୫ ବର୍ଷର ଶିଶୁକୁ ହତ୍ୟା କରି ହାତ ଓ ଗୋଡ଼ କାଟି ନେଇଗଲା ହତ୍ୟାକାରୀ

ନବରଙ୍ଗପୁର (କେନ୍ୟୁଜ୍‌) : ମଣିଷ ନା ପଶୁ ନା ଇଏ ରାକ୍ଷସ। ଏ ଘଟଣା ଦେଖିବା ପରେ ଆପଣ ଙ୍କ ମୁହଁରୁ ମଧ୍ୟ ଏମିତି କଥା ବାହାରିବ । ବାପା ସମ୍ମୁଖରେ ୫ ବର୍ଷର ଶିଶୁକୁ ପଥର ଛେଚି ବିଭତ୍ସ ହତ୍ୟା। ହତ୍ୟା ପରେ ମୃତ ଶିଶୁର ହାତ ଗୋଡ କାଟି ଘରକୁ ନେଇଗଲା ହତ୍ୟାକାରୀ। ହତ୍ୟାକାରୀକୁ ବାନ୍ଧିଲା ପୋଲିସ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳ ମେଣ୍ଡରା ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା। ଜଣେ […] The post ୫ ବର୍ଷର ଶିଶୁକୁ ହତ୍ୟା କରି ହାତ ଓ ଗୋଡ଼ କାଟି ନେଇଗଲା ହତ୍ୟାକାରୀ appeared first on KNews Odisha.

୫ ବର୍ଷର ଶିଶୁକୁ ହତ୍ୟା କରି ହାତ ଓ ଗୋଡ଼ କାଟି ନେଇଗଲା ହତ୍ୟାକାରୀ
dead body

ନବରଙ୍ଗପୁର (କେନ୍ୟୁଜ୍‌) : ମଣିଷ ନା ପଶୁ ନା ଇଏ ରାକ୍ଷସ। ଏ ଘଟଣା ଦେଖିବା ପରେ ଆପଣ ଙ୍କ ମୁହଁରୁ ମଧ୍ୟ ଏମିତି କଥା ବାହାରିବ । ବାପା ସମ୍ମୁଖରେ ୫ ବର୍ଷର ଶିଶୁକୁ ପଥର ଛେଚି ବିଭତ୍ସ ହତ୍ୟା। ହତ୍ୟା ପରେ ମୃତ ଶିଶୁର ହାତ ଗୋଡ କାଟି ଘରକୁ ନେଇଗଲା ହତ୍ୟାକାରୀ। ହତ୍ୟାକାରୀକୁ ବାନ୍ଧିଲା ପୋଲିସ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳ ମେଣ୍ଡରା ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା।

ଜଣେ ୫ ବର୍ଷର ଶିଶୁକୁ ବାପା ସମ୍ମୁଖରେ ସେହି ଗ୍ରାମର ଜଣେ ଯୁବକ ଅତି ନିର୍ମମ ଭାବେ ମୁଣ୍ଡରେ ପଥର ଛେଚି ହତ୍ୟା କରିଛି । ଶିଶୁଟିକୁ ହତ୍ୟା କରିବା ପରେ ତାର ହାତ ଓ ଗୋଡକୁ କାଟି ସାଥିରେ ଘରକୁ ନେଇ ଯାଇଛି । ତେବେ ହତ୍ୟାକାରୀ ଯୁବକକୁ ଡାବୁଗାଁ ପୁଲିସ ଧରିବାକୁ ସକ୍ଷମ ହୋଇଥିବା ବେଳେ ଯୁବକ କାହିଁକି ଏପରି ଜଘନ୍ୟ ହତ୍ୟାକାଣ୍ଡ କଲା ତାହା ଜଣାପଡି ନାହିଁ । ମୃତ ଶିଶୁ ହେଲା ମେଣ୍ଡରା ଗ୍ରାମର ଶିବ ମନ୍ଦିରର ପୂଜକ ସନାଧର ପୂଜାରୀଙ୍କ ପୁଅ ଚନ୍ଦନ ପୂଜାରୀ । ହତ୍ୟାକାରୀ ଯୁବକ ସେହି ମେଣ୍ଡରା ଗ୍ରାମର ଜଳ ସାନ୍ତା (୨୩) ବୋଲି ଜଣା ପଡିଛି ।

