୩୧ମାର୍ଚ୍ଚ ୨୦୨୬ ପୂର୍ବରୁ ଦେଶରୁ ସମାପ୍ତ ହେବ ନକ୍ସଲବାଦ : ଅମିତ ଶାହ
ନୂଆଦିଲ୍ଲୀ ୯।୨: ଛତିଶଗଡ଼ ବିଜାପୁର ଜିଲ୍ଲା ରାଷ୍ଟ୍ରୀୟ ଉଦ୍ୟାନ କ୍ଷେତ୍ର ଜଙ୍ଗଲରେ ସୁରକ୍ଷାବଳଙ୍କ ସହ ଗୁଳିବିନିମୟରେ ୩୧ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି। ଅଧିକାରୀମାନେ ୯ ଫେବୃଆରୀ ରବିବାର ଏହି ସୂଚନା ଦେଇଛନ୍ତି। ଅଭିଯାନ କାଳରେ ପୋଲିସ ଅଞ୍ଚଳରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରିଛି। ଏ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହ ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। କହିଛନ୍ତି ‘ଭାରତକୁ ନକ୍ସଲ ମୁକ୍ତ କରିବା ଦିଗରେ ସୁରକ୍ଷାବଳଙ୍କୁ ଛତିଶଗଡ଼ ବିଜାପୁରରେ ବଡ଼ ସଫଳତା ମିଳିଛି’। नक्सल मुक्त भारत बनाने की दिशा में सुरक्षा बलों ने छत्तीसगढ़ के बीजापुर में बड़ी सफलता हासिल की है। इस ऑपरेशन में 31 नक्सलियों को ढेर करने के साथ ही भारी मात्रा में हथियार और विस्फोटक सामग्री भी बरामद की गयी है।मानवता विरोधी नक्सलवाद को समाप्त करने में आज हमने अपने दो बहादुर…— Amit Shah (@AmitShah) February 9, 2025ଏହି ଅପରେସନରେ ୩୧ ନକ୍ସଲ ପ୍ରାଣ ହରାଇଥିବା ବେଳେ ବିପୁଳ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ ହୋଇଛି। ସେ ଉଲ୍ଲେଖ କରିଛନ୍ତି ମାନବତା ବିରୋଧୀ ନକ୍ସଲବାଦକୁ ସମାପ୍ତ କରିବା ପ୍ରୟାସରେ ଆଜି ଆମେ ଆମର ଦୁଇ ବୀର ଜବାନଙ୍କୁ ହରାଇଛୁ। ଏହି ଦେଶ ଦୁଇ ବୀରଙ୍କ ଋଣୀ ରହିବ। ମୁଁ ସହିଦ ଜବାନଙ୍କ ପରିବାରଙ୍କ ପ୍ରତି ମୋର ହାର୍ଦ୍ଦିକ ସମ୍ବେଦନା ବ୍ୟକ୍
ନୂଆଦିଲ୍ଲୀ ୯।୨: ଛତିଶଗଡ଼ ବିଜାପୁର ଜିଲ୍ଲା ରାଷ୍ଟ୍ରୀୟ ଉଦ୍ୟାନ କ୍ଷେତ୍ର ଜଙ୍ଗଲରେ ସୁରକ୍ଷାବଳଙ୍କ ସହ ଗୁଳିବିନିମୟରେ ୩୧ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି। ଅଧିକାରୀମାନେ ୯ ଫେବୃଆରୀ ରବିବାର ଏହି ସୂଚନା ଦେଇଛନ୍ତି। ଅଭିଯାନ କାଳରେ ପୋଲିସ ଅଞ୍ଚଳରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରିଛି। ଏ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହ ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। କହିଛନ୍ତି ‘ଭାରତକୁ ନକ୍ସଲ ମୁକ୍ତ କରିବା ଦିଗରେ ସୁରକ୍ଷାବଳଙ୍କୁ ଛତିଶଗଡ଼ ବିଜାପୁରରେ ବଡ଼ ସଫଳତା ମିଳିଛି’।
