୪୦ ଜିଲାରେ ପ୍ରବଳ ବର୍ଷାକୁ ନେଇ ଜାରି ହେଲା ସତର୍କ ସୂଚନା
ଲକ୍ଷ୍ନୌ,୪।୮: କିଛିଦିନ ପରେ ମୌସୁମୀ ପୁଣିଥରେ ଉତ୍ତରପ୍ରଦେଶରେ ପ୍ରବେଶ କରିଛି। ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଆଇଏମଡି ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରିଛି। ପାଣିପାଗ ବିଜ୍ଞାନୀଙ୍କ ଅନୁଯାୟୀ, ପ୍ରବଳ ବର୍ଷା ସହିତ ରାଜ୍ୟରେ ୨୦-୩୦କିଲୋମିଟର ବେଗରେ ପ୍ରବଳ ପବନ ବହିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଅନେକ ସ୍ଥାନରେ ୟେଲୋ ଆଲର୍ଟ ଜାରି କରାଯାଇଛି। ଆଗାମୀ ତିନି ଦିନ ପାଇଁ […] The post ୪୦ ଜିଲାରେ ପ୍ରବଳ ବର୍ଷାକୁ ନେଇ ଜାରି ହେଲା ସତର୍କ ସୂଚନା appeared first on Dharitri Odia News.
ଲକ୍ଷ୍ନୌ,୪।୮: କିଛିଦିନ ପରେ ମୌସୁମୀ ପୁଣିଥରେ ଉତ୍ତରପ୍ରଦେଶରେ ପ୍ରବେଶ କରିଛି। ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଆଇଏମଡି ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରିଛି। ପାଣିପାଗ ବିଜ୍ଞାନୀଙ୍କ ଅନୁଯାୟୀ, ପ୍ରବଳ ବର୍ଷା ସହିତ ରାଜ୍ୟରେ ୨୦-୩୦କିଲୋମିଟର ବେଗରେ ପ୍ରବଳ ପବନ ବହିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଅନେକ ସ୍ଥାନରେ ୟେଲୋ ଆଲର୍ଟ ଜାରି କରାଯାଇଛି। ଆଗାମୀ ତିନି ଦିନ ପାଇଁ ବର୍ଷା ସକ୍ରିୟ ରହିବ। ୭-୮ ଅଗଷ୍ଟ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ଅଛ। ୟୁପି ସହିତ ପଡୋଶୀ ରାଜ୍ୟ ଉତ୍ତରାଖଣ୍ଡ, ବିହାର, ପଶ୍ଚିମବଙ୍ଗ ଏବଂ ରାଜସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି। ଏତଦ ବ୍ୟତୀତ ମହାରାଷ୍ଟ୍ର, ଗୁଜୁରାଟ, ଝାଡ଼ଖଣ୍ଡ, କେରଳ ସମେତ ଅନେକ ରାଜ୍ୟରେ ବର୍ଷା ପାଇଁ ରେଡ ଆଲର୍ଟ ଜାରି କରାଯାଇଛି।
The post ୪୦ ଜିଲାରେ ପ୍ରବଳ ବର୍ଷାକୁ ନେଇ ଜାରି ହେଲା ସତର୍କ ସୂଚନା appeared first on Dharitri Odia News.