୪ରେ କଳାହାଣ୍ଡି ବନ୍ଦ
କୋକସରା,୨।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲାରେ ଧାନ ଓ କପାର ଅଭାବି ବିକ୍ରିକୁ ନେଇ ଭାଜପା ପକ୍ଷରୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସକରାତ୍ମକ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏହାର ପ୍ରତିବାଦରେ ଆଗାମୀ ୪ ତାରିଖରେ ଭାଜପା ପକ୍ଷରୁ କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଛି। କଳାହାଣ୍ଡି ଭାଜପା ଜିଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର ଏକ ଖବରଦାତା ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି। ଜାନୁୟାରୀ ୪ରେ ଚାଷୀଙ୍କୁ ଉଚିତ ପ୍ରାପ୍ୟ ଦାବିରେ କଳାହାଣ୍ଡି ବନ୍ଦ […] The post ୪ରେ କଳାହାଣ୍ଡି ବନ୍ଦ appeared first on Dharitri Odia News.
କୋକସରା,୨।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲାରେ ଧାନ ଓ କପାର ଅଭାବି ବିକ୍ରିକୁ ନେଇ ଭାଜପା ପକ୍ଷରୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସକରାତ୍ମକ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏହାର ପ୍ରତିବାଦରେ ଆଗାମୀ ୪ ତାରିଖରେ ଭାଜପା ପକ୍ଷରୁ କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଛି। କଳାହାଣ୍ଡି ଭାଜପା ଜିଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର ଏକ ଖବରଦାତା ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି।
ଜାନୁୟାରୀ ୪ରେ ଚାଷୀଙ୍କୁ ଉଚିତ ପ୍ରାପ୍ୟ ଦାବିରେ କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଥିବାରୁ ସମସ୍ତେ ସହଯୋଗ କରିବାକୁ ନିବେଦନ କରାଯାଇଛି। ବନ୍ଦ ପାଳନ ନେଇ ସୋମବାର କୋକସରା ବ୍ଲକ କୁସୁମଖୁଣ୍ଟିଠାରେ ବରିଷ୍ଠ ଭାଜପା ନେତା ଜନାର୍ଦ୍ଦନ ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ କୋକସରା ବ୍ଲକ ମୋଟେର, କୋକସରା, ଆମପାଣି ମଣ୍ଡଳର କର୍ମକର୍ତ୍ତା ଯୋଗଦେଇଥିଲେ। ବୈଠକରେ ବରିଷ୍ଠ ଭାଜପା ନେତା ପୂର୍ବତନ ବ୍ଲକ ସଭାପତି ନୀଳକଣ୍ଠ ମାଝି, କୋକସରା ମଣ୍ଡଳ ପ୍ରଭାରୀ ଗରୁଡ଼ଧ୍ୱଜ ମାଝି, କୋକସରା ମଣ୍ଡଳ ସଭାପତି ଦୁର୍ଗା ପ୍ରଧାନୀ, ସାଧାରଣ ସମ୍ପାଦକ ତ୍ରିନାଥ ଶବର, ମଣ୍ଡଳ ସମ୍ପାଦକ ମନୋଜ କୁମାର ନାଏକ, ମଣ୍ଡଳ କାର୍ଯ୍ୟକାରିଣୀ ସଦସ୍ୟ ନରେନ୍ଦ୍ର ପ୍ରଧାନୀ,ପୂର୍ବତନ ମଣ୍ଡଳ ସଭାପତି ପ୍ରମୋଦ କୁମାର ପଣ୍ଡା, ଦୈତାରି ବାରିକ, ଉପସଭାପତି ଗୋପାଳ ଅଗ୍ରୱାଲ, ରାଧେଶ୍ୟାମ ଗୋପାଳ, ଅମିନ ରଣା, ଭାବଗ୍ରାହୀ ପୂଝାରି, ମଣିରାମ ପୋଢ଼ ଓ ଅନ୍ୟ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।
The post ୪ରେ କଳାହାଣ୍ଡି ବନ୍ଦ appeared first on Dharitri Odia News.