୩ବର୍ଷ ଧରି ଚାଲିଥିଲା ନକଲି ଟୋଲ ଗେଟ୍
ନୂଆଦିଲ୍ଲୀ : ଟଙ୍କା ରୋଜଗାର କରିବାକୁ କେତେକ ବ୍ୟକ୍ତି କଠିନ ପରିଶ୍ରମ କରୁଥିବା ବେଳେ ଆଉ କେତେକ ବ୍ୟକ୍ତି ଅନ୍ୟକୁ ଠକିବା, ଦୁର୍ନୀତି ଆଦି କରିଥାନ୍ତି। ରୁଷର ପାୟଟିଗ୍ୟାସ୍କ ନାମକ ଏକ ସହରରେ ଜଣେ ବ୍ୟକ୍ତି ୩ ବର୍ଷ ଧରି ଏକ ନକଲି ଟୋଲ ଗେଟ୍ ଖୋଲି ଲକ୍ଷାଧିକ ଟଙ୍କା ରୋଜଗାର କରିଥିବା ଜଣାପଡ଼ିଛି। ଏହି ସହରରେ ଏକ ନଦୀବନ୍ଧ ରହିଛି। ନଦୀବନ୍ଧ ଆରପଟେ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଏକ ସ୍ଥାନ ରହିଛି। ଏହି ସ୍ଥାନକୁ ବର୍ଷର ଅଧିକାଂଶ […]

ନୂଆଦିଲ୍ଲୀ : ଟଙ୍କା ରୋଜଗାର କରିବାକୁ କେତେକ ବ୍ୟକ୍ତି କଠିନ ପରିଶ୍ରମ କରୁଥିବା ବେଳେ ଆଉ କେତେକ ବ୍ୟକ୍ତି ଅନ୍ୟକୁ ଠକିବା, ଦୁର୍ନୀତି ଆଦି କରିଥାନ୍ତି। ରୁଷର ପାୟଟିଗ୍ୟାସ୍କ ନାମକ ଏକ ସହରରେ ଜଣେ ବ୍ୟକ୍ତି ୩ ବର୍ଷ ଧରି ଏକ ନକଲି ଟୋଲ ଗେଟ୍ ଖୋଲି ଲକ୍ଷାଧିକ ଟଙ୍କା ରୋଜଗାର କରିଥିବା ଜଣାପଡ଼ିଛି। ଏହି ସହରରେ ଏକ ନଦୀବନ୍ଧ ରହିଛି। ନଦୀବନ୍ଧ ଆରପଟେ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଏକ ସ୍ଥାନ ରହିଛି। ଏହି ସ୍ଥାନକୁ ବର୍ଷର ଅଧିକାଂଶ ସମୟରେ ପର୍ୟ୍ୟଟକମାନେ ଗାଡ଼ିରେ ଆସିଥାନ୍ତି। ସେହି ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ନଦୀବନ୍ଧର ପ୍ରବେଶ ସ୍ଥାନରେ ଏକ ଟୋଲ ଗେଟ୍ ଖୋଲିବା ସହ କର୍ମଚାରୀ ନିଯୁକ୍ତ କରିଥିଲେ। ସେହି ରାସ୍ତା ଦେଇ ଯିବାଆସିବା କରୁଥିବା ଗାଡ଼ିରୁ ସେ ଶୁଳ୍କ ଆଦାୟ କରୁଥିଲେ। ୩ ବର୍ଷରୁ ଅଧିକ ସମୟ ଧରି ଏହି ନକଲି ଟୋଲ ଗେଟ୍ କାର୍ଯ୍ୟକ୍ଷମ ରହିଥିଲା। ଏହି ଖବର ପ୍ରଶାସନ ନିକଟରେ ପହଞ୍ଚିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ଟୋଲ ଗେଟ୍ଟି ନକଲି ହୋଇଥିବା ଜଣାପଡ଼ିବା ପରେ ସଂପୃକ୍ତ ବ୍ୟକ୍ତିକୁ ଗିରଫ କରାଯାଇଥିବା ଜଣାପଡ଼ିଛି।