୩ ରାଜ୍ୟର ୭ ଜିଲ୍ଲାକୁ ମୋଦୀ ସରକାରଙ୍କ ବଡ଼ ଉପହାର, ୬୪୦୦ କୋଟିର ରେଲଓ୍ଵେ ପ୍ରୋଜେକ୍ଟକୁ ମିଳିଲା ମଞ୍ଜୁରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ମଙ୍ଗଳବାର ରେଳ ମନ୍ତ୍ରଣାଳୟର ଦୁଇଟି ମହତ୍ବପୂର୍ଣ୍ଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପରେ ସମୁଦାୟ ୬,୪୦୫ କୋଟି ଟଙ୍କା ଖର୍ଚ୍ଚ ହେବ। ଝାଡ଼ଖଣ୍ଡ, କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶର ସାତ ଜିଲ୍ଲାକୁ ସାମିଲ କରି ଭାରତୀୟ ରେଲଓ୍ଵେର ଦୁଇଟି ମଲଟିଟ୍ରାକିଂ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି। ଏହାଦ୍ବାରା କେବଳ ରେଲଓ୍ବେର ପରିଚାଳନା ଦକ୍ଷତାରେ ସୁଧାର ହେବ ବରଂ ଯାତ୍ରୀ ଏବଂ ମାଲ୍ ପରିବହନ କ୍ଷମତା ମଧ୍ୟ ବଢ଼ିବ।ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ଯେ କୋଡରମାରୁ ବରକାକାନା ମଧ୍ୟରେ ୧୩୩ କିଲୋମିଟର ଡବଲ ଲେନକୁ ମଞ୍ଜୁରୀ ମିଳିଛି, ଯାହାର ମୂଲ୍ୟ ୩୦୬୩ କୋଟି ଟଙ୍କା ହେବ। ଏହା ପାଟନା ଏବଂ ରାଞ୍ଚି ମଧ୍ୟରେ ଦୂରତାକୁ ହ୍ରାସ କରିବ। ଏହା କୋଡରମା, ଛତ୍ର, ହଜାରୀବାଗ ଏବଂ ରାମଗଡ଼ ଜିଲ୍ଲାକୁ ମଧ୍ୟ ସଂଯୋଗ କରିବ। Also read: ସୋନମ ରାଜ୍କୁ କହିଥିଲା ପ୍ଲାନ ଫେଲ୍ ହେଲେ, ପଛରେ ଥିବି ପାହାଡ ଉପରୁ ଠେଲିଦେବିଝାଡ଼ଖଣ୍ଡରେ ଭାରତୀୟ ରେଳବାଇର କୋଡରମା-ବରକାକାନା ମଲ୍ଟିଟ୍ରାକିଂ ପ୍ରକଳ୍ପ ବିଷୟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, "ବିଶେଷଜ୍ଞଙ୍କ ଗଣନା ଅନୁଯାୟୀ, ଏହି ପ୍ରକଳ୍ପରୁ କାର୍ବନ ଡାଇଅକ୍ସାଇଡର ପରିମାଣ ସାତ କୋଟି ଗଛ ଲଗାଇବା ସହିତ ସମାନ ହେବ। ଏହା ଦେଶରେ ବାର୍ଷିକ ୩୨ କୋଟି ଲିଟର ଡିଜେଲ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ମଙ୍ଗଳବାର ରେଳ ମନ୍ତ୍ରଣାଳୟର ଦୁଇଟି ମହତ୍ବପୂର୍ଣ୍ଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପରେ ସମୁଦାୟ ୬,୪୦୫ କୋଟି ଟଙ୍କା ଖର୍ଚ୍ଚ ହେବ। ଝାଡ଼ଖଣ୍ଡ, କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶର ସାତ ଜିଲ୍ଲାକୁ ସାମିଲ କରି ଭାରତୀୟ ରେଲଓ୍ଵେର ଦୁଇଟି ମଲଟିଟ୍ରାକିଂ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି। ଏହାଦ୍ବାରା କେବଳ ରେଲଓ୍ବେର ପରିଚାଳନା ଦକ୍ଷତାରେ ସୁଧାର ହେବ ବରଂ ଯାତ୍ରୀ ଏବଂ ମାଲ୍ ପରିବହନ କ୍ଷମତା ମଧ୍ୟ ବଢ଼ିବ।