୪ହଜାର ଟଙ୍କା ପାଇଁ ଯୁବକଙ୍କୁ ହତ୍ୟା
ଖୋର୍ଦ୍ଧା,୪।୭: ଖୋର୍ଦ୍ଧା ବଧାପୋଖରୀ ନିକଟରେ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ପୋଲିସ ଶୁକ୍ରବାର ପର୍ଦ୍ଦାଫାଶ କରିଛି। ୪ ହଜାର ଟଙ୍କା ପାଇଁ ଯୁବକଙ୍କୁ ହତ୍ୟା କରାଯାଇଥିବା ଏସ୍ପି ସୂଚନା ଦେଇଛନ୍ତି। ହତ୍ୟା କାଣ୍ଡରେ ସଂଶି୍ଲଷ୍ଠ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ୩ଟି ଗାଡ଼ି ଜବତ କରିଛି। ମୃତକ ଜଟଣୀର ହୋଇଥିବା ବେଳେ ସେ ୨ ଅଭିଯୁକ୍ତଙ୍କ ଠାରୁ ୪ ହଜାର ଟଙ୍କା ଧାର ନେଇଥିଲେ। ହେଲେ ସେମାନେ ବାରମ୍ବାର ଟଙ୍କା ମାଗିବା ସତ୍ତ୍ବେ ଟଙ୍କା […] The post ୪ହଜାର ଟଙ୍କା ପାଇଁ ଯୁବକଙ୍କୁ ହତ୍ୟା appeared first on Dharitri Odia News.
ଖୋର୍ଦ୍ଧା,୪।୭: ଖୋର୍ଦ୍ଧା ବଧାପୋଖରୀ ନିକଟରେ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ପୋଲିସ ଶୁକ୍ରବାର ପର୍ଦ୍ଦାଫାଶ କରିଛି। ୪ ହଜାର ଟଙ୍କା ପାଇଁ ଯୁବକଙ୍କୁ ହତ୍ୟା କରାଯାଇଥିବା ଏସ୍ପି ସୂଚନା ଦେଇଛନ୍ତି।
ହତ୍ୟା କାଣ୍ଡରେ ସଂଶି୍ଲଷ୍ଠ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ୩ଟି ଗାଡ଼ି ଜବତ କରିଛି। ମୃତକ ଜଟଣୀର ହୋଇଥିବା ବେଳେ ସେ ୨ ଅଭିଯୁକ୍ତଙ୍କ ଠାରୁ ୪ ହଜାର ଟଙ୍କା ଧାର ନେଇଥିଲେ। ହେଲେ ସେମାନେ ବାରମ୍ବାର ଟଙ୍କା ମାଗିବା ସତ୍ତ୍ବେ ଟଙ୍କା ପାଇ ନ ଥିଲେ। ପରେ ଅଭିଯୁକ୍ତମାନେ ଯୁବକଙ୍କୁ ଘରୁ ଉଠାଇ ଆଣିଥିଲେ। ପରବର୍ତ୍ତୀ ସମୟରେ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା କରି ପୋଖରୀ ନିକଟରେ ଫିଙ୍ଗି ଦେଇଥିଲେ। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।
The post ୪ହଜାର ଟଙ୍କା ପାଇଁ ଯୁବକଙ୍କୁ ହତ୍ୟା appeared first on Dharitri Odia News.