୪୩,୦୦୦କୋଟି ନିବେଶକରିବ ଟାଟା ମୋଟର୍ସ
ନୂଆଦିଲ୍ଲୀ,୨୦।୫ (ଅଭୟ ଦାଶ): ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ଟାଟା ଗ୍ରୁପ୍ର ଅଗ୍ରଣୀ ସଂସ୍ଥା ଟାଟା ମୋଟର୍ସ ୨୦୨୪-୨୫ ଆର୍ଥକ ବର୍ଷରେ ପ୍ରାୟ ୪୩,୦୦୦ କୋଟି ଟଙ୍କା ନିବେଶକରିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ଏହି ନିବେଶ ବ୍ରାଣ୍ଡ୍ର ଉତ୍ପାଦ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିନିଯୋଗ କରିବ। ସେହିଭଳି ୨୦୨୩-୨୪ ଆର୍ଥିକ ବର୍ଷରେ କମ୍ପାନୀ ପ୍ରାୟ ୪୧,୨୦୦ କୋଟି ଟଙ୍କା ବିନିଯୋଗ କରିଥିଲାବେଳେ ଚଳିତ ଆର୍ଥିକ ବର୍ଷର ବିନିଯୋଗ ୨୦୦୦ କୋଟି […] The post ୪୩,୦୦୦କୋଟି ନିବେଶକରିବ ଟାଟା ମୋଟର୍ସ appeared first on Dharitri Odia News.
ନୂଆଦିଲ୍ଲୀ,୨୦।୫ (ଅଭୟ ଦାଶ): ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ଟାଟା ଗ୍ରୁପ୍ର ଅଗ୍ରଣୀ ସଂସ୍ଥା ଟାଟା ମୋଟର୍ସ ୨୦୨୪-୨୫ ଆର୍ଥକ ବର୍ଷରେ ପ୍ରାୟ ୪୩,୦୦୦ କୋଟି ଟଙ୍କା ନିବେଶକରିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ଏହି ନିବେଶ ବ୍ରାଣ୍ଡ୍ର ଉତ୍ପାଦ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିନିଯୋଗ କରିବ। ସେହିଭଳି ୨୦୨୩-୨୪ ଆର୍ଥିକ ବର୍ଷରେ କମ୍ପାନୀ ପ୍ରାୟ ୪୧,୨୦୦ କୋଟି ଟଙ୍କା ବିନିଯୋଗ କରିଥିଲାବେଳେ ଚଳିତ ଆର୍ଥିକ ବର୍ଷର ବିନିଯୋଗ ୨୦୦୦ କୋଟି ଅଧିକ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। କାରଣ କମ୍ପାନୀ ବ୍ରିଟିଶ ଆର୍ମ ଜାଗୁଆର ଲ୍ୟାଣ୍ଡ ରୋଭର (ଜେଏଲ୍ଆର୍) କ୍ଷେତ୍ରରେ ପ୍ରାୟ ୩୫,୦୦୦କୋଟି ଟଙ୍କା ବିନିଯୋଗ ହେବ। ଏହା ମୋଟ ବିନିଯୋଗର ସିଂହ ଭାଗ ହେବ ବୋଲି ଆଶା କରାଯାଉଛି।
ସେହିପରି ୨୦୨୩-୨୪ ଆର୍ଥିକ ବର୍ଷରେ ଜେଏଲ୍ଆର୍ର ବିନିଯୋଗ ପ୍ରାୟ ୩୩,୦୦୦କୋଟି ଟଙ୍କା ହୋଇଥିବାବେଳେ ଟାଟା ମୋଟର୍ସରେ ପ୍ରାୟ ୮୦୦୦ କୋଟି ଟଙ୍କା ବିନିଯୋଗ ହୋଇଥିଲା। ଏପରିକି ୨୦୨୪-୨୫ ଆର୍ଥିକ ବର୍ଷରେ ଜେଏଲ୍ଆର୍ରେ ନିବେଶ ପ୍ରାୟ ୬% ବୃଦ୍ଧି ପାଇବାକୁ ଥିବାବେଳେ ଟାଟା ମୋଟର୍ସରେ ସମାନ(ଫ୍ଲାଟ୍) ପରିମାଣରେ ବିନିଯୋଗ ହେବ ବୋଲି ଟାଟା ମୋଟର୍ସର ଗ୍ରୁପ୍ ସିଏଫ୍ଓ ପି.