୪୦ ଟଙ୍କା ପାଇଁ ଜୀବନ ଗଲା

ଭଦ୍ରକ,୨୦ା୩(ସନାତନ ରାଉତ): ମାତ୍ର ୪୦ ଟଙ୍କା ପାଇଁ ଜଣେ ଗ୍ରାହକଙ୍କ ମାଡ଼ରେ ଦୋକାନୀଙ୍କର ଜୀବନ ଯାଇଛି। ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ଚରମ୍ପା ଅଞ୍ଚଳରେ। ଭଦ୍ରକ ବ୍ଲକ ସାବରଙ୍ଗ ଥାନା ବଣିଆ ଗ୍ରାମର ବିଜୟ ପଣ୍ଡା ଚରମ୍ପା ପଥରଆଡ଼ିରେ ଏକ ତେଜରାତି ଦୋକାନ କରିଥିଲେ। ବୁଧବାର ସକାଳେ ଦୋକାନ ଖୋଲିବା ପରେ ଚରମ୍ପା ୨ ନଂ ଓ୍ବାର୍ଡର କାମେଶ ପରିଡ଼ା ସଉଦା ନେବାକୁ ଆସିଥିଲେ। ସଉଦା ନେବା ପରେ ସଉଦା ବାବଦକୁ ୧୮୦ ଟଙ୍କା […] The post ୪୦ ଟଙ୍କା ପାଇଁ ଜୀବନ ଗଲା appeared first on Dharitri Odia News.

୪୦ ଟଙ୍କା ପାଇଁ ଜୀବନ ଗଲା

ଭଦ୍ରକ,୨୦ା୩(ସନାତନ ରାଉତ): ମାତ୍ର ୪୦ ଟଙ୍କା ପାଇଁ ଜଣେ ଗ୍ରାହକଙ୍କ ମାଡ଼ରେ ଦୋକାନୀଙ୍କର ଜୀବନ ଯାଇଛି। ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ଚରମ୍ପା ଅଞ୍ଚଳରେ। ଭଦ୍ରକ ବ୍ଲକ ସାବରଙ୍ଗ ଥାନା ବଣିଆ ଗ୍ରାମର ବିଜୟ ପଣ୍ଡା ଚରମ୍ପା ପଥରଆଡ଼ିରେ ଏକ ତେଜରାତି ଦୋକାନ କରିଥିଲେ। ବୁଧବାର ସକାଳେ ଦୋକାନ ଖୋଲିବା ପରେ ଚରମ୍ପା ୨ ନଂ ଓ୍ବାର୍ଡର କାମେଶ ପରିଡ଼ା ସଉଦା ନେବାକୁ ଆସିଥିଲେ। ସଉଦା ନେବା ପରେ ସଉଦା ବାବଦକୁ ୧୮୦ ଟଙ୍କା ବଦଳରେ ଫୋନ୍‌ ପେ’ ରେ ୧୪୦ ଟଙ୍କା ଦେଇ ପଳାଇ ଯାଉଥିଲେ। ଦୋକାନୀ ବିଜୟ ଆଉ ୪୦ ଟଙ୍କା ଦେବାକୁ ତାଙ୍କୁ ଡାକିଥିଲେ।  ସକାଳୁ ବଇନି ହୋଇନାହିଁ ୪୦ ଟଙ୍କା ବାକି ଦେବି ନାହିଁ କହିଥିଲେ। ଉଭୟଙ୍କ ମଧ୍ୟରେ ଏହି କଥାରୁ ଯୁକ୍ତିତର୍କ ପରେ କାମେଶ ରାଗିଯାଇ ବିଜୟଙ୍କୁ ଧକ୍କା ମାରିଥିଲେ। ବିଜୟ ତଳେ ପଡ଼ିଯିବା ସହ ସଂଜ୍ଞାହୀନ ହୋଇ ଯାଇଥିଲେ। ପାଖ ଦୋକାନୀମାନେ ତାଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ନେଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ତାଙ୍କ ପୁତୁରା ନଳିନୀ କୁମାର ପଣ୍ଡା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ମୃତଦେହ ବ୍ୟବଚ୍ଛେଦ କରିବା ସହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

The post ୪୦ ଟଙ୍କା ପାଇଁ ଜୀବନ ଗଲା appeared first on Dharitri Odia News.