୩ବର୍ଷର ଶିଶୁଙ୍କୁ କଚାଡ଼ି ହତ୍ୟା: ପାରିବାରିକ କଳହର କରୁଣ ପରିଣତି
କେନ୍ଦୁଝର,୨୮ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଝୁମ୍ପୁରା ଥାନା ଅନ୍ତର୍ଗତ ନହବେଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାରିବାରିକ କଳହକୁ ନେଇ ଜଣେ ୩ ବର୍ଷର ଶିଶୁଙ୍କୁ କଚାଡ଼ି ହତ୍ୟା କରାଯାଇଛି। ପୋଲିସ ମଙ୍ଗଳବାର ସକାଳେ ମୃତଦେହ ଥାନା ଅଧୀନ ଖେଣ୍ଡରା ଗ୍ରାମ ନିକଟସ୍ଥ କେନାଲ ନିକଟରୁ ଜବତ କରିଛି। ମୃତକ ହେଲେ ଚନ୍ଦନ ମୁଣ୍ଡାଙ୍କ ପୁଅ ଲକି ମୁଣ୍ଡା (୩)। ଘଟଣାରେ ଅଭିଯୁକ୍ତ ଶ୍ରୀତମ ମୁଣ୍ଡା (୨୦)ଙ୍କୁୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ଝୁମ୍ପୁରା […] The post ୩ବର୍ଷର ଶିଶୁଙ୍କୁ କଚାଡ଼ି ହତ୍ୟା: ପାରିବାରିକ କଳହର କରୁଣ ପରିଣତି appeared first on Dharitri Odia News.
କେନ୍ଦୁଝର,୨୮ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଝୁମ୍ପୁରା ଥାନା ଅନ୍ତର୍ଗତ ନହବେଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାରିବାରିକ କଳହକୁ ନେଇ ଜଣେ ୩ ବର୍ଷର ଶିଶୁଙ୍କୁ କଚାଡ଼ି ହତ୍ୟା କରାଯାଇଛି। ପୋଲିସ ମଙ୍ଗଳବାର ସକାଳେ ମୃତଦେହ ଥାନା ଅଧୀନ ଖେଣ୍ଡରା ଗ୍ରାମ ନିକଟସ୍ଥ କେନାଲ ନିକଟରୁ ଜବତ କରିଛି।
ମୃତକ ହେଲେ ଚନ୍ଦନ ମୁଣ୍ଡାଙ୍କ ପୁଅ ଲକି ମୁଣ୍ଡା (୩)। ଘଟଣାରେ ଅଭିଯୁକ୍ତ ଶ୍ରୀତମ ମୁଣ୍ଡା (୨୦)ଙ୍କୁୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ଝୁମ୍ପୁରା ଥାନା ଅଧିକାରୀ ସମ୍ବାରି ହଁାସଦା କହିଛନ୍ତି।
ସୂଚନା ଅନୁଯାୟୀ, ଲକି ଗତ ୨୬ ତାରିଖରୁ ନିଖୋଜ ଥିଲେ। ଘରକୁ ନ ଫେରିବାରୁ ଏହାକୁ ନେଇ ପରିବାର ଲୋକେ ପ୍ରଥମେ ନିଖୋଜ ଓ ପରେ ଲକିକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ।
ଲକି ଘର ନିକଟରେ ଖେଳୁଥିବା ସମୟରେ ଶ୍ରୀତମ୍ ବୁଲାଇ ନେବାକୁ କହି ନେଇଯାଇଥିଲେ। ପୋଲିସ ଶ୍ରୀତମ୍ ମୁଣ୍ଡାକୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲା। ମଙ୍ଗଳବାର ମୃତଦେହ କେନାଲ ନିକଟରୁ ଜବତ ହୋଇଥିଲା। ଘଟଣାସ୍ଥଳରେ ଚମ୍ପୁଆ ଏସ୍ଡିପିଓ ଓ ଝୁମ୍ପୁରା ତହସିଲଦାର ପହଞ୍ଚତ୍ ତଦନ୍ତ କରିଥିଲେ। ତଦନ୍ତ ପରେ ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି।
ମାଘ ପରବ ସମୟରେ ୨ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା। ଏଣୁ ଏହାକୁ ନେଇ ଆକ୍ରୋଶମୂଳକ ଭାବେ ପ୍ରତିଶୋଧ ପରାୟଣ ହୋଇ ଶ୍ରୀତମ୍ ଶିଶୁଙ୍କୁ କେନାଲ ନିକଟରେ କଚାଡି ଓ ତଣ୍ଟିଚିପି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୋଲିସ ସୂଚନା ଦେଇଛି।
The post ୩ବର୍ଷର ଶିଶୁଙ୍କୁ କଚାଡ଼ି ହତ୍ୟା: ପାରିବାରିକ କଳହର କରୁଣ ପରିଣତି appeared first on Dharitri Odia News.