नक्सल मुक्त भारत बनाने की दिशा में सुरक्षा बलों ने छत्तीसगढ़ के बीजापुर में बड़ी सफलता हासिल की है। इस ऑपरेशन में 31 नक्सलियों को ढेर करने के साथ ही भारी मात्रा में हथियार और विस्फोटक सामग्री भी बरामद की गयी है।
मानवता विरोधी नक्सलवाद को समाप्त करने में आज हमने अपने दो बहादुर…— Amit Shah (@AmitShah) February 9, 2025
ଏହି ଅପରେସନରେ ୩୧ ନକ୍ସଲ ପ୍ରାଣ ହରାଇଥିବା ବେଳେ ବିପୁଳ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ ହୋଇଛି। ସେ ଉଲ୍ଲେଖ କରିଛନ୍ତି ମାନବତା ବିରୋଧୀ ନକ୍ସଲବାଦକୁ ସମାପ୍ତ କରିବା ପ୍ରୟାସରେ ଆଜି ଆମେ ଆମର ଦୁଇ ବୀର ଜବାନଙ୍କୁ ହରାଇଛୁ। ଏହି ଦେଶ ଦୁଇ ବୀରଙ୍କ ଋଣୀ ରହିବ। ମୁଁ ସହିଦ ଜବାନଙ୍କ ପରିବାରଙ୍କ ପ୍ରତି ମୋର ହାର୍ଦ୍ଦିକ ସମ୍ବେଦନା ବ୍ୟକ୍ତ କରୁଛି। ସେକହିଛନ୍ତି ଯେ ମୁଁ ମୋର ସଂକଳ୍ପକୁ ମଧ୍ୟ ଦୋହରାଉଛି ଯେ ୩୧ ମାର୍ଚ୍ଚ ୨୦୨୬ଆମେ ଦେଶରୁ ନକ୍ସଲବାଦକୁ ସମ୍ପୂର୍ଣ୍ଣ ସମାପ୍ତ କରିଦେବୁ, ଯାହା ଦ୍ୱାରା ଦେଶର କୌଣସି ନାଗରିକଙ୍କୁ ଏହା କାରଣରୁ ନିଜର ଜୀବନ ବିପନ୍ନ କରିବାକୁ ନ ପଡେ।
#WATCH | Chhattisgarh Deputy CM Arun Sao says, "Our jawans have killed 31 Naxalites with bravery and I congratulate them for this...This is a big step towards the vision of PM Modi and Amit Shah to make the country Naxal-free by 2026...Two jawans have lost their lives and to pay… https://t.co/MTpjHQTBDE pic.twitter.com/ENw6XNDZ3f— ANI (@ANI) February 9, 2025
ବସ୍ତର ପୋଲିସ ଅଧିକାରୀଙ୍କ ଅନୁସାରେ ରବିବାର ସକାଳେ ଜଙ୍ଗଲରେ ନକ୍ସଲଙ୍କ ସହ ଗୁଳିବିନିମୟ ଆରମ୍ଭ ହୋଇଥିଲା। ବସ୍ତର ଆଇଜି ପି.ସୁନ୍ଦର ରାଜ କହିଛନ୍ତି ଯେ ବିଜାପୁର ଜିଲ୍ଲାର ନ୍ୟାସନାଲ ପାର୍କ କ୍ଷେତ୍ରରେ ଗୁଳିବିନିମୟରେ ୩୧ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି। ସେ କହିଛନ୍ତି ଯେ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି)ର ଜଣେ ଓ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ)ର ଜଣେ ଜବାନଙ୍କ ସହିତ ୨ ଜଣ ଜବାନ ସହିଦ ହୋଇଥିବା ବେଳେ ଗୁଳି ବିନିମୟରେ ଆଉ ଦୁଇ ଜଣ ଜବାନ ଆହତ ହୋଇଛନ୍ତି। ଆଇଜି କହିଛନ୍ତି ଯେ ମୃତ ନକ୍ସଲପନ୍ଥୀଙ୍କ ଚିହ୍ନଟ କରାଯାଉଛି ଓ ଅଞ୍ଚଳରେ ତଲାସୀ ଅଭିଯାନ ଚଳାଯାଇଛି। ଦୁଇ ଆହତ ଜବାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କୁହାଯାଇଛି।