୩ୟ ଟି-୨୦ରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ୧୪ ମାସ ପରେ ଫେରିଲେ ମହମ୍ମଦ ଶାମି

ରାଜକୋଟ୍: ରାଜକୋଟ୍‌ର ନିରଞ୍ଜନ ଶାହ ଷ୍ଟାଡିୟମରେ ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଟି-୨୦ ସିରିଜ୍‌ର ତୃତୀୟ ମ୍ୟାଚ୍ ଖେଳା ଯାଉଛି। ମ୍ୟାଚ୍‌ରେ ଟସ୍ ଜିତି ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ ହୋଇଛି। ଆଉ ସବୁଠୁ ବଡ଼ ଖବର ଭାରତୀୟଦ ଳର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି ତାରକା ବୋଲର ମହମ୍ମଦ ଶାମି। ଏହି ବୋଲର ଦୀର୍ଘ ୧୪ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାକୁ ଯାଉଛନ୍ତି। ଅନ୍ୟପଟେ ଅର୍ଶଦୀପ ସିଂଙ୍କୁ ମ୍ୟାଚ୍‌ରେ ବିଶ୍ରାମ ଦିଆଯାଇଛି।ସିରିଜ୍‌ରେ ଭାରତ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ୨-୦ରେ ଆଗୁଆ ରହିଛି। ଏହି ମ୍ୟାଚ୍ ଇଂଲଣ୍ଡ ପାଇଁ କର ବା ମର ସ୍ଥିତି ସୃଷ୍ଟି କରିଛି। ଏହି ମ୍ୟାଚ୍ ହାରିଲେ ଇଂଲଣ୍ଡ ସିରିଜ୍ ହାରିବା ସହ ଭାରତ ସିରିଜ୍ କବଜା କରିବ। ତେଣୁ ଆଜିର ମ୍ୟାଚ୍ ଇଂରେଜ ଦଳ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ ରହିଛି। ତେବେ ସଭିଙ୍କ ନଜର ମହମ୍ମଦ ଶାମିଙ୍କ ପ୍ରଦର୍ଶନ ଉପରେ ରହିବ। ୨୦୨୩ ଦିନିକିଆ ବିଶ୍ଵକପ୍‌ରେ ଆହତ ହୋଇ ଦୀର୍ଘ ୧୪ ମାସ ଭାରତୀୟ କ୍ରିକେଟ୍ ଦଳରୁ ଦୂରରେ ଥିଲେ ଶାମି। ନିକଟରେ ସେ ରଣଜୀ ମ୍ୟାଚ୍ ଖେଳି ପେଶାଦାର କ୍ରିକେଟ୍‌କୁ ଫେରିଥିଲେ। ସିରିଜକୁ ଫେରିବା ପାଇଁ ଇଂଲଣ୍ଡ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ । ହେଲେ ଭାରତୀୟ  ଦଳର ସ୍ପିନ୍‌ ବାହିନୀ ଇଂଲଣ୍ଡ ଖେଳାଳିଙ୍କ ନିଦ ହ

୩ୟ ଟି-୨୦ରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ୧୪ ମାସ ପରେ ଫେରିଲେ ମହମ୍ମଦ ଶାମି

ରାଜକୋଟ୍: ରାଜକୋଟ୍‌ର ନିରଞ୍ଜନ ଶାହ ଷ୍ଟାଡିୟମରେ ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଟି-୨୦ ସିରିଜ୍‌ର ତୃତୀୟ ମ୍ୟାଚ୍ ଖେଳା ଯାଉଛି। ମ୍ୟାଚ୍‌ରେ ଟସ୍ ଜିତି ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ ହୋଇଛି। ଆଉ ସବୁଠୁ ବଡ଼ ଖବର ଭାରତୀୟଦ ଳର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି ତାରକା ବୋଲର ମହମ୍ମଦ ଶାମି। ଏହି ବୋଲର ଦୀର୍ଘ ୧୪ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାକୁ ଯାଉଛନ୍ତି। ଅନ୍ୟପଟେ ଅର୍ଶଦୀପ ସିଂଙ୍କୁ ମ୍ୟାଚ୍‌ରେ ବିଶ୍ରାମ ଦିଆଯାଇଛି।

ସିରିଜ୍‌ରେ ଭାରତ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ୨-୦ରେ ଆଗୁଆ ରହିଛି। ଏହି ମ୍ୟାଚ୍ ଇଂଲଣ୍ଡ ପାଇଁ କର ବା ମର ସ୍ଥିତି ସୃଷ୍ଟି କରିଛି। ଏହି ମ୍ୟାଚ୍ ହାରିଲେ ଇଂଲଣ୍ଡ ସିରିଜ୍ ହାରିବା ସହ ଭାରତ ସିରିଜ୍ କବଜା କରିବ। ତେଣୁ ଆଜିର ମ୍ୟାଚ୍ ଇଂରେଜ ଦଳ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ ରହିଛି। ତେବେ ସଭିଙ୍କ ନଜର ମହମ୍ମଦ ଶାମିଙ୍କ ପ୍ରଦର୍ଶନ ଉପରେ ରହିବ। ୨୦୨୩ ଦିନିକିଆ ବିଶ୍ଵକପ୍‌ରେ ଆହତ ହୋଇ ଦୀର୍ଘ ୧୪ ମାସ ଭାରତୀୟ କ୍ରିକେଟ୍ ଦଳରୁ ଦୂରରେ ଥିଲେ ଶାମି। ନିକଟରେ ସେ ରଣଜୀ ମ୍ୟାଚ୍ ଖେଳି ପେଶାଦାର କ୍ରିକେଟ୍‌କୁ ଫେରିଥିଲେ। 

