୪୦ ଜଣିଆ ବିଜେପିର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ

ଓଡ଼ିଶା ବିଜେପିର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ। ୪୦ ଜଣିଆ ପ୍ରଚାରକ ତାଲିକାରେ ଷ୍ଟାର କ୍ୟାମ୍ପେନର ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦ୍ବିତୀୟରେ ବିଜେପି ଜାତୀୟ ସଭାପତି ଜଗତ ପ୍ରକାଶ ନଡ୍ଡା ଥିବା ବେଳେ ତାଙ୍କ ପଛକୁ ରାଜନାଥ ସିଂ ରହିଛନ୍ତି। ୪ନଂ ସ୍ଥାନରେ ଅମିତ ଶାହା, ୫ ନଂ ସ୍ଥାନରେ ନୀତିନ ଗଡ଼କରୀ ରହିଛନ୍ତି। ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବାକୁ ଓଡ଼ିଶା ଆସିବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ […] The post ୪୦ ଜଣିଆ ବିଜେପିର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ appeared first on KNews Odisha.

୪୦ ଜଣିଆ ବିଜେପିର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ
bjp

ଓଡ଼ିଶା ବିଜେପିର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ। ୪୦ ଜଣିଆ ପ୍ରଚାରକ ତାଲିକାରେ ଷ୍ଟାର କ୍ୟାମ୍ପେନର ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦ୍ବିତୀୟରେ ବିଜେପି ଜାତୀୟ ସଭାପତି ଜଗତ ପ୍ରକାଶ ନଡ୍ଡା ଥିବା ବେଳେ ତାଙ୍କ ପଛକୁ ରାଜନାଥ ସିଂ ରହିଛନ୍ତି। ୪ନଂ ସ୍ଥାନରେ ଅମିତ ଶାହା, ୫ ନଂ ସ୍ଥାନରେ ନୀତିନ ଗଡ଼କରୀ ରହିଛନ୍ତି।

ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବାକୁ ଓଡ଼ିଶା ଆସିବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଭୂପେନ୍ଦ୍ର ଯାଦବ, ଅଶ୍ବିନୀ ବୈଷ୍ଣବ। କ୍ୟାମ୍ପେନର ତାଲିକାରେ ଅଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଜୁଏଲ ଓରାମ, ପ୍ରତାପ ଷଡ଼ଙ୍ଗୀ ଓ ବିଶ୍ବେଶ୍ବର ଟୁଡୁ। ଓଡିଶାର ସିନେ ତାରକା ଭାବେ ଅନୁଭବ ମହାନ୍ତି, ହରିହର ମହାପାତ୍ର, ପିଙ୍କି ପ୍ରଧାନ ଓ ଶ୍ରୀତମ ଦାସ ରହିଛନ୍ତି। ପୂର୍ବରୁ ବିଜେଡି ତାର ୪୦ ଜଣିଆ କ୍ୟାମ୍ପେନର ତାଲିକା ପ୍ରକାଶ କରିସାରିଛି।

The post ୪୦ ଜଣିଆ ବିଜେପିର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ appeared first on KNews Odisha.