୫ କୋଟି ଟଙ୍କା ହେରଫେର ମାମଲାରେ ପିଇଓ ଗିରଫ
ବଲାଙ୍ଗୀର: କୋଟି କୋଟି ଟଙ୍କା ହେରଫେର ଅଭିଯୋଗରେ ଗିରଫ ହେଲେ ପିଇଓ। ୫ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ହେରଫେର ଅଭିଯୋଗରେ ଗିରଫ ହୋଇଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜକିଶୋର ପୋଢ଼ | ସେ ଆଗଲପୁର ଓ ଭରସୁଜା ପଞ୍ଚାୟତରେ ଗତ ତିନି ବର୍ଷ ହେବ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ କାର୍ଯ୍ୟରତ ଥିଲେ | ତେବେ ଆଗଲପୁର ପଞ୍ଚାୟତରେ କାର୍ଯ୍ୟରତ ଥିବା ସମୟରେ ବିଭିନ୍ନ ଯୋଜନାର କୋଟି କୋଟି ଟଙ୍କା ହଡ଼ପ ହୋଇଥିବା ନେଇ ଜାଣି ପାରିଥିଲେ ଆଗଲପୁର ବିଡିଓ| ତେଣୁ ଗତ କିଛି ମାସ ହେବ ପିଇଓ ରାଜକିଶୋର ପୋଢ଼ଙ୍କୁ ବ୍ଲକ କାର୍ଯ୍ୟାଳୟକୁ ବଦଳି କରିଥିଲେ | ଏପରିକି ବିଭିନ୍ନ ଯୋଜନାର ହେରଫେର ଟଙ୍କାର କାଗଜପତ୍ର ଦେଖାଇ ପାରିନଥିଲେ ପିଇଓ | ଏହା ପରେ ବିଡିଓ ୫ କୋଟି ୮୯ ଲକ୍ଷ ୬୦ ହଜାର ୪୫୧ ଟଙ୍କା ହେରଫେର ହୋଇଥିବା ନେଇ ଆଗଲପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବିଡିଓଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ପିଇଓ ରାଜକିଶୋର ପୋଢ଼ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଆଗଲପୁର ପୋଲିସ।
ବଲାଙ୍ଗୀର: କୋଟି କୋଟି ଟଙ୍କା ହେରଫେର ଅଭିଯୋଗରେ ଗିରଫ ହେଲେ ପିଇଓ। ୫ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ହେରଫେର ଅଭିଯୋଗରେ ଗିରଫ ହୋଇଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜକିଶୋର ପୋଢ଼ | ସେ ଆଗଲପୁର ଓ ଭରସୁଜା ପଞ୍ଚାୟତରେ ଗତ ତିନି ବର୍ଷ ହେବ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ କାର୍ଯ୍ୟରତ ଥିଲେ |
ତେବେ ଆଗଲପୁର ପଞ୍ଚାୟତରେ କାର୍ଯ୍ୟରତ ଥିବା ସମୟରେ ବିଭିନ୍ନ ଯୋଜନାର କୋଟି କୋଟି ଟଙ୍କା ହଡ଼ପ ହୋଇଥିବା ନେଇ ଜାଣି ପାରିଥିଲେ ଆଗଲପୁର ବିଡିଓ| ତେଣୁ ଗତ କିଛି ମାସ ହେବ ପିଇଓ ରାଜକିଶୋର ପୋଢ଼ଙ୍କୁ ବ୍ଲକ କାର୍ଯ୍ୟାଳୟକୁ ବଦଳି କରିଥିଲେ | ଏପରିକି ବିଭିନ୍ନ ଯୋଜନାର ହେରଫେର ଟଙ୍କାର କାଗଜପତ୍ର ଦେଖାଇ ପାରିନଥିଲେ ପିଇଓ | ଏହା ପରେ ବିଡିଓ ୫ କୋଟି ୮୯ ଲକ୍ଷ ୬୦ ହଜାର ୪୫୧ ଟଙ୍କା ହେରଫେର ହୋଇଥିବା ନେଇ ଆଗଲପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବିଡିଓଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ପିଇଓ ରାଜକିଶୋର ପୋଢ଼ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଆଗଲପୁର ପୋଲିସ।