୪ ଦିନ ପ୍ରବଳ ବର୍ଷିବ: ଦକ୍ଷିଣ ଓଡ଼ିଶାକୁ ସତର୍କ ସୂଚନା

ଭୁବନେଶ୍ୱର,୧୯।୭: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ୧୨ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବାକୁ ଯାଉଛି।  ବର୍ତ୍ତମାନ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରି ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର  ପ୍ରଭାବରେ ରାଜ୍ୟରେ ୪ ଦିନ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି ।ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ […] The post ୪ ଦିନ ପ୍ରବଳ ବର୍ଷିବ: ଦକ୍ଷିଣ ଓଡ଼ିଶାକୁ ସତର୍କ ସୂଚନା appeared first on Dharitri Odia News.

୪ ଦିନ ପ୍ରବଳ ବର୍ଷିବ: ଦକ୍ଷିଣ ଓଡ଼ିଶାକୁ ସତର୍କ ସୂଚନା
ଭୁବନେଶ୍ୱର,୧୯।୭: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ୧୨ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବାକୁ ଯାଉଛି।  ବର୍ତ୍ତମାନ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରି ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।
ଏହାର  ପ୍ରଭାବରେ ରାଜ୍ୟରେ ୪ ଦିନ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି ।ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଆଜି ଲଘୁଚାପର ରହିବ ସର୍ବାଧିକ ପ୍ରଭାବ। ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନାକୁ ନେଇ କୋରାପୁଟ, ମାଲକାନଗିରି, ଗଞ୍ଜାମ ଓ ଗଜପତି ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ସେହପିରି ପ୍ରବଳ ବର୍ଷା ପାଇଁ ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, ନୟାଗଡ ଓ ପୁରୀ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରିଛି ପାଣିପାଗ ବିଭାଗ।
ଅନ୍ୟପକ୍ଷେ ଲଘୁଚାପ ପ୍ରଭାବରେ କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ୭ରୁ ୧୨ ମିମି ପର୍ଯ୍ୟନ୍ତ ବର୍ଷା  ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ଶନିବାର ପର୍ଯ୍ୟନ୍ତ ସତର୍କ ସୂଚନା ଜାରି କରାଯାଇଛି । ଏହି ସମୟରେ ପ୍ରବଳ ବର୍ଷା ପାଇଁ ଟ୍ରାଫିକ ସମସ୍ୟା ଦେଖାଯାଇପାରେ, ତଳିଆ ଅଞ୍ଚଳରେ ବର୍ଷା ପାଣି ଜମିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି । ତେଣୁ ଏହି ସମୟରେ ଆବଶ୍ୟକ ନ ଥିଲେ ଘରୁ ନ ବାହାରିବାକୁ କୁହାଯାଇଛି ।

The post ୪ ଦିନ ପ୍ରବଳ ବର୍ଷିବ: ଦକ୍ଷିଣ ଓଡ଼ିଶାକୁ ସତର୍କ ସୂଚନା appeared first on Dharitri Odia News.