୫-ଟି ସ୍କୁଲ କୋଠରୀ ଝରକାରୁ ଖସି ପଡିଲା ଗ୍ରାନାଇଟ୍ ପଥର
ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ରେଙ୍ଗାଲିବ୍ଲକ ଲଇଡା ବାଳିକା ହାଇସ୍କୁଲର ରୂପାନ୍ତରିକରଣ କାମ ୫-ଟି ଯୋଜନାରେ କରାଯାଇଥିଲା। ତେବେ ଆଜି ୧୦ ଶ୍ରେଣୀରେ ଶିକ୍ଷାଦାନ ଚାଲିଥିବା ବେଳେ ଶ୍ରେଣୀ କୋଠରୀର ଝରକାରେ ଲାଗିଥିବା ଗ୍ରାନାଇଟ୍ ପଥର ଖସି ପଡିଥିଲା। ଫଳରେ ଛାତ୍ରୀ ମାନେ ଭୟଭୀତ ହୋଇ ପଡିଥିଲେ। ସୌଭାଗ୍ୟ ବଶତଃ ଏଥିରେ କେହି କ୍ଷତାହତ ହୋଇନାହାନ୍ତି। ନିମ୍ନ ମାନର କାମ ଯୋଗୁଁ ଏଭଲି ଘଟଣା ଘଟିଛି ବୋଲି ସ୍କୁଲ ପରିଚାଳନା କମିଟୀ କହିଛି। ଘଟଣା ସଂକ୍ରାନ୍ତରେ ବ୍ଳକ୍ ଶିକ୍ଷା […]

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ରେଙ୍ଗାଲିବ୍ଲକ ଲଇଡା ବାଳିକା ହାଇସ୍କୁଲର ରୂପାନ୍ତରିକରଣ କାମ ୫-ଟି ଯୋଜନାରେ କରାଯାଇଥିଲା। ତେବେ ଆଜି ୧୦ ଶ୍ରେଣୀରେ ଶିକ୍ଷାଦାନ ଚାଲିଥିବା ବେଳେ ଶ୍ରେଣୀ କୋଠରୀର ଝରକାରେ ଲାଗିଥିବା ଗ୍ରାନାଇଟ୍ ପଥର ଖସି ପଡିଥିଲା। ଫଳରେ ଛାତ୍ରୀ ମାନେ ଭୟଭୀତ ହୋଇ ପଡିଥିଲେ। ସୌଭାଗ୍ୟ ବଶତଃ ଏଥିରେ କେହି କ୍ଷତାହତ ହୋଇନାହାନ୍ତି। ନିମ୍ନ ମାନର କାମ ଯୋଗୁଁ ଏଭଲି ଘଟଣା ଘଟିଛି ବୋଲି ସ୍କୁଲ ପରିଚାଳନା କମିଟୀ କହିଛି। ଘଟଣା ସଂକ୍ରାନ୍ତରେ ବ୍ଳକ୍ ଶିକ୍ଷା ଅଧିକାରୀ ଓ ଜିଲ୍ଳା ଶିକ୍ଷା ଅଧିକାରୀ ମୀନାରାଣୀ ମଙ୍ଗଳଙ୍କୁ ଅବଗତ କଲା ପରେ ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ମହେନ୍ଦ୍ର କୁମାର ବାଗ ଘଟଣା ସ୍ଥଳ ପରିଦର୍ଶନ କରି ସରଜମିନ ତଦନ୍ତ କରିଛନ୍ତି।