୪୮ ଘଣ୍ଟାରେ ୧୨ ବିମାନକୁ ଆସିଲାଣି ବୋମା ଧମକ, କଲ୍‌ କରି…

ନୂଆଦିଲ୍ଲୀ,୧୬ା୧୦: ବିମାନରେ ବୋମା ଥିବା ନେଇ ମିଛ ଧମକ କଲ୍‌ ବାରମ୍ବାର ଆସୁଛି। ଆଜି ପୁଣି ୨ଟି ବିମାନକୁ ବୋମା ଥିବା କଲ୍‌ ପରେ ଛନକା ପଶିଛି। ମୁମ୍ବାଇ-ଦିଲ୍ଲୀ ଇଣ୍ଡିଗୋ ଏବଂ ଦିଲ୍ଲୀ-ବେଙ୍ଗାଲୁରୁ ଆକାଶ ଏୟାର୍‌ ବିମାନକୁ ଧମକ ଆସିଛି। ବୋମା ଥିବା ସୂଚନା ମିଳିବା ପରେ ପରେ ଇଣ୍ଡିଗୋ ଅହମ୍ମଦାବାଦ, ଆକାଶ ଦିଲ୍ଲୀ ଫେରିଯାଇଛି। ଗତ ୪୮ ଘଣ୍ଟା ମଧ୍ୟରେ ମୋଟ୍‌ ୧୨ଟି ବିମାନକୁ ଏମିତି ବୋମା ଧମକ କଲ୍‌ ଆସିଲାଣି। ଏହାପୂର୍ବରୁ ମୁମ୍ବାଇରୁ ଦିଲ୍ଲୀ […] The post ୪୮ ଘଣ୍ଟାରେ ୧୨ ବିମାନକୁ ଆସିଲାଣି ବୋମା ଧମକ, କଲ୍‌ କରି… appeared first on Dharitri Odia News.

୪୮ ଘଣ୍ଟାରେ ୧୨ ବିମାନକୁ ଆସିଲାଣି ବୋମା ଧମକ, କଲ୍‌ କରି…

ନୂଆଦିଲ୍ଲୀ,୧୬ା୧୦: ବିମାନରେ ବୋମା ଥିବା ନେଇ ମିଛ ଧମକ କଲ୍‌ ବାରମ୍ବାର ଆସୁଛି। ଆଜି ପୁଣି ୨ଟି ବିମାନକୁ ବୋମା ଥିବା କଲ୍‌ ପରେ ଛନକା ପଶିଛି। ମୁମ୍ବାଇ-ଦିଲ୍ଲୀ ଇଣ୍ଡିଗୋ ଏବଂ ଦିଲ୍ଲୀ-ବେଙ୍ଗାଲୁରୁ ଆକାଶ ଏୟାର୍‌ ବିମାନକୁ ଧମକ ଆସିଛି।

ବୋମା ଥିବା ସୂଚନା ମିଳିବା ପରେ ପରେ ଇଣ୍ଡିଗୋ ଅହମ୍ମଦାବାଦ, ଆକାଶ ଦିଲ୍ଲୀ ଫେରିଯାଇଛି। ଗତ ୪୮ ଘଣ୍ଟା ମଧ୍ୟରେ ମୋଟ୍‌ ୧୨ଟି ବିମାନକୁ ଏମିତି ବୋମା ଧମକ କଲ୍‌ ଆସିଲାଣି।

ଏହାପୂର୍ବରୁ ମୁମ୍ବାଇରୁ ଦିଲ୍ଲୀ ଅଭିମୁଖେ ଇଣ୍ଡିଗୋ ବିମାନ ସୋସିଆଲ ମିଡିଆ ଜରିଆରେ ଏକ ବୋମା ବିସ୍ଫୋରଣ ହେବାର ଆଶଙ୍କା ପରେ ଅହମ୍ମଦାବାଦକୁ ପଠାଯାଇଥିଲା। ପ୍ରାୟ ୨୦୦ ଯାତ୍ରୀ ଏବଂ କର୍ମଚାରୀଙ୍କୁ ନେଇ ଯାଉଥିବା ବିମାନ ମଙ୍ଗଳବାର ରାତିରେ ମୁମ୍ବାଇରୁ ଯାତ୍ରା କରିଥିଲା। ଏହି ଧମକକୁ ବୁଧବାର ଏକ ମିଛ ଗୁଜବ ବୋଲି ନିଶ୍ଚିତ କରାଯାଇଥିଲା।

The post ୪୮ ଘଣ୍ଟାରେ ୧୨ ବିମାନକୁ ଆସିଲାଣି ବୋମା ଧମକ, କଲ୍‌ କରି… appeared first on Dharitri Odia News.