୪ର୍ଥ ଟି-୨୦ରେ ବି ଟସ୍‌ ଜିତିଲା ଭାରତ, ତୁଷାର ଦେଶପାଣ୍ଡେଙ୍କ ଡେବ୍ୟୁ

ପ୍ରଥମ ଟି-୨୦ରେ ଦଳ ହାରିଥିବା ବେଳେ ବାକି ଦୁଇଟି ଯାକ ମ୍ୟାଚ୍‌ରେ ବୃହତ୍ତ ବିଜୟ ହାସଲ କରିଛି। ଏବେ ସିରିଜ ଭାରତ ସପକ୍ଷରେ ୨-୧ରେ ରହିଛି। ଆଜି ଯଦି ଗିଲଙ୍କ ଟିମ ଇଣ୍ଡିଆ ମ୍ୟାଚ୍‌ ଜିତି ନେଉଛି, ତା’ହେଲେ ୫ ଟିକିଆ ଟି-୨୦ ସିରିଜକୁ ଆଗୁଆ କବଜା କରିନେବ।

୪ର୍ଥ ଟି-୨୦ରେ ବି ଟସ୍‌ ଜିତିଲା ଭାରତ, ତୁଷାର ଦେଶପାଣ୍ଡେଙ୍କ ଡେବ୍ୟୁ

ଜିମ୍ବାୱେ ବିପକ୍ଷ ୪ର୍ଥ ଟି-୨୦ରେ ମଧ୍ୟ ଟସ୍‌ ଜିତିଛନ୍ତି ଭାରତର ଯୁବ ଅଧିନାୟକ ଶୁବମନ ଗିଲ୍‌। ଟସ୍‌ ଜିତି ସେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ହରାରେ ଖେଳା ଯାଇଥିବା ୫ ଟିକିଆ ସିରିଜର ପ୍ରଥମ ୩ଟି ମ୍ୟାଚ୍‌ରେ ମଧ୍ୟ ଗିଲ ଟସ୍‌ ଜିତିଥିଲେ।

ପ୍ରଥମ ଟି-୨୦ରେ ଦଳ ହାରିଥିବା ବେଳେ ବାକି ଦୁଇଟି ଯାକ ମ୍ୟାଚ୍‌ରେ ବୃହତ୍ତ ବିଜୟ ହାସଲ କରିଛି। ଏବେ ସିରିଜ ଭାରତ ସପକ୍ଷରେ ୨-୧ରେ ରହିଛି। ଆଜି ଯଦି ଗିଲଙ୍କ ଟିମ ଇଣ୍ଡିଆ ମ୍ୟାଚ୍‌ ଜିତି ନେଉଛି, ତା’ହେଲେ ୫ ଟିକିଆ ଟି-୨୦ ସିରିଜକୁ ଆଗୁଆ କବଜା କରିନେବ।

ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଭାରତ ପାଇଁ ଡେବ୍ୟୁ କରିଛନ୍ତି ଚେନ୍ନାଇ ସୁପର କିଙ୍ଗସର ଦ୍ରୁତ ବୋଲର ତୁଷାର ଦେଶପାଣ୍ଡେ। ତାଙ୍କୁ ଆବେଶ ଖାନଙ୍କ ବଦଳରେ ସୁଯୋଗ ମିଳିଛି।

ଚଳିତ ଆଇପିଏଲରେ ନିଜ ବୋଲିଂ ବଳରେ ଦେଶପାଣ୍ଡେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ମୁମ୍ବାଇ ମଧ୍ୟ ରଣଜୀ ସିଜିନରେ ସେ ଭଲ ପ୍ରଦର୍ଶନ କରିଥିଲେ। ତାଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଆଜି ତାଙ୍କୁ ଭାରତ ପାଇଁ ଡେବ୍ୟୁ କରିବାର ସୁଯୋଗ ମିଳିଛି। ତୁଷାର ଦେଶପାଣ୍ଡେଙ୍କ ବ୍ୟତୀତ ଚୂଡ଼ାନ୍ତ ଏକାଦଶରେ ଆଉ କୌଣସି ପରିବର୍ତ୍ତନ ହୋଇନାହିଁ।

କ୍ରମାଗତ ଦୁଇଟି ମ୍ୟାଚ୍‌ ହାରି ବ୍ୟାକଫୁଟରେ ଥିବା ଘରୋଇ ଜିମ୍ବାୱେ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ୱେଲିଂଟନ ମାସାକାଜାଙ୍କ ବଦଳରେ ଫର୍ଜ ଆକ୍ରମଙ୍କୁ ସୁଯୋଗ ମିଳିଛି।