୪ ଜୁନ୍- ବିଜେଡି ସରକାରର ଏକ୍ସପାଏରୀ ଡେଟ୍

୪ ଜୁନ୍- ବିଜେଡି ସରକାରର ଏକ୍ସପାଏରୀ ଡେଟ୍। ୬ ଜୁନ୍- ବିଜେପିର ମୁଖ୍ୟମନ୍ତ୍ରୀ ଚୟନ। ୧୦ ଜୁନ୍- ଭୁବନେଶ୍ୱରରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ। ଆଜି ବ୍ରହ୍ମପୁର ସଭାରେ ସମର୍ଥକଙ୍କୁ ଏମିତି କିଛି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

୪ ଜୁନ୍- ବିଜେଡି ସରକାରର ଏକ୍ସପାଏରୀ ଡେଟ୍

୨୪ ମହାଯୁଦ୍ଧ ପାଇଁ ପ୍ରଥମ ପ୍ରଚାରରେ ନବୀନ ସରକାର ଉପରେ ପିଏମ୍ ମୋଦିଙ୍କ ଜୋରଦାର ହମଲା। ଗୋଟିଏ ଦିନରେ ବ୍ରହ୍ମପୁର ଓ ନବରଙ୍ଗପୁରରେ ଦୁଇ ଦୁଇଟି ବିଶାଳ ଜନସଭା କରି ପ୍ରଧାନମନ୍ତ୍ରୀ, ଖାଲି ବିଜେଡିର ଏକ୍ସପାଏରୀ ଡେଟ୍ ଦେଇ ନାହାନ୍ତି, ଜୁନ୍ ୧୦ରେ ଭୁବନେଶ୍ୱରରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣରେ ଯୋଗ ଦେବାକୁ ନିମନ୍ତ୍ରଣ ବି କରିଛନ୍ତି। ମାତ୍ର ୬ ଦିନ ପରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ଓଡ଼ିଶାରେ ଡବଲ୍ ଇଞ୍ଜିନ୍ ସରକାରକୁ ନେଇ ମୋଦିଙ୍କ ଆତ୍ମବିଶ୍ୱାସଭରା ଦୃଢୋକ୍ତି ପ୍ରଚାର ତାତିକୁ ସରଗରମ କରିଛି।