୪୩ ବର୍ଷ ପରେ ପାଇଲେ ଭାରତୀୟ ନାଗରିକତା, କରାଚିରେ ହୋଇଥିଲା ଜନ୍ମ

ନୂଆଦିଲ୍ଲୀ: ଦେଶରେ ବିଦେଶୀଙ୍କୁ ନାଗରିକତା ମିଳିବା ସବୁବେଳେ ଏକ ଚର୍ଚ୍ଚିତ ପ୍ରସଙ୍ଗ ରହିଆସିଛି। ଏହାକୁ ନେଇ ଅନେକ ସମୟରେ ବିବାଦ ଦେଖିବାକୁ ମିଳିଥିବାବେଳେ, ସିଏଏ ଭଳି ବଡ଼ ପଦକ୍ଷେପ ମଧ୍ୟ ନିଆଯାଇଛି । ହେଲେ ଏସବୁ ମଧ୍ୟରେ ଦେଖିବାକୁ ମିଳିଛି ଏକ ଭଲ ଖବର। କରାଚିରେ ଜନ୍ମିତ ସେନ ସାବାଷ୍ଟିଆନ ପେରିରାଙ୍କୁ ମିଳିଛି ଭାରତର ନାଗରିକତ୍ବ। ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ମଙ୍ଗଳବାର ତାଙ୍କୁ ନାଗରିକତାର ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ନାଗରିକ ସଂଶୋଧନ ଆଇନ ଅନୁଯାୟୀ ତାଙ୍କୁ ଭାରତର ନାଗରିକତା ମିଳିଛି। ସେନ ହେଉଛନ୍ତି ଉତ୍ତର ଗୋଆର ଅଞ୍ଜୁନାରେ ଡିମେଲ୍ଲୋ ଓ୍ବାଡୋର ବାସିନ୍ଦା। ସେ କହିଛନ୍ତି ତାଙ୍କ ପରିବାର କୌଣସି କାରଣରୁ କରାଚୀ ଚାଲିଯାଇଥିଲେ, ସେଠାରେ ୧୯୮୧ ମସିହା ଅଗଷ୍ଟରେ ତାଙ୍କର ଜନ୍ମ ହୋଇଥିଲା। ଆଉ ଜନ୍ମର ମାତ୍ର ୪ ମାସରେ ସେମାନେ ଗୋଆ ଫେରିଆସିଥିଲେ। ଆଉ ସେବେଠାରୁ ହିଁ ସେ ତାଙ୍କର ପୈତୃକ ଗାଁରେ ହିଁ ବସବାସ କରୁଛନ୍ତି। ସେ ଏଠାରେ ହିଁ ନିଜର ସ୍କୁଲ ଶିକ୍ଷା ସାରିଥିଲେ। ୨୦୧୨ରେ ସେନ ଭାରତୀୟ ନାଗରିକ ମାରିୟା ଗ୍ଲୋରିୟା ଫର୍ଣ୍ଣାଣ୍ଡିଜ୍‌ଙ୍କୁ ବିବାହ କରିଥିଲେ। ଏସବୁ ସତ୍ତ୍ବେ ମଧ୍ୟ ତାଙ୍କୁ ଭାରତୀୟ ନାଗରିକତ୍ବ ପାଇଁ ୪୩ ବର୍ଷ ସମୟ ଲାଗିଥିଲା। ତେବେ ପାକିସ୍ତାନରୁ ଆସି ଗୋଆର ନାଗରିକତ୍ବ ପାଇବାରେ ସେନ ହେଉଛନ୍ତି ଗୋଆର ଦ୍ବିତୀୟ ବ୍ୟକ୍ତି । ଏହା ପୂର୍ବରୁ ଅଗଷ୍ଟରେ ଜେସେଫ ଫ୍ରା