ସିରିଜକୁ ଫେରିବା ପାଇଁ ଇଂଲଣ୍ଡ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ । ହେଲେ ଭାରତୀୟ  ଦଳର ସ୍ପିନ୍‌ ବାହିନୀ ଇଂଲଣ୍ଡ ଖେଳାଳିଙ୍କ ନିଦ ହଜାଇ ଦେଇଛନ୍ତି । କେବଳ ଜୋସ୍ ବଟଲରଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟର ଭାରତୀୟ ସ୍ପିନରଙ୍କ ମୁକାବିଲା କରିପାରୁ ନାହାନ୍ତି । ବିଶେଷ  କରି ବରୁଣ ଚକ୍ରବର୍ତ୍ତୀଙ୍କ କୌଶଳକୁ ପଢିବାରେ ଦଳ ସମ୍ପୂର୍ଣ୍ଣ ଭାବେ ଫେଲ୍ ମାରିଛି । ରାଜକୋଟ୍ ପିଚ୍‌ ପାରମ୍ପରିକ ଭାବେ ସ୍ପିନରଙ୍କୁ ସହାୟତା କରୁଥିବାରୁ ଇଂଲଣ୍ଡ ଦଳର ଚିନ୍ତା ବଢି ଯାଇଛି । ତଥାପି ବରୁଣଙ୍କୁ ମୁକାବିଲା କରିବା ପାଇଁ ଇଂଲଣ୍ଡ ବ୍ୟାଟରମାନେ ମ୍ୟାଚ୍ ପାଇଁ କିଛି ନୂଆ ରଣନୀତି ପ୍ରସ୍ତୁତ କରିବେ । 

ଦକ୍ଷତା, ପ୍ରଦର୍ଶନ ଓ ରେକର୍ଡକୁ ଦେଖିଲେ  ଭାରତର ପଲା ଭାରି ରହିବ । ରାଜକୋଟ୍‌ରେ ଭାରତ  ୫ଟି ଟି-ଟ୍ୱେଣ୍ଟି ଖେଳିଛି ଓ ଏଥିରୁ ୪ଟି ମ୍ୟାଚ୍‌ରେ   ବିଜୟ ହାସଲ କରିଛି । ଶେଷ ଥର ପାଇଁ ଭାରତ ୨୦୧୩ରେ ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ଟି-ଟ୍ୱେଣ୍ଟି ଖେଳିଥିଲା ଓ ୬ ୱିକେଟ୍‌ରେ ବିଜୟ   ହାସଲ କରିଥିଲା । 

ମଙ୍ଗଳବାର ମ୍ୟାଚ୍‌ରେ ତିଳକ ବର୍ମାଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଚେନ୍ନାଇରେ ଅନୁଷ୍ଠିତ ମ୍ୟାଚ୍‌ରେ  ସେ ଅପରାଜିତ ୭୨ ରନ୍‌ର ଇନିଂସ ଖେଳି ଦଳକୁ  ବିଜୟୀ କରାଇଥିଲେ । ଏହି ପ୍ରଦର୍ଶନ ପାଇଁ ସେ  ପ୍ଲେୟାର ଅଫ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ ।  ସେ ଖେଳିଥିବା ଶେଷ ୪ଟି ମ୍ୟାଚ୍‌ରେ ୩୧୮  ରନ୍‌ ସଂଗ୍ରହ କରିଛନ୍ତି ଓ ଥରେ ହେଲେ ଆଉଟ୍‌ ହୋଇନାହାନ୍ତି । 

ଏପଟେ ପୂର୍ବ ୨ ମ୍ୟାଚ୍‌ ଭଳି  ମଙ୍ଗଳବାର ମଧ୍ୟ ଟସ୍‌ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରେ । ରାଜକୋଟ୍‌ ପିଚ୍‌ ପାରମ୍ପରିକ ଭାବେ ବ୍ୟାଟିଂ ପାଇଁ ଅନୁକୂଳ । ବ୍ୟାଟିଂ ଅନୁକୂଳ ପିଚ୍‌ ଓ  ଦ୍ରୁତ ଆଉଟ୍‌ ଫିଲ୍ଡରେ ବିଶାଳ ସ୍କୋର ସଂଗୃହୀତ  ହେବା ନିଶ୍ଚିତ । ମାତ୍ର ରାତ୍ରିରେ କାକର ପଡ଼ୁଥିବାରୁ    ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ । 

ଭାରତୀୟ ଏକାଦଶ

ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ତିଳକ ବର୍ମା, ଧ୍ରୁବ ଜୁରେଲ, ହାର୍ଦ୍ଦିକ ପାଣ୍ଡ୍ୟା,  ଓ୍ଵାଶିଂଟନ ସୁନ୍ଦର, ଅକ୍ଷର ପଟେଲ୍, ମହମ୍ମଦ ଶାମି, ରବି ବିଷ୍ଣୋଇ ବରୁଣ ଚକ୍ରବର୍ତ୍ତୀ। 

ଇଂଲଣ୍ଡ ଏକାଦଶ

ବେନ ଡକେଟ୍, ଫିଲ୍ ସଲ୍ଟ(ଓ୍ଵିକେଟ୍ କିପର), ଜୋସ ବଟଲର(ଅଧିନାୟକ), ହ୍ୟାରି ବ୍ରୁକ, ଲିୟାମ ଲିଭିଙ୍ଗଷ୍ଟୋନ, ଜେମି ସ୍ମି୍‌ଥ, ଜେମି ଓଭରଟନ, ବ୍ରାୟଡନ କର୍ସ, ଯୋଫ୍ରା ଆର୍ଚର, ଆଦିଲ ରଶିଦ, ମାର୍କ ଉଡ।