୫-ଟି ସ୍କୁଲ ଛାତରୁ ପ୍ଲାଷ୍ଟର ଖଣ୍ଡ ଖସି ୫ ଛାତ୍ରୀ ଆହତ
ଚଣ୍ଡିଖୋଲ,୩।୭(ପ୍ରଦୀପ୍ତ କୁମାର ପୃଷ୍ଟି):ବଡ଼ଚଣା ବ୍ଲକ ଅନ୍ତର୍ଗତ କୁନ୍ଦଳ ପଞ୍ଚାୟତର ମା’ ମଲିହାଶୁଣୀ ୫-ଟି ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ଛାତରୁ ପ୍ଲାଷ୍ଟର ଖଣ୍ଡ ଖସିପଡ଼ିଛି। ପ୍ରାର୍ଥନା ସାରି ଛାତ୍ରୀଛାତ୍ର ବିଦ୍ୟାଳୟ ମଧ୍ୟକୁ ପ୍ରବେଶ କରିବା ମାତ୍ରେ ସେମାନଙ୍କ ଉପରେ ଛାତର ପ୍ଲାଷ୍ଟର ଖଣ୍ଡ ପଡ଼ିବାରୁ ଛାତ୍ରୀ ଗାୟତ୍ରୀ ସିଂହ, ଦୀପ୍ତିମୟୀ ସେଠୀ, ଇତିଶ୍ରୀ ଦାସ, ଶୁଭଲକ୍ଷ୍ମୀ ସାମଲ ଓ ତୃପ୍ତିମୟୀ ସାମଲ ଆହତ ହୋଇଛନ୍ତି। ଶିକ୍ଷକମାନେ ସେମାନଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇଛନ୍ତି। ଏହି ଘଟଣା ପରେ […] The post ୫-ଟି ସ୍କୁଲ ଛାତରୁ ପ୍ଲାଷ୍ଟର ଖଣ୍ଡ ଖସି ୫ ଛାତ୍ରୀ ଆହତ appeared first on Dharitri Odia News.
ଚଣ୍ଡିଖୋଲ,୩।୭(ପ୍ରଦୀପ୍ତ କୁମାର ପୃଷ୍ଟି):ବଡ଼ଚଣା ବ୍ଲକ ଅନ୍ତର୍ଗତ କୁନ୍ଦଳ ପଞ୍ଚାୟତର ମା’ ମଲିହାଶୁଣୀ ୫-ଟି ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ଛାତରୁ ପ୍ଲାଷ୍ଟର ଖଣ୍ଡ ଖସିପଡ଼ିଛି। ପ୍ରାର୍ଥନା ସାରି ଛାତ୍ରୀଛାତ୍ର ବିଦ୍ୟାଳୟ ମଧ୍ୟକୁ ପ୍ରବେଶ କରିବା ମାତ୍ରେ ସେମାନଙ୍କ ଉପରେ ଛାତର ପ୍ଲାଷ୍ଟର ଖଣ୍ଡ ପଡ଼ିବାରୁ ଛାତ୍ରୀ ଗାୟତ୍ରୀ ସିଂହ, ଦୀପ୍ତିମୟୀ ସେଠୀ, ଇତିଶ୍ରୀ ଦାସ, ଶୁଭଲକ୍ଷ୍ମୀ ସାମଲ ଓ ତୃପ୍ତିମୟୀ ସାମଲ ଆହତ ହୋଇଛନ୍ତି। ଶିକ୍ଷକମାନେ ସେମାନଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇଛନ୍ତି। ଏହି ଘଟଣା ପରେ ଅଭିଭାବକ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ବଡ଼ଚଣା ବିଧାୟକ ଅମର ନାୟକ ଓ ବଡ଼ଚଣା ବିଡିଓ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
୨୦୨୧ରେ ଏହି ଉଚ୍ଚ ବିଦ୍ୟାଳୟକୁ ୫-ଟି ଅଧୀନରେ ଉନ୍ନତୀକରଣ କରାଯାଇଥିଲା। ସେତେବେଳେ ନିମ୍ନମାନର ନିର୍ମାଣ କାର୍ଯ୍ୟ ହେଇଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଥିଲେ। ହେଲେ ଏହି ଅଭିଯୋଗକୁ କେହି କର୍ଣ୍ଣପାତ କରି ନ ଥିଲେ। ଜଣେ କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ରହିଥିଲା। ୨୦୨୨ରେ ଏହାକୁ ଉଦ୍ଘାଟନ କରାଯାଇଥିଲା। କେବଳ ପୁରୁଣା ଘରେ ରଙ୍ଗ ବୋଳି ଏହାର କଂକ୍ରିଟ ଘରକୁ ନୂଆ ଦର୍ଶାଯାଇଥିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସେହିପରି ସ୍ମାର୍ଟ କ୍ଲାସ ରୁମକୁ କେବଳ ରଙ୍ଗ ବୋଳି ନୂଆ ବୋଲି ଦର୍ଶାଯାଇଛି। ଏଭଳି ବିପଦ ପୂର୍ଣ୍ଣ ଗୃହରେ ଛାତ୍ରୀଛାତ୍ରମାନଙ୍କୁ ବସାଇ ପାଠ ପଢିବାକୁ ଅଭିଭାବକ ଭୟ କରୁଛନ୍ତି। ୫-ଟି ନାମରେ ୫୦ ଲକ୍ଷରୁ ଊଦ୍ଧର୍ବ ଟଙ୍କା ବ୍ୟୟରେ ଏହାର ନିର୍ମାଣ କରାଯାଇଥିଲା। ତେଣୁ ସଂପୃକ୍ତ ଠିକାଦାର ଓ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ବିଡିଓଙ୍କୁ ପଚାରିବାରୁ ସେ କହିଛନ୍ତି, ପୁରୁଣା ଛାତର ରଡ୍ କଳଙ୍କି ଲାଗିଗଲାଣି। ସେଥିପାଇଁ ଛାତରୁ ଖଣ୍ଡଖଣ୍ଡ ପ୍ଲାଷ୍ଟର ଗଳିପଡୁଛି। ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ବିଦ୍ୟାଳୟକୁ ପଠାଯାଇଛି। ସେମାନେ ତଦନ୍ତ କରି ରିପୋର୍ଟ ଦେଲାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
The post ୫-ଟି ସ୍କୁଲ ଛାତରୁ ପ୍ଲାଷ୍ଟର ଖଣ୍ଡ ଖସି ୫ ଛାତ୍ରୀ ଆହତ appeared first on Dharitri Odia News.