୩୦୦୦ ପଏଣ୍ଟ ବଢିଲା ସେନ୍‌ସେକ୍ସ, ୪ ବର୍ଷରେ ଗୋଟିଏ ଦିନରେ ସବୁଠୁ ବୃଦ୍ଧି ଦେଖିଲା ସେୟାର ବଜାର

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାରରେ ଦୀପାବଳି, ହୋଲି...ସବୁ ଉତ୍ସବର ମାହୋଲ । ସୋମବାର ଗତ ୪ ବର୍ଷରେ ଗୋଟିଏ ଦିନରେ ସବୁଠୁ ବଡ଼ ବୃଦ୍ଧି ଦେଖିଲା ବଜାର । ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ପରେ ସେନସେକ୍ସ ପ୍ରାୟ ୩,୦୦୦ ଅଙ୍କ ଉଠି ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ୨୪,୯୦୦ ପାର୍ କରିଛି । ୨୦୨୧ ଫେବ୍ରୁଆରୀ ପରେ ସେୟାର ବଜାର ଆଜି ଦେଖିଛି ସବଠୁ ବଡ଼ ଇନଷ୍ଟ୍ରା ଡ’ ବୃଦ୍ଧି । ଆଜିର ଏହି ବୃଦ୍ଧି ଯୋଗୁଁ ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ ଆଜି ପ୍ରାୟ ୧୬ ଲକ୍ଷ କୋଟି ଟଙ୍କା ବଢିଛି । ଅସ୍ତ୍ରବିରତି ସହ ଆମେରିକା-ଚୀନ ମଧ୍ୟରେ ଟାରିଫ୍ ବୁଝାମଣା ଘୋଷଣା ମଧ୍ୟ ନିବେଶକଙ୍କ ସେଣ୍ଟିମେଣ୍ଟକୁ ମଜଭୁତ କରିଛି । ନିଫ୍ଟି ଆଇଟି ଇଣ୍ଡେକ୍ସ ୭.୧ ପ୍ରତିଶତ ବଢିଛି, ଯାହା ଗତ ୫ ବର୍ଷରେ ସବୁଠୁ ବଡ଼ ବୃଦ୍ଧି । ମେଟାଲ୍ ସେୟାରରେ ବି ଅଧିକ କ୍ରୟ ଦେଖିବାକୁ ମିଳିଛି । ସିଜ୍‌ଫାୟାର ପରେ ସ୍ଥିରତା ଫେରିବା ଆଶାରେ ଟ୍ରାଭେଲ୍ ବୁକିଂ, ହୋଟେଲ୍ ଓ ଏୟାରଲାଇନ୍ କମ୍ପାନିର ସେୟାରରେ ଭଲ ବୃଦ୍ଧି ଦେଖିବାକୁ ମିଳିଛି । ବିଏସ୍‌ଇ ମିଡ୍‌କ୍ୟାପ୍ ଓ ସ୍ମଲ୍‌କ୍ୟାପ୍ ଇଣ୍ଡେକ୍ସ ବି ୪ ପ୍ରତିଶତ ବଢି ବନ୍ଦ ହୋଇଛି ।ଆଜିର କାରବାର ଶେଷରେ ବିଏସ୍‌ଇ ସେନ୍‌ସେକ୍ସ ୨୯୭୫.୪୩ ଅଙ୍କ ବା ୩.୪୭ ପ୍ରତିଶତ ବଢି ୮୨,୪୨୯.୯୦ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ଏନ୍‌ଏସ୍‌ଇର ୫୦ ସେୟାର ବିଶିଷ୍ଟ ଇଣ୍ଡେକ୍ସ ନିଫ୍ଟି ୯୧୬.୭୦ ପଏଣ୍ଟ ବା

୩୦୦୦ ପଏଣ୍ଟ ବଢିଲା ସେନ୍‌ସେକ୍ସ, ୪ ବର୍ଷରେ ଗୋଟିଏ ଦିନରେ ସବୁଠୁ ବୃଦ୍ଧି ଦେଖିଲା ସେୟାର ବଜାର

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାରରେ ଦୀପାବଳି, ହୋଲି...ସବୁ ଉତ୍ସବର ମାହୋଲ । ସୋମବାର ଗତ ୪ ବର୍ଷରେ ଗୋଟିଏ ଦିନରେ ସବୁଠୁ ବଡ଼ ବୃଦ୍ଧି ଦେଖିଲା ବଜାର । ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ପରେ ସେନସେକ୍ସ ପ୍ରାୟ ୩,୦୦୦ ଅଙ୍କ ଉଠି ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ୨୪,୯୦୦ ପାର୍ କରିଛି । ୨୦୨୧ ଫେବ୍ରୁଆରୀ ପରେ ସେୟାର ବଜାର ଆଜି ଦେଖିଛି ସବଠୁ ବଡ଼ ଇନଷ୍ଟ୍ରା ଡ’ ବୃଦ୍ଧି । ଆଜିର ଏହି ବୃଦ୍ଧି ଯୋଗୁଁ ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ ଆଜି ପ୍ରାୟ ୧୬ ଲକ୍ଷ କୋଟି ଟଙ୍କା ବଢିଛି । 

