୪୦ ହଜାର ବଙ୍ଗୀୟ ଭୋଟରଙ୍କ ଉପରେ ପ୍ରାର୍ଥୀଙ୍କ ନଜର,

ମହାକାଳପଡ଼ା,୨୭ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ମହାକାଳପଡ଼ା ବ୍ଲକର ୩୧ ଓ ମାର୍ଶାଘାଇ ବ୍ଲକର ୧୭ ପଞ୍ଚାୟତକୁ ମିଶାଇ ମୋଟ ୪୮ ପଞ୍ଚାୟତରେ ୨ ଲକ୍ଷ ୫୩ ହଜାରରୁ ଅଧିକ ଭୋଟର ରହିଛନ୍ତି। ତେବେ ସମୁଦ୍ରକୂଳିଆ ପଞ୍ଚାୟତ ଭାବେ ପରିଚିତ ବତୀଘର, ଖରିନାଶି, ରାମନଗର, ଜମ୍ବୁ, ସୁନିତି, ନାଞ୍ଜୁରା, କେବି ଦାଣ୍ଡୁଆ, ବଉଳକଣି, ପେଟଛେଲା ଆଦି ପଞ୍ଚାୟତରେ ୪୦ ହଜାରରୁ ଅଧିକ ବଙ୍ଗୀୟ ଭୋଟର ରହିଛନ୍ତି। ଏହି ଭୋଟକୁ ହାତେଇବା ପାଇଁ ବିଭିନ୍ନ […] The post ୪୦ ହଜାର ବଙ୍ଗୀୟ ଭୋଟରଙ୍କ ଉପରେ ପ୍ରାର୍ଥୀଙ୍କ ନଜର, appeared first on Dharitri Odia News.

୪୦ ହଜାର ବଙ୍ଗୀୟ ଭୋଟରଙ୍କ ଉପରେ ପ୍ରାର୍ଥୀଙ୍କ ନଜର,

ମହାକାଳପଡ଼ା,୨୭ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ମହାକାଳପଡ଼ା ବ୍ଲକର ୩୧ ଓ ମାର୍ଶାଘାଇ ବ୍ଲକର ୧୭ ପଞ୍ଚାୟତକୁ ମିଶାଇ ମୋଟ ୪୮ ପଞ୍ଚାୟତରେ ୨ ଲକ୍ଷ ୫୩ ହଜାରରୁ ଅଧିକ ଭୋଟର ରହିଛନ୍ତି। ତେବେ ସମୁଦ୍ରକୂଳିଆ ପଞ୍ଚାୟତ ଭାବେ ପରିଚିତ ବତୀଘର, ଖରିନାଶି, ରାମନଗର, ଜମ୍ବୁ, ସୁନିତି, ନାଞ୍ଜୁରା, କେବି ଦାଣ୍ଡୁଆ, ବଉଳକଣି, ପେଟଛେଲା ଆଦି ପଞ୍ଚାୟତରେ ୪୦ ହଜାରରୁ ଅଧିକ ବଙ୍ଗୀୟ ଭୋଟର ରହିଛନ୍ତି। ଏହି ଭୋଟକୁ ହାତେଇବା ପାଇଁ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଅଣ୍ଟା ଭିଡ଼ିଛନ୍ତି।
ଏହି ପଞ୍ଚାୟତରେ ଶାସକ ଦଳର ପ୍ରଭାବ ଥିବାବେଳେ କଂଗ୍ରେସ ଓ ଭାଜପାର ନେତାମାନେ ତୁହାକୁ ତୁହା ବୈଠକ କରୁଛନ୍ତି। ଏହି ଅଞ୍ଚଳରେ ବହୁସଂଖ୍ୟାରେ ଗରିବ, ଖଟିଖିଆ, କୃଷକ, ମୂଲିଆ, ଆଦିବାସୀ ଓ ମତ୍ସ୍ୟଜୀବୀ ରହିଛନ୍ତି। ୨୦୦୯ରୁ କ୍ରମାଗତ ବିଜୟୀ ହୋଇଆସୁଥିବା ବିଜେଡିର ବିଧାୟକ ଅତନୁ ସବ୍ୟସାଚୀ ନାୟକ ଏଥର ମଧ୍ୟ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଭାଜପା ପ୍ରାର୍ଥୀ ଯୁବ ନେତା ଦୁର୍ଗା ପ୍ରସନ୍ନ ନାୟକ ଓ କଂଗ୍ରେସର ନବାଗତ ଯୁବପ୍ରାର୍ଥୀ ଲୋକନାଥ ମହାରଥୀ। ବିଜେଡି ବିଧାୟକ ପ୍ରାର୍ଥୀ ନାୟକ ୨୪ ବର୍ଷର ରାଜନୈତିକ ଅନୁଭୂତିକୁ ପାଥେୟକରି ଗୋଟିଚାଳନା କରୁଛନ୍ତି। ସେହିପରି ନବାଗତ ଭାଜପା ପ୍ରାର୍ଥୀ ନାୟକ ଓ କଂଗ୍ରେସ ପ୍ରାର୍ଥୀ ମହାରଥୀ ମଧ୍ୟ ମାପି ଚୁପି ଗୋଟିଚାଳନା କରୁଛନ୍ତି। ପ୍ରାର୍ଥୀମାନେ  ସେମାନଙ୍କ ଦଳର କର୍ମୀମାନଙ୍କୁ ନେଇ ଛୋଟ ବଡ଼ ବୈଠକ କରୁଥିବା ଦେଖିବାକୁ ମିଳୁଛି। ବିଶେଷକରି ମହିଳା ଗୋଷ୍ଠୀର ସଦସ୍ୟମାନେ ନିଜ ନିଜ ସପକ୍ଷ ପ୍ରାର୍ଥୀମାନଙ୍କ ପାଇଁ ବୈଠକ କରୁଥିବା ନଜରକୁ ଆସିଛି। ପ୍ରବାସରେ ଥିବା ବ୍ୟକ୍ତି, କାମଧନ୍ଦା କରିବାକୁ ଯାଇଥିବା ଭୋଟରମାନେ ଏବେଠୁ ଘରବାହୁଡ଼ା କରୁଥିବା ଦେଖିବାକୁ ମିଳୁଛି।

The post ୪୦ ହଜାର ବଙ୍ଗୀୟ ଭୋଟରଙ୍କ ଉପରେ ପ୍ରାର୍ଥୀଙ୍କ ନଜର, appeared first on Dharitri Odia News.