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ଯେ କୋଡରମାରୁ ବରକାକାନା ମଧ୍ୟରେ ୧୩୩ କିଲୋମିଟର ଡବଲ ଲେନକୁ ମଞ୍ଜୁରୀ ମିଳିଛି, ଯାହାର ମୂଲ୍ୟ ୩୦୬୩ କୋଟି ଟଙ୍କା ହେବ। ଏହା ପାଟନା ଏବଂ ରାଞ୍ଚି ମଧ୍ୟରେ ଦୂରତାକୁ ହ୍ରାସ କରିବ। ଏହା କୋଡରମା, ଛତ୍ର, ହଜାରୀବାଗ ଏବଂ ରାମଗଡ଼ ଜିଲ୍ଲାକୁ ମଧ୍ୟ ସଂଯୋଗ କରିବ।
Also read: ସୋନମ ରାଜ୍କୁ କହିଥିଲା ପ୍ଲାନ ଫେଲ୍ ହେଲେ, ପଛରେ ଥିବି ପାହାଡ ଉପରୁ ଠେଲିଦେବି
ଝାଡ଼ଖଣ୍ଡରେ ଭାରତୀୟ ରେଳବାଇର କୋଡରମା-ବରକାକାନା ମଲ୍ଟିଟ୍ରାକିଂ ପ୍ରକଳ୍ପ ବିଷୟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, "ବିଶେଷଜ୍ଞଙ୍କ ଗଣନା ଅନୁଯାୟୀ, ଏହି ପ୍ରକଳ୍ପରୁ କାର୍ବନ ଡାଇଅକ୍ସାଇଡର ପରିମାଣ ସାତ କୋଟି ଗଛ ଲଗାଇବା ସହିତ ସମାନ ହେବ। ଏହା ଦେଶରେ ବାର୍ଷିକ ୩୨ କୋଟି ଲିଟର ଡିଜେଲ ମଧ୍ୟ ସଞ୍ଚୟ କରିବ। ଏହା ୯୩୮ ଗ୍ରାମ ଏବଂ ୧୫ ଲକ୍ଷ ଜନସଂଖ୍ୟାକୁ ଲାଭ ଦେବ। ଏହା ୩୦.୪ ନିୟୁତ ଟନ୍ ଅତିରିକ୍ତ ସାମଗ୍ରୀ ବହନ କରିପାରିବ, ଯାହା ସଡ଼କ ପଥରେ ସାମଗ୍ରୀ ପଠାଇବାରେ ପରିବେଶ ଦୃଷ୍ଟିକୋଣରୁ ମଧ୍ୟ ଭଲ ଲାଭଦାୟୀ ହେବ।
କେନ୍ଦ୍ର ସରକାର କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶରେ ଭାରତୀୟ ରେଳବାଇର ବଲ୍ଲାରୀ-ଚିକଜାଜୁର ମଲ୍ଟିଟ୍ରାକିଂ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହା ଦୁଇ ଲେନ୍ ହେବ, ଯାହା ମାଙ୍ଗାଲୋର ବନ୍ଦର ସହିତ ଯୋଗାଯୋଗକୁ ଆହୁରି ଉନ୍ନତ କରିବ। ଏ ସମ୍ପର୍କରେ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କହିଛନ୍ତି, "ଏହି ପ୍ରକଳ୍ପରେ ୧୮୫ କିଲୋମିଟର ରେଳ ଲାଇନକୁ ଦୁଇ ଗୁଣ କରାଯିବ, ଯାହାର ମୂଲ୍ୟ ୩,୩୪୨ କୋଟି ଟଙ୍କା ହେବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଐତିହାସିକ ତୃତୀୟ କାର୍ଯ୍ୟକାଳରେ ପରିବହନ ଏବଂ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବା ପାଇଁ ଅନେକ ପ୍ରକଳ୍ପ ଆରମ୍ଭ କରାଯାଇଛି।