୩୫ ବର୍ଷ ପରେ ଇତିହାସ ରଚିଲେ ନାଗାଲ

ମେଲବର୍ନ,୧୭ା୧(ପି.ଟି.): ଟେନିସ୍‌ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍‌ ଓପନରେ ଇତିହାସ ରଚିଛନ୍ତି ଭାରତୀୟ ଟେନିସ୍‌ ତାରକା ସୁମିତ୍‌ ନାଗାଲ୍‌। କ୍ୱାଲିଫାଇଂ ରାଉଣ୍ଡରୁ ମୁଖ୍ୟ ଡ୍ରରେ ସାମିଲ ହୋଇଥିବା ନାଗାଲ ପ୍ରଥମ ରାଉଣ୍ଡରେ ଏକ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି। ବିଶ୍ୱ ମାନ୍ୟତାର ୨୭ ନମ୍ବର ସ୍ଥାନରେ ଥିବା କାଜାଖସ୍ତାନର ଆଲେକ୍‌ଜାଣ୍ଡର ବବ୍‌ଲିକ୍‌ଙ୍କୁ ପରାସ୍ତ କରିବା ସହ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ନାଗାଲ ୬-୪, ୬-୨ ଓ ୭-୬(୫) ସେଟ୍‌ରେ ଏହି ମ୍ୟାଚ୍‌କୁ ଜିତି ନେଇଛନ୍ତି। ଏହି ମ୍ୟାଚ୍‌ଟି ୨ […] The post ୩୫ ବର୍ଷ ପରେ ଇତିହାସ ରଚିଲେ ନାଗାଲ appeared first on Dharitri Odia News.

୩୫ ବର୍ଷ ପରେ ଇତିହାସ ରଚିଲେ ନାଗାଲ

ମେଲବର୍ନ,୧୭ା୧(ପି.ଟି.): ଟେନିସ୍‌ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍‌ ଓପନରେ ଇତିହାସ ରଚିଛନ୍ତି ଭାରତୀୟ ଟେନିସ୍‌ ତାରକା ସୁମିତ୍‌ ନାଗାଲ୍‌। କ୍ୱାଲିଫାଇଂ ରାଉଣ୍ଡରୁ ମୁଖ୍ୟ ଡ୍ରରେ ସାମିଲ ହୋଇଥିବା ନାଗାଲ ପ୍ରଥମ ରାଉଣ୍ଡରେ ଏକ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି। ବିଶ୍ୱ ମାନ୍ୟତାର ୨୭ ନମ୍ବର ସ୍ଥାନରେ ଥିବା କାଜାଖସ୍ତାନର ଆଲେକ୍‌ଜାଣ୍ଡର ବବ୍‌ଲିକ୍‌ଙ୍କୁ ପରାସ୍ତ କରିବା ସହ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ନାଗାଲ ୬-୪, ୬-୨ ଓ ୭-୬(୫) ସେଟ୍‌ରେ ଏହି ମ୍ୟାଚ୍‌କୁ ଜିତି ନେଇଛନ୍ତି। ଏହି ମ୍ୟାଚ୍‌ଟି ୨ ଘଣ୍ଟା ୩୮ ମିନିଟ ଧରି ଚାଲିଥିଲା। ୨୦୨୧ ପରେ ନାଗାଲ ପ୍ରଥମ ଥର ପାଇଁ ଏକ ଗ୍ରାଣ୍ଡସ୍ଲାମ ଖେଳୁଥିବା ବେଳେ ବିଜୟୀ ହୋଇଛନ୍ତି। ଏହା ସହ ଦୀର୍ଘ ୩୫ ବର୍ଷର ବ୍ୟବଧାନରେ ଏକ ଗ୍ରାଣ୍ଡସ୍ଲାମରେ ସିଡେଡ ଖେଳାଳିଙ୍କ ବିପକ୍ଷରେ ଜଣେ ଭାରତୀୟ ଭାବରେ ବିଜୟୀ ହୋଇଛନ୍ତି ନାଗାଲ। ପୂର୍ବରୁ ୧୯୮୯ରେ ତତ୍କାଳୀନ ୧ ନମ୍ବର ଖେଳାଳି ତଥା ଅଷ୍ଟ୍ରେଲିଆନ୍‌ ଓପନର ଡିଫେଣ୍ଡିଂ ଚାମ୍ପିୟନ ସ୍ବିଡ୍‌ ମାଟ୍ସ ଓ୍ବିଲାଣ୍ଡରଙ୍କୁ ପରାସ୍ତ କରିଥିଲେ ରମେଶ କ୍ରିଷ୍ଣନ। ଡେଭିସ୍‌ ଖେଳିବା ପାଇଁ ରାଜି ନ ହେବା କାରଣରୁ ଏଆଇଟିଏ ପକ୍ଷରୁ ନାଗାଲଙ୍କୁ ଓ୍ବାଇଲ୍ଡ କାର୍ଡ ମିଳି ନ ଥିଲା। ଫଳରେ ସେ କ୍ୱାଲିଫାଇଂ ରାଉଣ୍ଡ ଖେଳି ମୁଖ୍ୟ ଡ୍ର’ରେ ସାମିଲ ହୋଇଥିଲେ। ମଙ୍ଗଳବାର ପ୍ରଥମ ୨ ରାଉଣ୍ଡ ମୁକାବିଲାରେ ବବ୍‌ଲିକଙ୍କୁ ହରାଇବା ପରେ ତୃତୀୟ ସେଟ୍‌ଟି ଟାଇବ୍ରେକ୍‌ରେ ଫଇସଲା ହୋଇଥିଲା। ପ୍ରଥମ ସେଟ୍‌ ୪୨ ଓ ଦ୍ୱିତୀୟ ସେଟ୍‌କୁ ୪୩ ମିନିଟରେ ଜିତିଥିଲେ ନାଗାଲ। ତୃତୀୟ ସେଟ୍‌ ଟାଇବ୍ରେକରକୁ ଯାଇଥିବା ବେଳେ ଏହା ୧ ଘଣ୍ଟା ୧୮ ମିନିଟ୍‌ ଧରି ଚାଲିଥିଲା। ୨୬ ବର୍ଷୀୟ ନାଗାଲ ପରବର୍ତ୍ତୀ ରାଉଣ୍ଡରେ ବିଶ୍ୱ ମାନ୍ୟତାର ୧୪୦ ନମ୍ବର ସ୍ଥାନରେ ଥିବା ଜୁନଚେଙ୍ଗ ସାଙ୍ଗଙ୍କୁ ଭେଟିବେ। ଏହି ମ୍ୟାଚ୍‌ ଜିତିଲେ ସେ ପରବର୍ତ୍ତୀ ରାଉଣ୍ଡରେ ବିଶ୍ୱ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ଥିବା କାର୍ଲୋସ୍‌ ଅଲକାରାଜଙ୍କୁ ଭେଟିବାର ସମ୍ଭାବନା ରହିଛି। ପ୍ରଥମ ରାଉଣ୍ଡ ବିଜୟ ପାଇଁ ନାଗାଲଙ୍କୁ ୧ ଲକ୍ଷ ୨୦ ହଜାର ଅଷ୍ଟ୍ରେଲୀୟ ଡଲାର ଓ କ୍ୱାଲିଫାଇଂ ରାଉଣ୍ଡ ବିଜୟ ପାଇଁ ୬୫ ହଜାର ଡଲାର ପୁରସ୍କାର ମିଳିବ।

The post ୩୫ ବର୍ଷ ପରେ ଇତିହାସ ରଚିଲେ ନାଗାଲ appeared first on Dharitri Odia News.