୪୫ ବର୍ଷୀୟା ରଚେଲ୍ ରିଭସ୍ ବ୍ରିଟେନ୍ର ପ୍ରଥମ ମହିଳା ଅର୍ଥ ମନ୍ତ୍ରୀ
ନୂଆଦିଲ୍ଲୀ: ବର୍ଷ ବର୍ଷର ଅପେକ୍ଷା ପରେ ବ୍ରିଟେନରେ କ୍ଷମତାକୁ ଫେରିଛି ଲେବର ପାର୍ଟି। କିର ଷ୍ଟାର୍ମର୍ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏହି ଐତିହାସିକ ବିଜୟ ପରେ ଷ୍ଟାର୍ମର୍ ଏକ ନେଇଛନ୍ତି ବଡ଼ ପଦକ୍ଷେପ। ବ୍ରିଟେନର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ହୋଇଛନ୍ତି ପୂର୍ବତନ ଚେସ ଚାମ୍ପିଅନ୍ ତଥା ବ୍ୟାଙ୍କ ଅଫ୍ ଇଂଲଣ୍ଡର ଅର୍ଥନୀତିଜ୍ଞ ରଚେଲ୍ ରିଭସ୍। ସେ ବ୍ରିଟେନର ଆର୍ଥିକ ଗତିକୁ ଶୃଙ୍ଖଳିତ ଭାବେ ପ୍ରସ୍ତୁତ କରି ଦେଶର ଅର୍ଥନୀତିକୁ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।It is the honour of my life to have been appointed Chancellor of the Exchequer.Economic growth was the Labour Party’s mission. It is now a national mission.Let’s get to work. pic.twitter.com/PchJFePDJa— Rachel Reeves (@RachelReevesMP) July 5, 2024ଗୁରୁବାର ବ୍ରିଟେନର ସାଧାରଣ ନିର୍ବାଚନରେ ବାମପନ୍ଥୀ ଲେବର ପାର୍ଟିର ବିଜୟ ପରେ ୪୫ ବର୍ଷୀୟା ରିଭସ୍ ଏବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିବେ। ନୂତନ ପ୍ରଧାନମନ୍ତ୍ରୀ କିର ଷ୍ଟାରମଙ୍କ ନିଯୁକ୍ତି ପରେ ରିଭସ୍ ସୋସିଆଲ୍ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି ଯେ, ଅର୍ଥମନ୍ତ୍ରୀ ଭାବରେ ନିଯୁକ୍ତ ହେବା ମୋ ଜୀବନର ସମ୍ମାନ। ପ୍ରତ୍ୟେକ ଯୁବତୀ ଏବଂ ମହିଳା ଆଜି ଆପଣଙ୍କୁ ଦେଖାଇବାକୁ ଦିଅନ୍ତୁ ଯେ ଆପଣଙ୍କର ଅଭିଳାଷର କୌଣସି ସୀମା ରହିବା
ନୂଆଦିଲ୍ଲୀ: ବର୍ଷ ବର୍ଷର ଅପେକ୍ଷା ପରେ ବ୍ରିଟେନରେ କ୍ଷମତାକୁ ଫେରିଛି ଲେବର ପାର୍ଟି। କିର ଷ୍ଟାର୍ମର୍ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏହି ଐତିହାସିକ ବିଜୟ ପରେ ଷ୍ଟାର୍ମର୍ ଏକ ନେଇଛନ୍ତି ବଡ଼ ପଦକ୍ଷେପ। ବ୍ରିଟେନର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ହୋଇଛନ୍ତି ପୂର୍ବତନ ଚେସ ଚାମ୍ପିଅନ୍ ତଥା ବ୍ୟାଙ୍କ ଅଫ୍ ଇଂଲଣ୍ଡର ଅର୍ଥନୀତିଜ୍ଞ ରଚେଲ୍ ରିଭସ୍। ସେ ବ୍ରିଟେନର ଆର୍ଥିକ ଗତିକୁ ଶୃଙ୍ଖଳିତ ଭାବେ ପ୍ରସ୍ତୁତ କରି ଦେଶର ଅର୍ଥନୀତିକୁ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।
It is the honour of my life to have been appointed Chancellor of the Exchequer.
Economic growth was the Labour Party’s mission. It is now a national mission.
Let’s get to work. pic.twitter.com/PchJFePDJa— Rachel Reeves (@RachelReevesMP) July 5, 2024
ଗୁରୁବାର ବ୍ରିଟେନର ସାଧାରଣ ନିର୍ବାଚନରେ ବାମପନ୍ଥୀ ଲେବର ପାର୍ଟିର ବିଜୟ ପରେ ୪୫ ବର୍ଷୀୟା ରିଭସ୍ ଏବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିବେ। ନୂତନ ପ୍ରଧାନମନ୍ତ୍ରୀ କିର ଷ୍ଟାରମଙ୍କ ନିଯୁକ୍ତି ପରେ ରିଭସ୍ ସୋସିଆଲ୍ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି ଯେ, ଅର୍ଥମନ୍ତ୍ରୀ ଭାବରେ ନିଯୁକ୍ତ ହେବା ମୋ ଜୀବନର ସମ୍ମାନ। ପ୍ରତ୍ୟେକ ଯୁବତୀ ଏବଂ ମହିଳା ଆଜି ଆପଣଙ୍କୁ ଦେଖାଇବାକୁ ଦିଅନ୍ତୁ ଯେ ଆପଣଙ୍କର ଅଭିଳାଷର କୌଣସି ସୀମା ରହିବା ଉଚିତ୍ ନୁହେଁ। ଆର୍ଥିକ ବିକାଶ ହେଉଛି ଲେବର ପାର୍ଟିର ମିଶନ ବୋଲି ରିଭସ୍ କହିଛନ୍ତି।