୪୩ ବର୍ଷ ପରେ ପାଇଲେ ଭାରତୀୟ ନାଗରିକତା, କରାଚିରେ ହୋଇଥିଲା ଜନ୍ମ

ନୂଆଦିଲ୍ଲୀ: ଦେଶରେ ବିଦେଶୀଙ୍କୁ ନାଗରିକତା ମିଳିବା ସବୁବେଳେ ଏକ ଚର୍ଚ୍ଚିତ ପ୍ରସଙ୍ଗ ରହିଆସିଛି। ଏହାକୁ ନେଇ ଅନେକ ସମୟରେ ବିବାଦ ଦେଖିବାକୁ ମିଳିଥିବାବେଳେ, ସିଏଏ ଭଳି ବଡ଼ ପଦକ୍ଷେପ ମଧ୍ୟ ନିଆଯାଇଛି । ହେଲେ ଏସବୁ ମଧ୍ୟରେ ଦେଖିବାକୁ ମିଳିଛି ଏକ ଭଲ ଖବର। କରାଚିରେ ଜନ୍ମିତ ସେନ ସାବାଷ୍ଟିଆନ ପେରିରାଙ୍କୁ ମିଳିଛି ଭାରତର ନାଗରିକତ୍ବ। ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ମଙ୍ଗଳବାର ତାଙ୍କୁ ନାଗରିକତାର ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ନାଗରିକ ସଂଶୋଧନ ଆଇନ ଅନୁଯାୟୀ ତାଙ୍କୁ ଭାରତର ନାଗରିକତା ମିଳିଛି। 

ସେନ ହେଉଛନ୍ତି ଉତ୍ତର ଗୋଆର ଅଞ୍ଜୁନାରେ ଡିମେଲ୍ଲୋ ଓ୍ବାଡୋର ବାସିନ୍ଦା। ସେ କହିଛନ୍ତି ତାଙ୍କ ପରିବାର କୌଣସି କାରଣରୁ କରାଚୀ ଚାଲିଯାଇଥିଲେ, ସେଠାରେ ୧୯୮୧ ମସିହା ଅଗଷ୍ଟରେ ତାଙ୍କର ଜନ୍ମ ହୋଇଥିଲା। ଆଉ ଜନ୍ମର ମାତ୍ର ୪ ମାସରେ ସେମାନେ ଗୋଆ ଫେରିଆସିଥିଲେ। ଆଉ ସେବେଠାରୁ ହିଁ ସେ ତାଙ୍କର ପୈତୃକ ଗାଁରେ ହିଁ ବସବାସ କରୁଛନ୍ତି। ସେ ଏଠାରେ ହିଁ ନିଜର ସ୍କୁଲ ଶିକ୍ଷା ସାରିଥିଲେ। ୨୦୧୨ରେ ସେନ ଭାରତୀୟ ନାଗରିକ ମାରିୟା ଗ୍ଲୋରିୟା ଫର୍ଣ୍ଣାଣ୍ଡିଜ୍‌ଙ୍କୁ ବିବାହ କରିଥିଲେ। ଏସବୁ ସତ୍ତ୍ବେ ମଧ୍ୟ ତାଙ୍କୁ ଭାରତୀୟ ନାଗରିକତ୍ବ ପାଇଁ ୪୩ ବର୍ଷ ସମୟ ଲାଗିଥିଲା। 

ତେବେ ପାକିସ୍ତାନରୁ ଆସି ଗୋଆର ନାଗରିକତ୍ବ ପାଇବାରେ ସେନ ହେଉଛନ୍ତି ଗୋଆର ଦ୍ବିତୀୟ ବ୍ୟକ୍ତି । ଏହା ପୂର୍ବରୁ ଅଗଷ୍ଟରେ ଜେସେଫ ଫ୍ରାନ୍ସିସ ପେରିରା ନାମକ ଜଣେ ପାକିସ୍ତାନ ବ୍ୟକ୍ତି ମଧ୍ୟ ଭାରୀୟ ନାଗରିକତ୍ବ ପାଇଥିଲେ। ଶେଷରେ ସେ କହିଛନ୍ତି, ଏତେ ଥର ଆବେଦନ କରିବା ସତ୍ତ୍ବେ ମଧ୍ୟ ତାଙ୍କୁ ନାଗରିକତ୍ବ ମିଳିନଥିଲା ହେଲେ, ନିକଟରେ ଜୋସେଫ ପେରିରାଙ୍କ ଠାରୁ ନାଗରିକତା ମିଳିବା ପରେ ତାଙ୍କ ଠାରୁ ଅନୁପ୍ରାଣିତ ହୋଇ ପୁନଃ ନାଗରିକତା ଆବେଦନ କରିଥିଲେ। ଆଉ ଏଥର ତାଙ୍କୁ ନାଗରିକତା ମିଳିଥିଲା।