୪ରେ ପ୍ରତିବାଦ ସହ ବିଧାନସଭା ଘେରିବ ପିଏଚ୍‌ଆଇଇଭି

ଭୁବନେଶ୍ୱର,୧ା୪: ଭିନ୍ନକ୍ଷମ ଅନ୍ତର୍ନିବେସୀ ଶିକ୍ଷା ସ୍ବେଚ୍ଛାସେବୀ(ପିଏଚ୍‌ଆଇଇଭି)ଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ଥାୟୀ ନିଯୁକ୍ତି ଦିଆଯାଉ। ସମସ୍ତ ଭିନ୍ନକ୍ଷମ ଆଇଇଭିଙ୍କୁ ସିଏଲ୍‌, ଇଏଲ୍‌, ଏସିଏଲ୍‌ ଓ ମାତୃତ୍ୱ ଛୁଟି ଦିଆଯାଉ। ଏଥିସହ ମାସିକ ୩୦ ହଜାର ଟଙ୍କା ପ୍ରଦାନ କରାଯାଉ ବୋଲି ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଭିନ୍ନକ୍ଷମ ଅନ୍ତର୍ନିବେସୀ ଶିକ୍ଷା ସ୍ବେଚ୍ଛାସେବୀ ସଂଘ ସଭାପତି ପ୍ରତାପ ଚନ୍ଦ୍ର ସ୍ବାଇଁ ଦାବି କରିଛନ୍ତିି। ରାଜ୍ୟ ସରକାର ଦାବି ପୂରଣ ପାଇଁ କୌଣସି ପଦକ୍ଷେପ ଗ୍ରହଣ ନ କଲେ […] The post ୪ରେ ପ୍ରତିବାଦ ସହ ବିଧାନସଭା ଘେରିବ ପିଏଚ୍‌ଆଇଇଭି appeared first on Dharitri Odia News.

୪ରେ ପ୍ରତିବାଦ ସହ ବିଧାନସଭା ଘେରିବ ପିଏଚ୍‌ଆଇଇଭି

ଭୁବନେଶ୍ୱର,୧ା୪: ଭିନ୍ନକ୍ଷମ ଅନ୍ତର୍ନିବେସୀ ଶିକ୍ଷା ସ୍ବେଚ୍ଛାସେବୀ(ପିଏଚ୍‌ଆଇଇଭି)ଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ଥାୟୀ ନିଯୁକ୍ତି ଦିଆଯାଉ। ସମସ୍ତ ଭିନ୍ନକ୍ଷମ ଆଇଇଭିଙ୍କୁ ସିଏଲ୍‌, ଇଏଲ୍‌, ଏସିଏଲ୍‌ ଓ ମାତୃତ୍ୱ ଛୁଟି ଦିଆଯାଉ। ଏଥିସହ ମାସିକ ୩୦ ହଜାର ଟଙ୍କା ପ୍ରଦାନ କରାଯାଉ ବୋଲି ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଭିନ୍ନକ୍ଷମ ଅନ୍ତର୍ନିବେସୀ ଶିକ୍ଷା ସ୍ବେଚ୍ଛାସେବୀ ସଂଘ ସଭାପତି ପ୍ରତାପ ଚନ୍ଦ୍ର ସ୍ବାଇଁ ଦାବି କରିଛନ୍ତିି।

ରାଜ୍ୟ ସରକାର ଦାବି ପୂରଣ ପାଇଁ କୌଣସି ପଦକ୍ଷେପ ଗ୍ରହଣ ନ କଲେ ଏପ୍ରିଲ ୪ରେ ରାଜରାସ୍ତାରେ ପ୍ରତିବାଦ ସହ ବିଧାନସଭା ଘେରାଉ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ଭିନ୍ନକ୍ଷମ ଅର୍ନ୍ତନିବେସୀ ଶିକ୍ଷା ସ୍ବେଚ୍ଛାସେବୀମାନେ ଦୀର୍ଘ ୧୪ ବର୍ଷ ଧରି ୬ରୁ ୧୪ ବର୍ଷ ବୟସ ଭିନ୍ନକ୍ଷମ ପିଲାଙ୍କୁ ପାଠପଢ଼ାଉଛନ୍ତି। ପ୍ରତିଦିନ ୨ଟି ଭିନ୍ନକ୍ଷମ ପିଲାଙ୍କୁ ଘରେ ପାଠପଢ଼ାଇବା ସହିତ ୨ଟି ବିଦ୍ୟାଳୟକୁ ଯାଇ ସାଧାରଣ ପିଲାଙ୍କ ସହ ପାଠପଢ଼ାଉଛନ୍ତି। ତେବେ ମାସିକ ୧୦ ହଜାର ଟଙ୍କା ଦରମାରେ ଜଣେ ଅସ୍ଥାୟୀ ଭିନ୍ନକ୍ଷମ ଆଇଇଭିଙ୍କ ଚଳିବା କଷ୍ଟଦାୟକ ହୋଇଯାଉଛି। ଦରଦାମ ବୃଦ୍ଧି ହେଉଥିବାରୁ ଏତେ କମ୍‌ ଟଙ୍କାରେ ଚଳିବା ସମ୍ଭବ ହେଉନାହିଁ। ତେଣୁ ସରକାର ସେମାନଙ୍କ ସମସ୍ୟା ବୁଝିବା ଦରକାର ବୋଲି ସଭାପତି ପ୍ରତାପ କହିଛନ୍ତି।

The post ୪ରେ ପ୍ରତିବାଦ ସହ ବିଧାନସଭା ଘେରିବ ପିଏଚ୍‌ଆଇଇଭି appeared first on Dharitri Odia News.