ବି.ବାଲାଜୀ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ସେହିଭଳି କମ୍ପାନୀର ଉତ୍ପାଦ ଯୋଜନା ଏକାଠି ହେଉଥିବାରୁ ଜେଏଲ୍ଆର୍ର ନିବେଶ ଏକ ପ୍ରମୁଖ ଭାଗ ହାସଲ କରିବ। ଏପରିକି ସେ କହିଛନ୍ତି, ବିନିଯୋଗ ହେଉଛି ଜେଏଲ୍ଆର୍ ଏବଂ ଟାଟା ମୋଟର୍ସ ପାଇଁ ଉତ୍ପାଦ ଏବଂ ପ୍ରଯୁକ୍ତିବିଦ୍ୟା ବିଷୟରେ ବିକଶିତ କରିବା ସହ ଜେଏଲ୍ଆର୍ ଚଳିତ ବର୍ଷ ବଜାରରେ ରେଞ୍ଜ ରୋଭର ବିଇଭି ଏବଂ ଡିଫେଣ୍ଡର ଅକ୍ଟା ଭଳି ମଡେଲ ଲଞ୍ଚ କରିବ।
ଅପରପକ୍ଷରେ ଶେରେଖାନ୍ ବିଶ୍ଳେଷକମାନେ କହିଛନ୍ତି, ଚଳିତ ଆର୍ଥିକ ବର୍ଷରେ କାପେକ୍ସ ୩.୫ ବିଲିୟନ ହେବ ବୋଲି ଆଶା କରାଯାଉଛି। ବର୍ତ୍ତମାନର ନେଟ୍ ଋଣ ତୁଳନାରେ ଜେଏଲ୍ଆର୍ ନେଟ୍ ଋଣମୁକ୍ତ ହେବ ବୋଲି ଆଶା କରାଯାଉଛି। ଏପରିକି ଜେଏଲ୍ଆର୍ ଚଳିତ ଆର୍ଥିକ ବର୍ଷର ପ୍ରଥମ ତୈମାସିକ ମଧ୍ୟରେ ପୁଞ୍ଜି ଲାଭ ବ୍ରେକ୍ଭେନ୍ ସ୍ତରରେ ମାଗଣା ନଗଦ ଦେଖିପାରିଛନ୍ତି। ସେହିପରି ୨୦୨୩-୨୪ ଆର୍ଥିକ ବର୍ଷର ଅକ୍ଟୋବର-ଡିସେମ୍ବର ତ୍ରୈମାସରେ ଜେଏଲ୍ଆର୍ର ନେଟ୍ ଋଣ ୧.୫୭ ବିଲିୟନରୁ ୭୩୨ ମିଲିୟନକୁ ହ୍ରାସ ପାଇଛି। ଭାରତୀୟ ଅଟୋ ଅପରେଶନ ବର୍ତ୍ତମାନ ନେଟ୍ ଋଣମୁକ୍ତର ସମାନ ସ୍ଥିତି ହାସଲ କରିବା ପାଇଁ ଏକତ୍ରିତ (ଅଟୋ) ସ୍ତରର ନେଟ୍ ଋଣ ଆଶାରେ ରହିଛି।
ସେହିପରି ମୋତିଲାଲ ଓସ୍ୱାଲ ବିଶ୍ଳେଷକମାନେ କହିଛନ୍ତି, ବଜାର ଚାହିଦା ଉତ୍ପାଦନ, ମିଶ୍ରଣକୁ ସ୍ବାଭାବିକ କରିବା ଏବଂ ଇଭି ରାମ୍ପରେ ବିନିଯୋଗ ହେତୁ ଖର୍ଚ୍ଚ ଚାପକୁ ଦୃଷ୍ଟିରେ ରଖି ଜେଏଲ୍ଆର୍ ମାର୍ଜିନ ଉପରେ ସ୍ଥିର ରହିବ ବୋଲି ଆମେ ଆଶା କରୁଛୁ, ଯାହା ମାର୍ଜିନ ହ୍ରାସ ହେବା ସମ୍ଭାବନା ରହିଛି। ବିଶ୍ଳେଷକମାନେ ଆଶା କରୁଛନ୍ତି ଯେ ଇଣ୍ଡିଆ ପିଭି ବ୍ୟବସାୟ ଚଳିତ ବର୍ଷର ଶେଷ ଭାଗରେ କର୍ଭଭ (ଏସ୍ୟୁଭି) ଏବଂ ଆସନ୍ତା ବର୍ଷ ସିଆର୍ ଭଳି ମଡେଲ୍ ଲଞ୍ଚ ସହିତ କାରବାର ବୃଦ୍ଧି ପାଇବ।
The post ୪୩,୦୦୦କୋଟି ନିବେଶକରିବ ଟାଟା ମୋଟର୍ସ appeared first on Dharitri Odia News.