୩୮ ବର୍ଷରେ ପାଦ ଦେଲେ ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଶ୍ରଦ୍ଧା କପୁର, ଚୁଲବୁଲି ଅନ୍ଦାଜ ପାଇଁ ବେଶ ଲୋକପ୍ରିୟ

ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଶ୍ରଦ୍ଧା କପୁର ଆଜି ନିଜର ୩୮ତମ ଜନ୍ମଦିନ ପାଳନ କରୁଛନ୍ତି । ଶ୍ରଦ୍ଧାଙ୍କ ସୁନ୍ଦରତା ଯୋଗୁଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଶ୍ରଦ୍ଧା ଜଣେ ଭଲ ଅଭିନେତ୍ରୀ ହେବା ସହ ଜଣେ ଭଲ ଗାୟିକା ମଧ୍ୟ । ସେ ଆଜି ତାଙ୍କର ୩୮ତମ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କ ବାପା ଶକ୍ତି କପୁର ମଧ୍ୟ ଜଣେ ଚର୍ଚ୍ଚିତ କଳାକାର । ଖୁବ କମ ବୟସରେ ଶ୍ରଦ୍ଧା ନିଜ ଦମଦାର ଅଭିନୟ […] The post ୩୮ ବର୍ଷରେ ପାଦ ଦେଲେ ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଶ୍ରଦ୍ଧା କପୁର, ଚୁଲବୁଲି ଅନ୍ଦାଜ ପାଇଁ ବେଶ ଲୋକପ୍ରିୟ appeared first on KNews Odisha.

୩୮ ବର୍ଷରେ ପାଦ ଦେଲେ ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଶ୍ରଦ୍ଧା କପୁର, ଚୁଲବୁଲି ଅନ୍ଦାଜ ପାଇଁ ବେଶ ଲୋକପ୍ରିୟ

ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଶ୍ରଦ୍ଧା କପୁର ଆଜି ନିଜର ୩୮ତମ ଜନ୍ମଦିନ ପାଳନ କରୁଛନ୍ତି । ଶ୍ରଦ୍ଧାଙ୍କ ସୁନ୍ଦରତା ଯୋଗୁଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଶ୍ରଦ୍ଧା ଜଣେ ଭଲ ଅଭିନେତ୍ରୀ ହେବା ସହ ଜଣେ ଭଲ ଗାୟିକା ମଧ୍ୟ । ସେ ଆଜି ତାଙ୍କର ୩୮ତମ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କ ବାପା ଶକ୍ତି କପୁର ମଧ୍ୟ ଜଣେ ଚର୍ଚ୍ଚିତ କଳାକାର । ଖୁବ କମ ବୟସରେ ଶ୍ରଦ୍ଧା ନିଜ ଦମଦାର ଅଭିନୟ ଯୋଗୁଁ ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି । ୩ ମାର୍ଚ୍ଚ ୧୯୮୭ ରେ ଶ୍ରଦ୍ଧା ବମ୍ବେରେ ଜନ୍ମଗ୍ରହଣ କରିଥିଲେ ।

ଯାହା ପରେ ସେ ନିଜ ପାଠପଢା ମଧ୍ୟ ବମ୍ବେରୁ ହିଁ ଆରମ୍ଭ କରିଥିଲେ । ପରେ ହାଇୟର ଷ୍ଟଡି ପାଇଁ ଆମେରିକା ଯାଇଥିଲେ । ପରେ ସେଠାରୁ ଫେରି ନିଜ କ୍ୟାରିୟରକୁ ନେଇ ରଖିଥିବା ଲକ୍ଷ୍ୟକୁ ହାସଲ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଫିଲ୍ମ ‘ତୀନ ପତ୍ତୀ’ରୁ ଶ୍ରଦ୍ଧା ତାଙ୍କ ଅଭିନୟର ଯାତ୍ରା ଆରମ୍ଭ କରିଥିଲେ । ଶ୍ରଦ୍ଧାଙ୍କ ବଲିଉଡ ଜଗତରେ ଏଣ୍ଟ୍ରି କରିବା ପଛର କାହାଣୀ ଖୁବ ନିଆରା ଥିଲା । ତାଙ୍କ ବାପା ଜଣେ ପୁରାତନ ଚର୍ଚ୍ଚିତ କଳାକାର ହୋଇ ବି ଶ୍ରଦ୍ଧା କପୁରଙ୍କ ଫିଲ୍ମ ଦୁନିଆରେ ଏଣ୍ଟ୍ରି ତାଙ୍କ ବାପାଙ୍କ ମାଧ୍ୟମରେ ନୁହେଁ ବରଂ ଫେସବୁକ ମାଧ୍ୟମରୁ ହୋଇଥିଲା ।

ଫିଲ୍ମ ନିର୍ମାତା ଅମ୍ବିକା ହିନ୍ଦୁଜା ଶ୍ରଦ୍ଧାଙ୍କ ଫୋଟୋ ଫେସବୁକରେ ଦେଖି ତାଙ୍କ ସହ ଯୋଗାଯୋଗ କରିଥିଲେ । ତାଙ୍କ କ୍ୟାରିୟରର ପ୍ରଥମ ଫିଲ୍ମରେ ଅମିତାଭ ବଚନଙ୍କ ସହ କାମ କରିବାର ସୁଯୋଗ ପାଇଥିଲେ । କିନ୍ତୁ ଫିଲ୍ମଟି ପରେ ଫ୍ଲୁପ ହୋଇଥିଲା । ଯାହା ଫଳରେ ଶ୍ରଦ୍ଧାଙ୍କର ବିଶେଷ ପରିଚୟ ତିଆରି ହୋଇପାରିନଥିଲା । କିନ୍ତୁ ପରେ ‘ଆଶିକ ୨’ ଫିଲ୍ମ ଶ୍ରଦ୍ଧାଙ୍କ କ୍ୟାରିୟରରେ ଏକ ନୂଆ ମୋଡ ଆଣିଥିଲା । ଫିଲ୍ମଟିର ନିର୍ଦ୍ଦେଶନା ଦେଇଥିଲେ ମୋହିତ ସୁରୀ । ଏହି ଫିଲ୍ମରେ ଶ୍ରଦ୍ଧାଙ୍କ ସହ ଆଦିତ୍ୟ ରାୟ କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

ଏହି ଫିଲ୍ମ ଏବଂ ଏହାର ଗୀତ ଉଭୟ ସୁପରହିଟ ହୋଇଥିଲା । ଯାହା ପରେ ଆଉ ପଛକୁ ଫେରି ଚାହିଁନଥିଲେ ଶ୍ରଦ୍ଧା । କେବଳ ଯେ ଅଭିନୟ ତା ନୁହେଁ ନିଜ ସୁନ୍ଦର ସ୍ୱରରେ ମଧ୍ୟ ସେ ଫ୍ୟାନ୍ସଙ୍କ ହୃଦୟ ଜିତିଛନ୍ତି । ସୁପରହିଟ ‘ଭିଲେନ’ ଫିଲ୍ମର ‘ତେରି ଗଲିୟାଁ’ ଗୀତ ଗାଇ ସେ ସମସ୍ତଙ୍କୁ ଚକିତ କରିଦେଇଥିଲେ । ଯାହା ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା ।

The post ୩୮ ବର୍ଷରେ ପାଦ ଦେଲେ ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଶ୍ରଦ୍ଧା କପୁର, ଚୁଲବୁଲି ଅନ୍ଦାଜ ପାଇଁ ବେଶ ଲୋକପ୍ରିୟ appeared first on KNews Odisha.