୪ ସେଲିବ୍ରିଟିଙ୍କୁ ହତ୍ୟା ଧମକ
ମୁମ୍ବାଇ, ୨୪ା୧: ହାସ୍ୟ ଅଭିନେତା କପିଲ ଶର୍ମା, ରାଜପାଲ ଯାଦବ, କୋରିଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡି’ ସୁଜା ଓ ଅଭିନେତ୍ରୀ ସୁଗନ୍ଧା ମିଶ୍ରାଙ୍କୁ ଗୁରୁବାର ଇମେଲ୍ ଯୋଗେ ହତ୍ୟା ଧମକ ହସ୍ତଗତ ହୋଇଛି। ଉକ୍ତ ଇମେଲ୍ ଧମକରେ ବିଷ୍ଣୁ ନାମକ ଜଣେ ବ୍ୟକ୍ତିଙ୍କର ହସ୍ତାକ୍ଷର ମଧ୍ୟ ରହିଛି। ଏନେଇ ମୁମ୍ବାଇ ପୋଲିସ ସୂଚନା ଦେଇଛି। ହତ୍ୟା ଧମକ ମିଳିଥିବା ନେଇ ରାଜପାଲଙ୍କ ସ୍ତ୍ରୀ ରାଧା ରାଜପାଲ ଯାଦବ ଗୁରୁବାର ମୁମ୍ବାଇର ଅମ୍ବୋଲି ଥାନାରେ ଅଭିଯୋଗ କରିଛନ୍ତି। […] The post ୪ ସେଲିବ୍ରିଟିଙ୍କୁ ହତ୍ୟା ଧମକ appeared first on Dharitri Odia News.
ମୁମ୍ବାଇ, ୨୪ା୧: ହାସ୍ୟ ଅଭିନେତା କପିଲ ଶର୍ମା, ରାଜପାଲ ଯାଦବ, କୋରିଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡି’ ସୁଜା ଓ ଅଭିନେତ୍ରୀ ସୁଗନ୍ଧା ମିଶ୍ରାଙ୍କୁ ଗୁରୁବାର ଇମେଲ୍ ଯୋଗେ ହତ୍ୟା ଧମକ ହସ୍ତଗତ ହୋଇଛି। ଉକ୍ତ ଇମେଲ୍ ଧମକରେ ବିଷ୍ଣୁ ନାମକ ଜଣେ ବ୍ୟକ୍ତିଙ୍କର ହସ୍ତାକ୍ଷର ମଧ୍ୟ ରହିଛି। ଏନେଇ ମୁମ୍ବାଇ ପୋଲିସ ସୂଚନା ଦେଇଛି। ହତ୍ୟା ଧମକ ମିଳିଥିବା ନେଇ ରାଜପାଲଙ୍କ ସ୍ତ୍ରୀ ରାଧା ରାଜପାଲ ଯାଦବ ଗୁରୁବାର ମୁମ୍ବାଇର ଅମ୍ବୋଲି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ପୋଲିସ ଭାରତୀୟ ନ୍ୟାୟ ସଂହିତା(ବିଏନ୍ଏସ୍)ର ଧାରା ୩୫୧(୩) ଅନୁଯାୟୀ, ମାମଲା ରୁଜୁକରିବା ସହ ଘଟଣାର ତଦନ୍ତ ଚଳାଇଛି। ଧମକ ଆସିଥିବା ଇମେଲ୍ର ଆଇପି ଠିକଣା ପାକିସ୍ତାନରୁ ଆସିଥିବା ମୁମ୍ବାଇ ପୋଲିସ କହିଛି। ହତ୍ୟା ଧମକ ମିଳିଥିବା ସମସ୍ତ ୪ ସେଲିବ୍ରିଟିଙ୍କର ସୁରକ୍ଷା ବ୍ୟବସ୍ଥାକୁ ମୁମ୍ବାଇ ପୋଲିସ ବଢ଼ାଇଛି।
The post ୪ ସେଲିବ୍ରିଟିଙ୍କୁ ହତ୍ୟା ଧମକ appeared first on Dharitri Odia News.