୪ରେ ଧାମରା, ଭଦ୍ରକ, ଯାଜପୁର ରୋଡ୍‌ରେ ହେବ ରେଳରୋକୋ

ଚାନ୍ଦବାଲି,୨ା୨(କିଷାନ ପାତ୍ର): ଯାଜପୁର ରୋଡ୍‌-ଧାମରା ରେଳପଥ ସଂଗ୍ରାମ ସମିତିର ଅଭିଯାତ୍ରୀ ଦଳକୁ ଚାନ୍ଦବାଲିରେ ସ୍ବାଗତ କରଯାଇଛି। ଚଳିତ ବଜେଟରେ କେନ୍ଦ୍ର ସରକାର ଏହି ରେଳପଥ ନିର୍ମାଣ ଲାଗି ୧୦୨୬ କୋଟିର ଅର୍ଥ ବ୍ୟୟବରାଦ କରିବା ପାଇଁ ସମିତି ପକ୍ଷରୁ ଦୃଢ଼ ଦାବି କରାଯାଇଥିଲା। କିନ୍ତୁ ଏହି ଦାବି ପୂରଣ ନ ହେବାରୁ ଆସନ୍ତା ୪ ତାରିଖରେ ପୂର୍ବାହ୍ନରୁ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଧାମରା, ଭଦ୍ରକ ଏବଂ ଯାଜପୁର ରୋଡ୍‌ଠାରେ ରେଳରୋକୋ କରାଯିବ। ଚାନ୍ଦବାଲି ତହସିଲ ଅଫିସ୍‌ […] The post ୪ରେ ଧାମରା, ଭଦ୍ରକ, ଯାଜପୁର ରୋଡ୍‌ରେ ହେବ ରେଳରୋକୋ appeared first on Dharitri Odia News.

୪ରେ ଧାମରା, ଭଦ୍ରକ, ଯାଜପୁର ରୋଡ୍‌ରେ ହେବ ରେଳରୋକୋ

ଚାନ୍ଦବାଲି,୨ା୨(କିଷାନ ପାତ୍ର): ଯାଜପୁର ରୋଡ୍‌-ଧାମରା ରେଳପଥ ସଂଗ୍ରାମ ସମିତିର ଅଭିଯାତ୍ରୀ ଦଳକୁ ଚାନ୍ଦବାଲିରେ ସ୍ବାଗତ କରଯାଇଛି। ଚଳିତ ବଜେଟରେ କେନ୍ଦ୍ର ସରକାର ଏହି ରେଳପଥ ନିର୍ମାଣ ଲାଗି ୧୦୨୬ କୋଟିର ଅର୍ଥ ବ୍ୟୟବରାଦ କରିବା ପାଇଁ ସମିତି ପକ୍ଷରୁ ଦୃଢ଼ ଦାବି କରାଯାଇଥିଲା। କିନ୍ତୁ ଏହି ଦାବି ପୂରଣ ନ ହେବାରୁ ଆସନ୍ତା ୪ ତାରିଖରେ ପୂର୍ବାହ୍ନରୁ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଧାମରା, ଭଦ୍ରକ ଏବଂ ଯାଜପୁର ରୋଡ୍‌ଠାରେ ରେଳରୋକୋ କରାଯିବ। ଚାନ୍ଦବାଲି ତହସିଲ ଅଫିସ୍‌ ପାଖରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ସଂଗ୍ରାମ ସମିତି ପକ୍ଷରୁ ଏହି ସମ୍ପର୍କରେ ସୂଚନା ଦିଆଯାଇଛି।

ସାମାଜିକ କର୍ମୀ ସୁଧୀର କୁମାର ମହାନ୍ତିଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ଶିକ୍ଷକ ଅମୂଲ୍ୟ କୁମାର ରାଉତ, ଶିକ୍ଷକ ନେତା ପ୍ରଫୁଲ୍ଲ ଦାସ, ଭାଜପା ନେତା ବିଶ୍ୱନାଥ ସୂତାର, ବଣିକ ସଂଘ ସଭାପତି ଗୋପୀରାମ ଅଗ୍ରୱାଲ, ବ୍ରଜସୁନ୍ଦର ମହାନ୍ତି, ଆଇନଜୀବୀ ତ୍ରିଲୋଚନ ଦାଶ ପ୍ରମୁଖ ମତ ରଖିଥିଲେ। ଯାଜପୁର ରୋଡ୍‌ରୁ ଧାମରା ଭାୟା ଚାନ୍ଦବାଲିକୁ ତୁରନ୍ତ ରେଳ ଲାଇନ ସଂଯୋଗ ସହ ଭଦ୍ରକରୁ ଧାମରା ରେଳ ଲାଇନରେ ପାସେଞ୍ଜର ଟ୍ରେନ୍‌ ଚଳାଚଳ ପାଇଁ ସମିତି ସଦସ୍ୟମାନେ ଦାବି କରିଛନ୍ତି। ସମିତିର ଆବାହକ ସନ୍ତୋଷ କୁମାର ଦାସ, ଦିବ୍ୟସିଂହ ନାୟକ, ସତ୍ୟପ୍ରକାଶ ବେହୁରିଆ, ପ୍ରଫୁଲ୍ଲ ନାୟକ, ମଳୟ ପଣ୍ଡା, ଗୟାଧର ଧଳ, ଚନ୍ଦ୍ରଶେଖର ନାୟକ, ଗୌରାଙ୍ଗ ଜେନା, ଅନ୍ନପୂର୍ଣ୍ଣା ସେଠୀ ଯୋଗ ଦେଇଥିଲେ।

The post ୪ରେ ଧାମରା, ଭଦ୍ରକ, ଯାଜପୁର ରୋଡ୍‌ରେ ହେବ ରେଳରୋକୋ appeared first on Dharitri Odia News.