୩ଶହ ସ୍କୁଲରେ ପାଠପଢ଼ା ବନ୍ଦ: ଜିଲାଭିତ୍ତିକ ନିଯୁକ୍ତିକୁ ସମର୍ଥନ କରି ପିଲାଙ୍କୁ ସ୍କୁଲ ପଠାଇଲେନି ଅଭିଭାବକ

ନବରଙ୍ଗପୁର, ୧୮/୧୦(ସଦାଶିବ ପ୍ରହରାଜ): ଜିଲାଭିତ୍ତିକ ନିଯୁକ୍ତିକୁ ସମର୍ଥନ କରି ପିଲାଙ୍କୁ ସ୍କୁଲ ଯିବାକୁ ବାରଣ କଲେ ଅଭିଭାବକ। ପ୍ରଥମେ ଅବିଭକ୍ତ କୋରାପୁଟ ଜିଲାକୁ ବନ୍ଦ ଡାକରା ଦେଇ ପ୍ରତିବାଦ, ପରେ ନୂତନ ଭାବେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କୁ ସ୍କୁଲରେ ଯୋଗଦେବାକୁ ବିରୋଧ ଓ ବର୍ତ୍ତମାନ ସ୍କୁଲକୁ ଅଭିଭାବକମାନେ ନିଜ ପିଲାଙ୍କୁ ଛାଡ଼ୁନାହାନ୍ତି। ଏହାକୁ ଦେଖିଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ଉଗ୍ର ରୂପ ନେବାକୁ ଯାଉଥିବା ଅଞ୍ଚଳବାସୀ କହିଛନ୍ତି। ଜିଲାର ୩ଶହ ସ୍କୁଲକୁ ପିଲାମାନଙ୍କୁ ଅଭିଭାବକ ପଠାଇନାହାନ୍ତି। […] The post ୩ଶହ ସ୍କୁଲରେ ପାଠପଢ଼ା ବନ୍ଦ: ଜିଲାଭିତ୍ତିକ ନିଯୁକ୍ତିକୁ ସମର୍ଥନ କରି ପିଲାଙ୍କୁ ସ୍କୁଲ ପଠାଇଲେନି ଅଭିଭାବକ appeared first on Dharitri Odia News.

୩ଶହ ସ୍କୁଲରେ ପାଠପଢ଼ା ବନ୍ଦ: ଜିଲାଭିତ୍ତିକ ନିଯୁକ୍ତିକୁ ସମର୍ଥନ କରି ପିଲାଙ୍କୁ ସ୍କୁଲ ପଠାଇଲେନି ଅଭିଭାବକ