ଅସ୍ତ୍ରବିରତି ସହ ଆମେରିକା-ଚୀନ ମଧ୍ୟରେ ଟାରିଫ୍ ବୁଝାମଣା ଘୋଷଣା ମଧ୍ୟ ନିବେଶକଙ୍କ ସେଣ୍ଟିମେଣ୍ଟକୁ ମଜଭୁତ କରିଛି । ନିଫ୍ଟି ଆଇଟି ଇଣ୍ଡେକ୍ସ ୭.୧ ପ୍ରତିଶତ ବଢିଛି, ଯାହା ଗତ ୫ ବର୍ଷରେ ସବୁଠୁ ବଡ଼ ବୃଦ୍ଧି । ମେଟାଲ୍ ସେୟାରରେ ବି ଅଧିକ କ୍ରୟ ଦେଖିବାକୁ ମିଳିଛି । ସିଜ୍‌ଫାୟାର ପରେ ସ୍ଥିରତା ଫେରିବା ଆଶାରେ ଟ୍ରାଭେଲ୍ ବୁକିଂ, ହୋଟେଲ୍ ଓ ଏୟାରଲାଇନ୍ କମ୍ପାନିର ସେୟାରରେ ଭଲ ବୃଦ୍ଧି ଦେଖିବାକୁ ମିଳିଛି । ବିଏସ୍‌ଇ ମିଡ୍‌କ୍ୟାପ୍ ଓ ସ୍ମଲ୍‌କ୍ୟାପ୍ ଇଣ୍ଡେକ୍ସ ବି ୪ ପ୍ରତିଶତ ବଢି ବନ୍ଦ ହୋଇଛି ।

ଆଜିର କାରବାର ଶେଷରେ ବିଏସ୍‌ଇ ସେନ୍‌ସେକ୍ସ ୨୯୭୫.୪୩ ଅଙ୍କ ବା ୩.୪୭ ପ୍ରତିଶତ ବଢି ୮୨,୪୨୯.୯୦ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ଏନ୍‌ଏସ୍‌ଇର ୫୦ ସେୟାର ବିଶିଷ୍ଟ ଇଣ୍ଡେକ୍ସ ନିଫ୍ଟି ୯୧୬.୭୦ ପଏଣ୍ଟ ବା ୩.୮୨ ପ୍ରତିଶତ ବଢି ୨୪,୯୨୪.୭୦ ସ୍ତରରେ ବନ୍ଦ ହୋଇଛି ।

ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମୋଟ୍ ମାର୍କେଟ୍ କ୍ୟାପ୍ ମେ ୧୨ରେ ବଢି ୪୩୨.୫୭ ଲକ୍ଷ କୋଟି ଟଙ୍କା ହୋଇଛି । ଯାହା ପୂର୍ବ କରାବାର ଦିନ ଅର୍ଥାତ୍ ଶୁକ୍ରବାର ମେ ୯ରେ ୪୧୬.୪୦ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକ ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୧୬.୧୭ ଲକ୍ଷ କୋଟି ଟଙ୍କା ବଢିଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିଶେକଙ୍କ ସମ୍ପତ୍ତି ଆଜି ପ୍ରାୟ ୧୬.୧୭ ଲକ୍ଷ କୋଟି ଟଙ୍କା ବଢିଛି ।

ବିଏସ୍‌ଇ ସେନ୍‌ସେକ୍ସରେ ଆଜି ୩୦ରୁ ୨୮ ସେୟାର ସବୁଜ ସଂକେତରେ ବନ୍ଦ ହୋଇଛି । ଏଥିରୁ ଇନଫୋସିସ୍ ସେୟାରରେ ସବୁଠୁ ଅଧିକ ୭.୯୧ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ଏହାପରେ ଏଚ୍‌ସିଏଲ୍ ଟେକ୍, ଟାଟା ଷ୍ଟିଲ୍, ଇଟର୍ନଲ ଓ ଟେକ୍ ମହିନ୍ଦ୍ରାର ସେୟାରରେ ୬.୩୫ ପ୍ରତିଶତରୁ ୫.୩୬ ପ୍ରତିଶତ ମଧ୍ୟରେ ବୃଦ୍ଧି ଘଟିଛି । ସେହିପରି ଇଣ୍ଡସଇଣ୍ଡ ବ୍ୟାଙ୍କ ସେୟାରରେ ୩.୫୭ ପ୍ରତିଶତ ଓ ସନ୍ ଫାର୍ମା ସେୟାରରେ ୩.୫୬ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି ।