୪ ଜିଲାରେ ୩ ଘଣ୍ଟା ପାଇଁ ପ୍ରବଳ ଝଡ଼ତୋଫାନ ସହ କୁଆପଥର ବର୍ଷା,ସତର୍କ କରାଇଲା ପାଣିପାଗ ବିଭାଗ
ଭୁବନେଶ୍ୱର,୧୩ା୪: ରାଜ୍ୟର ୪ ଜିଲାକୁ ୩ ଘଣ୍ଟା ପାଇଁ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ଏନେଇ ସତର୍କ ରବିବାର କରାଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର। ତେବେ ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା ଏବଂ କୋରାପୁଟ ଜିଲାକୁ ରହିଛି ସତର୍କତା। ଘଣ୍ଟାକୁ ୪୦ରୁ ୫୦ କିମି ବେଗରେ ଝଡ଼ତୋଫାନ ହେବା ସହ ବଜ୍ରପାତ ସମ୍ଭାବନା ରହିଥିବା ନେଇ ଆକଳନ କରିଛି ପାଣିପାଗ ବିଭାଗ କେନ୍ଦ୍ର। କିଛି ଅଞ୍ଚଳରେ କୁଆପଥର ବର୍ଷା ହେବା ନେଇ ମଧ୍ୟ ସତର୍କ ସୂଚନା […] The post ୪ ଜିଲାରେ ୩ ଘଣ୍ଟା ପାଇଁ ପ୍ରବଳ ଝଡ଼ତୋଫାନ ସହ କୁଆପଥର ବର୍ଷା,ସତର୍କ କରାଇଲା ପାଣିପାଗ ବିଭାଗ appeared first on Dharitri Odia News.
ଭୁବନେଶ୍ୱର,୧୩ା୪: ରାଜ୍ୟର ୪ ଜିଲାକୁ ୩ ଘଣ୍ଟା ପାଇଁ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ଏନେଇ ସତର୍କ ରବିବାର କରାଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର। ତେବେ ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା ଏବଂ କୋରାପୁଟ ଜିଲାକୁ ରହିଛି ସତର୍କତା।
ଘଣ୍ଟାକୁ ୪୦ରୁ ୫୦ କିମି ବେଗରେ ଝଡ଼ତୋଫାନ ହେବା ସହ ବଜ୍ରପାତ ସମ୍ଭାବନା ରହିଥିବା ନେଇ ଆକଳନ କରିଛି ପାଣିପାଗ ବିଭାଗ କେନ୍ଦ୍ର। କିଛି ଅଞ୍ଚଳରେ କୁଆପଥର ବର୍ଷା ହେବା ନେଇ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି।
ସେହିପରି ଶନିବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇଥିଲା। ଶନିବାର କଟକ ଓ ଭୁବନେଶ୍ୱର ସମେତ ରାୟଗଡା, କନ୍ଧମାଳ, ଗଞ୍ଜାମ, ନୟାଗଡ, କେନ୍ଦୁଝର, ମୟୂରଭଞ୍ଜ, ଖୋର୍ଦ୍ଧା ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ବାରିପଦାରେ ସର୍ବାଧିକ ୪୦.୦ମି.ମି. ବର୍ଷା ରେକର୍ଡ କରାଯାଇଥିବାବେଳେ ଖୋର୍ଦ୍ଧାରେ ୧୨ ମିମି, ନୟାଗଡ଼ରେ ୮ ମିମି, ଦାରିଙ୍ଗବାଡ଼ିରେ ୪ ମିମି, ତାଳଚେରରେ ୨.୨ ମିମି ଏବଂ ଅନୁଗୋଳରେ ୨.୦ ମି.ମି. ବର୍ଷା ରେକର୍ଡ କରାଯାଇଥିଲା। । ଅନ୍ୟପଟେ ଦିନବେଳା ଖରା ଓ ଗୁଳୁଗୁଳି ମଧ୍ୟ ଲୋକଙ୍କୁ ଅତିଷ୍ଠ କରୁଛି। ରାଜ୍ୟର ପ୍ରାୟ ୬ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି। ତେବେ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ଜାରି ରହିବ।
The post ୪ ଜିଲାରେ ୩ ଘଣ୍ଟା ପାଇଁ ପ୍ରବଳ ଝଡ଼ତୋଫାନ ସହ କୁଆପଥର ବର୍ଷା,ସତର୍କ କରାଇଲା ପାଣିପାଗ ବିଭାଗ appeared first on Dharitri Odia News.