୩୦୦ ଫୁଟ ଧସିଲା ଏସିଆର ସର୍ବବୃହତ ସାଇଫନ କେନାଲ ବନ୍ଧ, ଆତଙ୍କିତ ସ୍ଥାନୀୟ ବାସିନ୍ଦା

ସାଲେପୁର ୯।୭: କଟକ ଜିଲ୍ଲାର ସାଲେପୁର ବ୍ଲକ ତରିତୋ ପଞ୍ଚାୟତରେ ଅବସ୍ଥିତ ଏସିଆର ସର୍ବବୃହତ ସାଇଫନର କେନାଲ ବନ୍ଧ ପ୍ରାୟ ୩୦୦ ଫୁଟ ଧସିବାରୁ ଆତଙ୍କିତ ଅବସ୍ଥାରେ ଦ୍ୱିପାଞ୍ଚଳ ବାସିନ୍ଦା । ଆଗକୁ ବର୍ଷା ଦିନ ଆସୁଥିବାରୁ ତାହାକୁ ଲକ୍ଷ୍ୟ କରି ସାଲେପୁର ବ୍ଲକ ଅଞ୍ଚଳରେ ଥିବା ସମସ୍ତ ନଦୀ ବନ୍ଧର ଦୁର୍ବଳ ସ୍ଥାନକୁ ମରାମତି କାର୍ଯ୍ୟ ଜଳସେଚନ ବିଭାଗ ପକ୍ଷରୁ କରାଯାଇ ନଥିବା ଦେଖ‌ିବାକୁ ମିଳିଛି । ଯାହା ଫଳରେ ସାଲେପୁର ବ୍ଲକ୍ ତରିତୋ ପଞ୍ଚାୟତ ମୂର୍କୁଣ୍ଡି ଠାରେ ଚିତ୍ରୋତ୍ପଳା ନଦୀରେ ଏସିଆର ସର୍ବବୃହତ ସାଇଫନ ମୁଣ୍ଡରେ ପ୍ରାୟ ୩୦୦ ଫୁଟର କେନାଲ ବନ୍ଧ ଧସିଛି । ଏହା ଅତ୍ୟନ୍ତ ବିପଜ୍ଜନକ ଅବସ୍ଥାରେ ରହିଛି । ଏହା ମଧ୍ୟ ଦେଇ ବର୍ଷାଜଳ ପ୍ରବେଶ କରିବାରୁ ଆଗକୁ ଘାଇ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏ ସଂକ୍ରାନ୍ତରେ ସ୍ଥାନୀୟ ଲୋକେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ସୁଦ୍ଧା କେହି କର୍ଣ୍ଣପାତ କରୁନଥିବା ଲୋକେ ଅଭିଯୋଗ କରିଛନ୍ତି। ଆଗକୁ ପ୍ରବଳ ବର୍ଷା ପାଣି ଓ ନ‌ଦୀରେ ବନ୍ୟା ଜଳ ପ୍ରବାହିତ ହେଲେ ଏହି ସ୍ଥାନରେ ଘାଇ ସୃଷ୍ଟି ହୋଇ ଦ୍ଵିପାଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।You Can Read:ତାପଙ୍ଗ ଖଣି ପୋଖରୀରେ ବୁଡ଼ି ଯୁବକ ନିଖୋଜ, ଚାଲିଛି ରେସକ୍ୟୁ ଅପରସେନ୍

୩୦୦ ଫୁଟ ଧସିଲା ଏସିଆର ସର୍ବବୃହତ ସାଇଫନ କେନାଲ ବନ୍ଧ, ଆତଙ୍କିତ ସ୍ଥାନୀୟ ବାସିନ୍ଦା

ସାଲେପୁର ୯କଟକ ଜିଲ୍ଲାର ସାଲେପୁର ବ୍ଲକ ତରିତୋ ପଞ୍ଚାୟତରେ ଅବସ୍ଥିତ ଏସିଆର ସର୍ବବୃହତ ସାଇଫନର କେନାଲ ବନ୍ଧ ପ୍ରାୟ ୩୦୦ ଫୁଟ ଧସିବାରୁ ଆତଙ୍କିତ ଅବସ୍ଥାରେ ଦ୍ୱିପାଞ୍ଚଳ ବାସିନ୍ଦା । 

ଆଗକୁ ବର୍ଷା ଦିନ ଆସୁଥିବାରୁ ତାହାକୁ ଲକ୍ଷ୍ୟ କରି ସାଲେପୁର ବ୍ଲକ ଅଞ୍ଚଳରେ ଥିବା ସମସ୍ତ ନଦୀ ବନ୍ଧର ଦୁର୍ବଳ ସ୍ଥାନକୁ ମରାମତି କାର୍ଯ୍ୟ ଜଳସେଚନ ବିଭାଗ ପକ୍ଷରୁ କରାଯାଇ ନଥିବା ଦେଖ‌ିବାକୁ ମିଳିଛି । ଯାହା ଫଳରେ ସାଲେପୁର ବ୍ଲକ୍ ତରିତୋ ପଞ୍ଚାୟତ ମୂର୍କୁଣ୍ଡି ଠାରେ ଚିତ୍ରୋତ୍ପଳା ନଦୀରେ ଏସିଆର ସର୍ବବୃହତ ସାଇଫନ ମୁଣ୍ଡରେ ପ୍ରାୟ ୩୦୦ ଫୁଟର କେନାଲ ବନ୍ଧ ଧସିଛି । ଏହା ଅତ୍ୟନ୍ତ ବିପଜ୍ଜନକ ଅବସ୍ଥାରେ ରହିଛି । ଏହା ମଧ୍ୟ ଦେଇ ବର୍ଷାଜଳ ପ୍ରବେଶ କରିବାରୁ ଆଗକୁ ଘାଇ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏ ସଂକ୍ରାନ୍ତରେ ସ୍ଥାନୀୟ ଲୋକେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ସୁଦ୍ଧା କେହି କର୍ଣ୍ଣପାତ କରୁନଥିବା ଲୋକେ ଅଭିଯୋଗ କରିଛନ୍ତି। ଆଗକୁ ପ୍ରବଳ ବର୍ଷା ପାଣି ଓ ନ‌ଦୀରେ ବନ୍ୟା ଜଳ ପ୍ରବାହିତ ହେଲେ ଏହି ସ୍ଥାନରେ ଘାଇ ସୃଷ୍ଟି ହୋଇ ଦ୍ଵିପାଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।

You Can Read:

ତାପଙ୍ଗ ଖଣି ପୋଖରୀରେ ବୁଡ଼ି ଯୁବକ ନିଖୋଜ, ଚାଲିଛି ରେସକ୍ୟୁ ଅପରସେନ୍