ସୂଚନା ଅନୁଯାୟୀ ଡାବୁଗାଁ ଥାନା ଅନ୍ତର୍ଗତ ବୋରିଗାଁ ପଞ୍ଚାୟତ ମେଣ୍ଡରା ଗ୍ରାମର ଶିବ ମନ୍ଦିର ପୂଜକ ସନାଧର ପୂଜାରୀ ପ୍ରତିଦିନ ପରି ଆଜି ମଧ୍ୟ ସକାଳେ ପୂଜା କରିବାକୁ ଗ୍ରାମ ନିକଟ ଏକ ଛୋଟ ପାହାଡ ଉପରେ ଥିବା ସରଧେଶ୍ୱର ଶିବ ମନ୍ଦିରକୁ ଯାଇଥିଲେ । ସାଥିରେ ଗ୍ରାମର ଦୁଇଜଣ ମଧ୍ୟ ମନ୍ଦିରକୁ ଯାଇଥିଲେ। ପୂଜକ ସନାଧରଙ୍କ ଗୋଟିଏ ବୋଲି ପୁଅ ଚନ୍ଦନ ଅଳି କରିବାରୁ ତା ଅଜା ହରିଦାସ ସାଥିରେ ତାକୁ ଆଜି ଦିନ ୯ ଟା ସମୟରେ ଶିବ ମନ୍ଦିରରେ ପୂଜା କରୁଥିବା ବାପାଙ୍କ ପାଖକୁ ଆଣିଥିଲେ। ତେବେ ପୂଜକ ସନାଧର ପୂଜା କାର୍ଯ୍ୟରେ ବ୍ୟେସ୍ତ ଥିବା ବେଳେ ମନ୍ଦିର ସମ୍ମୁଖରେ ଖେଳୁଥିବା ୫ ବର୍ଷର ପୁଅ ଚନ୍ଦନ କୁ ସେହି ମେଣ୍ଡରା ଗ୍ରାମର ଜଳ ସାନ୍ତା (୨୩) ଅଚାନକ ମୁଣ୍ଡରେ ପଥର ଛେଚି ହତ୍ୟା କରିଥିଲା । ବାପା ସନାଧର ପୂଜାରୀ ପୁଅର ହତ୍ୟା ଦେଖି ଅଚେତ୍ ହୋଇଯାଇଥିଲେ ।କେବଳ ଏତିକି ନୁହେଁ ଶିଶୁକୁ ହତ୍ୟା କରିବା ପରେ ହତ୍ୟାକାରୀ ଜଣକ ଅତି ବିଭତ୍ସ ଭାବେ ଶିଶୁର ଡାହାଣ ହାତ ଓ ବାମ ଗୋଡ ଛିଣ୍ଡାଇ ହାତରେ ଧରି ନିଜ ଘରକୁ ନେଇ ଯାଇଥିଲା।

ସନାଧରର ଚେତା ଫେରିବା ପରେ ପୁଅର ରକ୍ତ ଜୁଡୁ ବୁଡୁ ମୃତ ଦେହ ଦେଖି ଚିତ୍କାର କରିଥିଲେ। ସଙ୍ଗେ ସଙ୍ଗେ ଗ୍ରାମବାସୀ ମନ୍ଦିର ନିକଟରେ ପହଂଚି ଥିଲେ । ସେଠାରେ ୫ ବର୍ଷର ଶିଶୁକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଦେଖିଥିଲେ। ତୁରନ୍ତ ଗ୍ରାମବାସୀ ଡାବୁଗାଁ ପୁଲିସକୁ ଖବର ଦେଇଥିଲେ। ଡାବୁଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ହତ୍ୟାକାରୀ ଯୁବକ ଜଳ ସାନ୍ତାକୁ ଗିରଫ କରିଛନ୍ତି । ତେବେ କାହିଁକି ଜଣେ ୫ ବର୍ଷର ଶିଶୁକୁ ଜଳ ସାନ୍ତା ଏଭଳି ନୃଶଂସ ଭାବେ ହତ୍ୟା କଲା ତାହା ଜଣା ପଡି ନ ଥିବା ବେଳେ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛନ୍ତି ।

The post ୫ ବର୍ଷର ଶିଶୁକୁ ହତ୍ୟା କରି ହାତ ଓ ଗୋଡ଼ କାଟି ନେଇଗଲା ହତ୍ୟାକାରୀ appeared first on KNews Odisha.