ନବରଙ୍ଗପୁର, ୧୮/୧୦(ସଦାଶିବ ପ୍ରହରାଜ): ଜିଲାଭିତ୍ତିକ ନିଯୁକ୍ତିକୁ ସମର୍ଥନ କରି ପିଲାଙ୍କୁ ସ୍କୁଲ ଯିବାକୁ ବାରଣ କଲେ ଅଭିଭାବକ। ପ୍ରଥମେ ଅବିଭକ୍ତ କୋରାପୁଟ ଜିଲାକୁ ବନ୍ଦ ଡାକରା ଦେଇ ପ୍ରତିବାଦ, ପରେ ନୂତନ ଭାବେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କୁ ସ୍କୁଲରେ ଯୋଗଦେବାକୁ ବିରୋଧ ଓ ବର୍ତ୍ତମାନ ସ୍କୁଲକୁ ଅଭିଭାବକମାନେ ନିଜ ପିଲାଙ୍କୁ ଛାଡ଼ୁନାହାନ୍ତି। ଏହାକୁ ଦେଖିଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ଉଗ୍ର ରୂପ ନେବାକୁ ଯାଉଥିବା ଅଞ୍ଚଳବାସୀ କହିଛନ୍ତି। ଜିଲାର ୩ଶହ ସ୍କୁଲକୁ ପିଲାମାନଙ୍କୁ ଅଭିଭାବକ ପଠାଇନାହାନ୍ତି। ଜିଲାଭିତିକ ନିଯୁକ୍ତି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସ୍କୁଲକୁ ପିଲାଙ୍କୁ ଛାଡ଼ିବୁ ନାହିଁ ବୋଲି ଏକ ଦାବିପତ୍ର ଜିଲାପାଳଙ୍କ ଉଦ୍ଦେଶ୍ୟରେ ସ୍କୁଲ ପ୍ରଧାନଶିକ୍ଷକମାନଙ୍କୁ ପ୍ରଦାନ କରାଯାଇଛି। ବିଭିନ୍ନ ଡିଗ୍ରୀ ହାସଲ କରି ହଜାର ହଜାର ଯୁବଗୋଷ୍ଠୀ ଘରେ ବସିଛନ୍ତି। ରାଜ୍ୟସ୍ତରୀୟ ଚୟନ ପକ୍ରିୟା ଯୋଗୁ ଉପକୂଳ ଅଞ୍ଚଳର ଶିକ୍ଷିତ ଯୁବତୀଯୁବକ ନିଯୁକ୍ତି ସୁଯୋଗ ପାଉନାହାନ୍ତି। ଫଳରେ ଏହି ଅଞ୍ଚଳ ସବୁ ଦିନ ପାଇଁ ପଛୁଆ ହେଇ ରହିଯିବ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି।
ଉମରକୋଟ ବ୍ଲକ ସିରିଲିଗୁଡ଼ା ସ୍କୁଲକୁ ଠିକ୍‌ ସମୟରେ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ଆସିଥିଲେ। କିନ୍ତୁ କୌଣସି ଛାତ୍ରୀଛାତ୍ର ସ୍କୁଲକୁ ଆସି ନ ଥିଲେ। ଏ ନେଇ ବିଇଓଙ୍କୁ ଜଣାଇବା ସହ ସ୍କୁଲରେ ପିଲାଙ୍କୁ ଅପେକ୍ଷା କରିବୁ ବୋଲି ପ୍ରଧାନଶିକ୍ଷକ ଦିବ୍ୟରଞ୍ଜନ ସୁନାନୀ କହିଛନ୍ତି।
ପୂଜା ଛୁଟି ପରେ ସ୍କୁଲ ଖୋଲିବାର ପ୍ରଥମ ଦିନରେ ଝରିଗାଁ ବ୍ଲକର ୩୫ ସ୍କୁଲକୁ ପିଲାମାନେ ଯାଇନ ଥିବା ସୂଚନା ମିଳିଛି। ସକାଳ ୧୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲଗୁଡ଼ିକର ଶ୍ରେଣୀ ଗୃହ ଖୋଲା ରହିଥିଲା। ଅଫିସ୍‌ ରୁମ୍‌କୁ ଗ୍ରାମବାସୀ ତାଲା ପକାଇ ରଖିଥିଲେ। ନୂତନ ଶିକ୍ଷୟତ୍ରୀ ଶିକ୍ଷକମାନେ କାର୍ଯ୍ୟରେ ଯୋଗଦେଇନ ପାରି ୪ଟା ପରେ ଫେରିଯାଇଥିଲେ। ସରକାର ନିଯୁକ୍ତି ଦେବା ସତ୍ତ୍ୱେ କାର୍ଯ୍ୟରେ ଯୋଗ ଦେଇ ପାରୁନାହୁଁ। ପ୍ରଶାସନ ପକ୍ଷରୁ କୌଣସି ସହଯୋଗ ମିଳୁନି। ଆମ ପ୍ରତି ଅନ୍ୟାୟ ହେଉଛି ବୋଲି କାର୍ଯ୍ୟରେ ଯୋଗ ଦେଇପାରୁନଥିବା ଶିକ୍ଷୟିତ୍ରୀ ଶିକ୍ଷକମାନେ କ୍ଷୋଭର ସହ କହିଛନ୍ତି।
ଡାବୁଗାଁ ବ୍ଲକ୍‌ର ବିଭିନ୍ନ ଗାଁରେ ପିଲାମାନଙ୍କୁ ଅଭିଭାବକ ବିଦ୍ୟାଳୟକୁ ପଠାଇନାହାନ୍ତି। ବ୍ଲକ୍‌ର ୧୦୬ ସ୍କୁଲରୁ ୮୦ଟି ବିଦ୍ୟାଳୟକୁ ପିଲାମାନେ ଆସି ନ ଥିଲେ। ୨୬ ସ୍କୁଲ ସ୍ବାଭାବିକଭାବେ ଚାଲିଥିଲା। ଦଶହରା ଛୁଟି ପରେ ଶୁକ୍ରବାର ସ୍କୁଲ ଖୋଲିଥିଲା। ଅଭିଭାବକ ପିଲାମାନଙ୍କୁ ସ୍କୁଲକୁ ନ ଛାଡ଼ିବା ସହ ବିଦ୍ୟାଳୟ ସମ୍ମୁଖରେ ପ୍ଲାକାର୍ଡ ଧରି ଆନ୍ଦୋଳନ କରିଥିଲେ। ସ୍କୁଲରେ କେବଳ ଶିକ୍ଷକମାନେ ରହିଥିବା ବିଇଓଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । ସୂଚନାନୁଯାୟୀ, ପୂର୍ବରୁ ରାଜ୍ୟ ସରକାରଙ୍କ ରାଜ୍ୟସ୍ତରୀୟ ଚୟନ ପ୍ରକ୍ରିୟାକୁ ବିରୋଧକରି ସେପ୍ଟେମ୍ବର ୪ରେ ୧୨ ଘଣ୍ଟିଆ ଅବିଭକ୍ତ କୋରାପୁଟ ଜିଲା ବନ୍ଦ କରାଯାଇଥିଲା। ଏହାପରେ ବିଭନ୍ନ ସମୟରେ ଧାରଣା ଓ ଆନ୍ଦୋଳନ କରାଯାଇଛି।
ପାପଡ଼ାହାଣ୍ଡି ବ୍ଲକରେ ଶୁକ୍ରବାର ୨୩ ବିଦ୍ୟାଳୟକୁ ଅଭିଭାବକମାନେ ପିଲାମାନଙ୍କୁ ଛାଡ଼ି ନ ଥିଲେ। ବିଦ୍ୟାଳୟରେ ଶିକ୍ଷୟତ୍ରୀ ଶିକ୍ଷକ ଉପସ୍ଥିତ ରହିଥିବା ବେଳେ ଛାତ୍ରୀଛାତ୍ର ଅନୁପସ୍ଥିତ ଥିଲେ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ପିଲାଙ୍କୁ ଛାଡିବେ ନାହିଁ ବୋଲି ଅଭିଭାବକ କହିଛନ୍ତି।

The post ୩ଶହ ସ୍କୁଲରେ ପାଠପଢ଼ା ବନ୍ଦ: ଜିଲାଭିତ୍ତିକ ନିଯୁକ୍ତିକୁ ସମର୍ଥନ କରି ପିଲାଙ୍କୁ ସ୍କୁଲ ପଠାଇଲେନି ଅଭିଭାବକ appeared first on Dharitri Odia News.