୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି,ସ୍ବାଗତ ପାଇଁ ପ୍ରସ୍ତୁତ ଭୁବନେଶ୍ବର ଓ ପୁରୀ
ଭୁବନେଶ୍ବର ୩/୧୨: କିଛି ସମୟ ପରେ ଭୁବନେଶ୍ବରରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୫ ଦିନିଆ ଗସ୍ତରେ ଆସି ଅପରାହ୍ନ ୫ଟାରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସିଧା ଯିବେ ଚନ୍ଦ୍ରଶେଖରପୁର ସ୍ଥିତ ନୀଳାଦ୍ରି ବିହାର । ସେଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ରାଜଭବନ ଯାଇ ରାତ୍ରିଯାପନ କରିବେ ରାଷ୍ଟ୍ରପତି । ବୁଧବାର ପୁରୀ ଗସ୍ତ କରିବେ । ସକାଳ ୯ଟା ୪୫ରେ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିବା ପରେ ସେଠାରୁ ଯିବେ ଶ୍ରୀମନ୍ଦିର । ମହାପ୍ରଭୁଙ୍କ ଦର୍ଶନ କରିବେ । ପରେ ନୌସେନା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନୌବୀରଙ୍କ ପରାକ୍ରମ ଦେଖିବେ । ଗସ୍ତ ପୂର୍ବରୁ ମଙ୍ଗଳବାର ପୁରୀ ସମଙ୍ଗ ହେଲିପ୍ୟାଡ ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ହୋଇଛି କାର୍କେଡ ରିହର୍ସଲ । ଶ୍ରୀମନ୍ଦିର ଠାରୁ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଏବଂ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଠାରୁ ରାଜଭବନ ପର୍ଯ୍ୟନ୍ତ କରାଯାଇଛି କାରକେଡ ରିହର୍ସଲ। ସେହିପରି ରାଜଭବନ ଠାରୁ ବ୍ଲୁ ଫ୍ଲାଗ ବିଚ୍ ପର୍ଯ୍ୟନ୍ତ ମଧ୍ୟ କରାଯାଇଛି ରିହର୍ସଲ। ପୁରୀ ଏସପି ବିନୀତ ଅଗ୍ରୱାଲଙ୍କ ନେତୃତ୍ୱରେ ରିହର୍ସଲ କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଉଭୟ ଭୁବନେଶ୍ବର ଓ ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।