୪ ଦିନିଆ ଦିଲ୍ଲୀ ଗସ୍ତରେ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ଜିଏସ୍‌ଟି ବୈଠକରେ ହେବେ ସାମିଲ

ଭୁବନେଶ୍ୱର ୨୧।୦୬ : ୪ ଦିନିଆ ଦିଲ୍ଲୀ ଗସ୍ତରେ ଓଡିଶାର ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ଶନିବାର ହେବାକୁ ଥିବା GST ବୈଠକରେ ଯୋଗ ଦେବେ କେଭି ସିଂଦେଓ । ରାଜ୍ୟରେ ବିଜେପି ସରକାର ହେବା ପରେ ପ୍ରଥମ ଥର ଦିଲ୍ଲୀ ଗସ୍ତ ରେ ଆସିଛନ୍ତି ଉପ ମୁଖ୍ୟମନ୍ତ୍ରୀ। ଖବର ଅନୁଯାୟୀ, ଶନିବାର ଦିଲ୍ଲୀରେ ବସିବାକୁ ଯାଉଛି GST ବୈଠକ। ଏଥିରେ ଓଡ଼ିଶାର ବିଭିନ୍ନ ଦାବି ଉପସ୍ଥାପନ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଦିଲ୍ଲୀ ଗସ୍ତ କରିଛନ୍ତି । ସେଠାରେ ଓଡିଶାର ଦାବି ଉପସ୍ଥାପନ କରାଯିବ ବୋଲି କହିଛନ୍ତି କେଭି। ଏହାସହିତ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।  GST ବୈଠକ ପୂର୍ବରୁ ରାଜ୍ୟ ଅର୍ଥ ମନ୍ତ୍ରୀଙ୍କ ସହିତ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଆଲୋଚନା ରହିଛି। ସେଠାରେ ମଧ୍ୟ ସେ ଅର୍ଥ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ଯେତେ ବେଳେ ଆସିଥିଲେ ସେ ଭାରତର ବିକାଶ ପୂର୍ବର ବିକାଶରୁ ହେବ। ତାକୁ ନେଇ ଆମେ କରିଛୁ।  ୪ଟି କଥା ଯାହା ଆମେ କହୁଥିଲୁ ସରକାର ହେବାର କିଛି ଘଣ୍ଟା ପରେ ହିଁ  କ୍ୟାବିନେଟକୁ ଆଣିକି କାର୍ଯ୍ୟକାରୀ କରିଛୁ।

୪ ଦିନିଆ ଦିଲ୍ଲୀ ଗସ୍ତରେ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ଜିଏସ୍‌ଟି ବୈଠକରେ ହେବେ ସାମିଲ

ଭୁବନେଶ୍ୱର ୨୧।୦୬ : ୪ ଦିନିଆ ଦିଲ୍ଲୀ ଗସ୍ତରେ ଓଡିଶାର ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ଶନିବାର ହେବାକୁ ଥିବା GST ବୈଠକରେ ଯୋଗ ଦେବେ କେଭି ସିଂଦେଓ । ରାଜ୍ୟରେ ବିଜେପି ସରକାର ହେବା ପରେ ପ୍ରଥମ ଥର ଦିଲ୍ଲୀ ଗସ୍ତ ରେ ଆସିଛନ୍ତି ଉପ ମୁଖ୍ୟମନ୍ତ୍ରୀ। 

ଖବର ଅନୁଯାୟୀ, ଶନିବାର ଦିଲ୍ଲୀରେ ବସିବାକୁ ଯାଉଛି GST ବୈଠକ। ଏଥିରେ ଓଡ଼ିଶାର ବିଭିନ୍ନ ଦାବି ଉପସ୍ଥାପନ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଦିଲ୍ଲୀ ଗସ୍ତ କରିଛନ୍ତି । ସେଠାରେ ଓଡିଶାର ଦାବି ଉପସ୍ଥାପନ କରାଯିବ ବୋଲି କହିଛନ୍ତି କେଭି। ଏହାସହିତ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।  GST ବୈଠକ ପୂର୍ବରୁ ରାଜ୍ୟ ଅର୍ଥ ମନ୍ତ୍ରୀଙ୍କ ସହିତ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଆଲୋଚନା ରହିଛି। ସେଠାରେ ମଧ୍ୟ ସେ ଅର୍ଥ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ଯେତେ ବେଳେ ଆସିଥିଲେ ସେ ଭାରତର ବିକାଶ ପୂର୍ବର ବିକାଶରୁ ହେବ। ତାକୁ ନେଇ ଆମେ କରିଛୁ।  ୪ଟି କଥା ଯାହା ଆମେ କହୁଥିଲୁ ସରକାର ହେବାର କିଛି ଘଣ୍ଟା ପରେ ହିଁ  କ୍ୟାବିନେଟକୁ ଆଣିକି କାର୍ଯ୍ୟକାରୀ କରିଛୁ।