୪୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ କୁଲଦୀପ
ଧର୍ମଶାଳା,୭।୩: ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପଞ୍ଚମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୧୮ ରନ୍ରେ ଅଲଆଉଟ୍ ହୋଇଛି। ଇଂଲଣ୍ଡ ବିପକ୍ଷରେ ନିଜର ସ୍ପିନ ଶୈଳୀ ବଜାୟ ରଖି କୁଲଦୀପ ଯାଦବ ପଞ୍ଚମ ଟେଷ୍ଟରେ ୫ଟି ଉଇକେଟ ନେଇଥିଲେ। ଏଥି ସହ କୁଲଦୀପ ସର୍ବାଧିକ ଉଇକେଟ ନେବାରେ ଭାରତର ୧୭ତମ ଖେଳାଳି ହୋଇଥିଲେ। ବିଶନ ସିଂ ବେଦୀଙ୍କ ୪୫ ବର୍ଷ ପୁରୁଣା […] The post ୪୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ କୁଲଦୀପ appeared first on Dharitri Odia News.
ଧର୍ମଶାଳା,୭।୩: ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପଞ୍ଚମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୧୮ ରନ୍ରେ ଅଲଆଉଟ୍ ହୋଇଛି। ଇଂଲଣ୍ଡ ବିପକ୍ଷରେ ନିଜର ସ୍ପିନ ଶୈଳୀ ବଜାୟ ରଖି କୁଲଦୀପ ଯାଦବ ପଞ୍ଚମ ଟେଷ୍ଟରେ ୫ଟି ଉଇକେଟ ନେଇଥିଲେ। ଏଥି ସହ କୁଲଦୀପ ସର୍ବାଧିକ ଉଇକେଟ ନେବାରେ ଭାରତର ୧୭ତମ ଖେଳାଳି ହୋଇଥିଲେ। ବିଶନ ସିଂ ବେଦୀଙ୍କ ୪୫ ବର୍ଷ ପୁରୁଣା ରେକର୍ଡ ରହିଛି। ବିଶନ ସିଂ ୭୭ଟି ଅନ୍ତର୍ଜାତୀୟ ମ୍ୟାଚରେ ମୋଟ ୨୭୩ ଉଇକେଟ ନେଇଥିଲେ। ଟେଷ୍ଟରେ ୨୬୭ ଉଇକେଟ୍ ନେଇଥିବାବେଳେ ଦିନିକିଆ ୬ଟି ଉଇକେଟ୍ ନେଇଥିଲେ। ଏଭଳି ପରିସ୍ଥିତିରେ ଧର୍ମଶାଳାରେ ଇଂଲଣ୍ଡ ବିପକ୍ଷରେ ଦୁଇଟି ଉଇକେଟ ନେଇ କୁଲଦୀପ ତାଙ୍କ ରେକର୍ଡ ଭାଙ୍ଗିଛନ୍ତି। ଏପର୍ଯ୍ୟନ୍ତ କୁଲଦୀପ ୧୫୦ ଟି ମ୍ୟାଚ ଖେଳି ୨୭୫ ଉଇକେଟ ନେଇଛନ୍ତି।
The post ୪୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ କୁଲଦୀପ appeared first on Dharitri Odia News.