୪ ବର୍ଷର ଝିଅକୁ ବଞ୍ଚାଇବା ଲାଗି କିଡନୀ ଦେବାକୁ ପ୍ରସ୍ତୁତ ମା’: ଅର୍ଥ ସାଜିଛି ବାଧକ
ଛତ୍ରପୁର,୧୦ା୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜ଼ିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମପଞ୍ଚାୟତର ଲକ୍ଷ୍ମଣନଗର ଅଞ୍ଚଳର ଜଣେ ମା’ ନିଜ ୪ ବର୍ଷର କନ୍ୟା ସନ୍ତାନକୁ ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ସାଙ୍ଗକୁ ନିଜ କିଡନୀ ଦେବାକୁ ମନସ୍ଥ କରିଛନ୍ତି। କିନ୍ତୁ କିଡନୀ ପ୍ରତିରୋପଣ ପାଇଁ ୩୦ ଲକ୍ଷ ଟଙ୍କା ବାଧକ ସାଜିଛି। ଚମାଖଣ୍ଡି ଛକର ଲକ୍ଷ୍ମଣନଗର ଏନ.କ୍ରିଷ୍ଣା ରେଡ୍ଡୀ ଓ ଉର୍ମିଳା ରେଡ୍ଡୀଙ୍କ ୪ ବର୍ଷର କନ୍ୟା ଅନୁଷ୍କା ଜନ୍ମର ୯ ମାସରୁ ବ୍ରହ୍ମପୁର , ଭୁବନେଶର, କଟକ […] The post ୪ ବର୍ଷର ଝିଅକୁ ବଞ୍ଚାଇବା ଲାଗି କିଡନୀ ଦେବାକୁ ପ୍ରସ୍ତୁତ ମା’: ଅର୍ଥ ସାଜିଛି ବାଧକ appeared first on Dharitri Odia News.
ଛତ୍ରପୁର,୧୦ା୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜ଼ିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମପଞ୍ଚାୟତର ଲକ୍ଷ୍ମଣନଗର ଅଞ୍ଚଳର ଜଣେ ମା’ ନିଜ ୪ ବର୍ଷର କନ୍ୟା ସନ୍ତାନକୁ ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ସାଙ୍ଗକୁ ନିଜ କିଡନୀ ଦେବାକୁ ମନସ୍ଥ କରିଛନ୍ତି। କିନ୍ତୁ କିଡନୀ ପ୍ରତିରୋପଣ ପାଇଁ ୩୦ ଲକ୍ଷ ଟଙ୍କା ବାଧକ ସାଜିଛି। ଚମାଖଣ୍ଡି ଛକର ଲକ୍ଷ୍ମଣନଗର ଏନ.କ୍ରିଷ୍ଣା ରେଡ୍ଡୀ ଓ ଉର୍ମିଳା ରେଡ୍ଡୀଙ୍କ ୪ ବର୍ଷର କନ୍ୟା ଅନୁଷ୍କା ଜନ୍ମର ୯ ମାସରୁ ବ୍ରହ୍ମପୁର , ଭୁବନେଶର, କଟକ ଓ ଶ୍ରୀକାକୁଲମ ହସ୍ପିଟାଲରେ ଚିକିତ୍ସା କରି ସର୍ବସାନ୍ତ ହୋଇଯାଇଥିଲେ ସୁଦ୍ଧା ରୋଗ ଚିହ୍ନଟ ହୋଇପାରି ନ ଥିଲା l ୨୦୨୫ ଜାନୁଆରୀ ମାସ ଶେଷରେ କଟକ ଶିଶୁ ଭବନରେ ଦୁଇଟି କିଡନୀ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଚିହ୍ନଟ ହୋଇଥିଲା l ତୁରନ୍ତ କିଡନୀ ପ୍ରତିରୋପଣ କରିବାକୁ ପଡ଼ିବ ନଚେତ ଛୁଆର ଜୀବନ ବିପଦ ରହିଛି l ଏଥି ନିମନ୍ତେ ଅନୁମାନିକ ୩୦ ଲକ୍ଷ ଖର୍ଚ୍ଚ ହେବ ତାହା ମଧ୍ୟ ଓଡିଶାରେ ହେବନି ସୁଦୂର ବେଙ୍ଗାଲୁରୁ୍ରେ ଚିକିତ୍ସା ହେବ l କ୍ରିଷ୍ଣା ରେଡ୍ଡୀ ଡ୍ରାଇଭର କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରିଆସୁଛନ୍ତି। ଜଣେ ଡ୍ରାଇଭର କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିବା ବ୍ୟକ୍ତି ପାଇଁ ୩୦ ଲକ୍ଷ ଟଙ୍କା ସଂଗ୍ରହ କରିବା ଅସମ୍ଭବ ହୋଇପଡିଛି l ତେଣୁ ଦମ୍ପତିଙ୍କ ମଧ୍ୟରୁ ଝିଅକୁ ମା’ ଦେବେ କିଡନୀ ନିଷ୍ପତି ହୋଇଯାଇଛି। କିନ୍ତୁ ୩୦ ଲକ୍ଷ ଟଙ୍କା ସାଜିଛି ବାଧକ, ତେଣୁ ଝିଅର ଚିକିତ୍ସା ନିମନ୍ତେ ମା’ ଉର୍ମିଳା ଅର୍ଥ ସାହାଯ୍ୟ ଭିକ୍ଷା କରିଛନ୍ତି। ଅନୁଷ୍କାଙ୍କ ଏଭଳି ଘଟଣା ଶୁଣିଲା ପରେ ଚମାଖଣ୍ଡି ଗ୍ରାମପଞ୍ଚାୟତର ସରପଞ୍ଚ ମନୋଜ ରେଡ୍ଡୀ କିଛି ବ୍ୟକ୍ତି ସହାୟତା ପାଇଁ ଆଗେଇ ଆସିଛନ୍ତି। ଘରକୁ ଘର ବୁଲି ସହାୟତା ମାଗିବାକୁ ଦମ୍ପତି ନିଷ୍ପତି ନେଇଛନ୍ତି।
The post ୪ ବର୍ଷର ଝିଅକୁ ବଞ୍ଚାଇବା ଲାଗି କିଡନୀ ଦେବାକୁ ପ୍ରସ୍ତୁତ ମା’: ଅର୍ଥ ସାଜିଛି ବାଧକ appeared first on Dharitri Odia News.