୩ଟି ଚୋରି ଘଟଣାରେ ୨ଭାଇ ଗିରଫ
ଦିଗପହଣ୍ଡି,୨୮|୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ପାଟପୁର ପୋଲିସ ୩ ଟି ଚୋରି ଘଟଣାରେ ଦୁଇ ଭାଇ ଙ୍କ ୫ ଅଭିଯୁକ୍ତଙ୍କୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ମାନେ ହେଲେ ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜୟପୁର କଲୋନୀ ର ଦୁଇ ଭାଇ ଆର.ଭଗବାନ ଓ ଆର.ଭାସ୍କର। ଅନ୍ୟ ଅଭିଯୁକ୍ତ ମାନେ ହେଲେ ଆର.କାଳିଆ, ଆର.ବିକ୍ରାନ୍ତ ଏବଂ ଆର. ଅଜୁ। ସେମାନଙ୍କ ନିକଟରୁ ସୁନା ଚେନ୍,କାନଫୁଲ,ରୂପା ଅଳଙ୍କାର, ପିତ୍ତଳ ରୁଖା,ଥାଳି ପ୍ରଭୃତି ଜବତ […] The post ୩ଟି ଚୋରି ଘଟଣାରେ ୨ଭାଇ ଗିରଫ appeared first on Dharitri Odia News.
ଦିଗପହଣ୍ଡି,୨୮|୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ପାଟପୁର ପୋଲିସ ୩ ଟି ଚୋରି ଘଟଣାରେ ଦୁଇ ଭାଇ ଙ୍କ ୫ ଅଭିଯୁକ୍ତଙ୍କୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ମାନେ ହେଲେ ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜୟପୁର କଲୋନୀ ର ଦୁଇ ଭାଇ ଆର.ଭଗବାନ ଓ ଆର.ଭାସ୍କର। ଅନ୍ୟ ଅଭିଯୁକ୍ତ ମାନେ ହେଲେ ଆର.କାଳିଆ, ଆର.ବିକ୍ରାନ୍ତ ଏବଂ ଆର. ଅଜୁ। ସେମାନଙ୍କ ନିକଟରୁ ସୁନା ଚେନ୍,କାନଫୁଲ,ରୂପା ଅଳଙ୍କାର, ପିତ୍ତଳ ରୁଖା,ଥାଳି ପ୍ରଭୃତି ଜବତ କରାଯାଇଛି। ଥାନା ମାମଲା ନଂ.୫୦/୨୫,୫୧/୨୫ ଏବଂ ୫୨/୨୫ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଥିବା ତଦନ୍ତକାରୀ ଅଧିକାରୀ ଏଏସଆଇ ସୁଧୀର କୁମାର ନାୟକ ଜଣାଇଛନ୍ତି। ଗତ ୨୦ ତାରିଖ ରୁ ୨୪ ତାରିଖ ମଧ୍ୟରେ ଏସ.ରଘୁନାଥପୁର ଏବଂ ବଡିଆଓସ୍ତା ଗ୍ରାମରେ ସିରିଜ ଚୋରି ହୋଇଥିଲା।ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଙ୍କ ନେତୃତ୍ୱରେ ସ୍ଵତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇ ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଚଢାଉ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ଚୋରି ସାମଗ୍ରୀ ଜବତ କରାଯାଇଥିବା ଜଣାପଡ଼ିଛି।
The post ୩ଟି ଚୋରି ଘଟଣାରେ ୨ଭାଇ ଗିରଫ appeared first on Dharitri Odia News.