ପଞ୍ଚାୟିତରାଜ ବିଭାଗ ଦ୍ୱାରା ନିର୍ମାଣ କରାଯାଇ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। କିପରି ବିଭାଗୀୟ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଓ ସହକାରୀ ଯନ୍ତ୍ରୀ ଏହାର ନିର୍ମାଣ କରିଥିଲେ ତାକୁ ନେଇ ପ୍ରଶ୍ନଉଠିଛି। ଏହି କାର୍ଯ୍ୟଟି ବିଭାଗୀୟ ଯନ୍ତ୍ରୀଙ୍କ ନାମରେ ରହିଥିଲା ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ମାତ୍ର ସେଠାରେ ଫଳକ ଲାଗି ନ ଥିବାରୁ ଏହା କେଉଁ ବିଭାଗର କାର୍ଯ୍ୟ ତାହା ଜଣା ପଡ଼ିନାହିଁ। ରବିବାର ଏହି ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ବିଭାଗୀୟ ଅଧିକାରୀମାନଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ସେମାନେ ଫୋନ ଉଠାଇ ନ ଥିଲେ। ଘଟଣାର ଅଧିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

The post ୩ ମାସ ତଳେ ନିର୍ମାଣ ହୋଇଥିବା କଲଭର୍ଟ ଭୁଶୁଡ଼ିଲା appeared first on Dharitri Odia News.