୫ ହଜାର କିମି ଦୂରରୁ ରିମୋଟ୍‌ରେ ରୋବୋଟିକ ଅସ୍ତ୍ରୋପଚାର କରି ଫୁସଫୁସ ଟ୍ୟୁମର ବାହାର କଲେ ଡାକ୍ତର

ସାଂଘାଇ: ଚୀନ୍‌ର ଏକ ମେଡିକାଲ ଦେଶରେ ପ୍ରଥମ ରିମୋଟ ରୋବୋଟିକ୍‌ ଦ୍ବାରା ସଫଳ ଅସ୍ତ୍ରୋପଚାର କରିଛି। ଏହି ଅସ୍ତ୍ରୋପଚାରରେ ସର୍ଜନ୍ ରୋଗୀ ଥିବା ଡାକ୍ତରଖାନାଠାରୁ ୫,୦୦୦ କିଲୋମିଟର ଦୂରରେ ଥିଲେ। ଅତ୍ୟାଧୁନିକ ଜ୍ଞାନକୌଶଳ ଓ ବର୍ଷ ବର୍ଷର ଗବେଷଣା ବଳରେ ଡାକ୍ତରଙ୍କ ଏକ ଗୋଷ୍ଠୀ ସାଂଘାଇରୁ ଏକ ରୋବୋଟିକ୍‌ ମେସିନ୍‌ ଚଳାଇ ରୋଗୀଙ୍କ ଫୁସଫୁସ୍ ଟ୍ୟୁମରକୁ ଘଣ୍ଟାଏ ମଧ୍ୟରେ ବାହାର କରିଥିଲେ। ଏହି ପ୍ରକ୍ରିୟାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରୋଗୀ ଜଣକ […]

୫ ହଜାର କିମି ଦୂରରୁ ରିମୋଟ୍‌ରେ ରୋବୋଟିକ ଅସ୍ତ୍ରୋପଚାର କରି ଫୁସଫୁସ ଟ୍ୟୁମର ବାହାର କଲେ ଡାକ୍ତର

ସାଂଘାଇ: ଚୀନ୍‌ର ଏକ ମେଡିକାଲ ଦେଶରେ ପ୍ରଥମ ରିମୋଟ ରୋବୋଟିକ୍‌ ଦ୍ବାରା ସଫଳ ଅସ୍ତ୍ରୋପଚାର କରିଛି। ଏହି ଅସ୍ତ୍ରୋପଚାରରେ ସର୍ଜନ୍ ରୋଗୀ ଥିବା ଡାକ୍ତରଖାନାଠାରୁ ୫,୦୦୦ କିଲୋମିଟର ଦୂରରେ ଥିଲେ। ଅତ୍ୟାଧୁନିକ ଜ୍ଞାନକୌଶଳ ଓ ବର୍ଷ ବର୍ଷର ଗବେଷଣା ବଳରେ ଡାକ୍ତରଙ୍କ ଏକ ଗୋଷ୍ଠୀ ସାଂଘାଇରୁ ଏକ ରୋବୋଟିକ୍‌ ମେସିନ୍‌ ଚଳାଇ ରୋଗୀଙ୍କ ଫୁସଫୁସ୍ ଟ୍ୟୁମରକୁ ଘଣ୍ଟାଏ ମଧ୍ୟରେ ବାହାର କରିଥିଲେ। ଏହି ପ୍ରକ୍ରିୟାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରୋଗୀ ଜଣକ ଦେଶର ବିପରୀତ ପାର୍ଶ୍ୱରେ କାଶଗରରେ ଥିବା ବେଳେ ଡାକ୍ତର ସାଂଘାଇରେ ଥିବା ତାଙ୍କ କାର୍ଯ୍ୟାଳୟରୁ ରିମୋଟ୍ ସାହାଯ୍ୟରେ ମେସିନ୍ ଚଳାଉଥିଲେ। ଏକ ଘଣ୍ଟା ମଧ୍ୟରେ ସଂପୂର୍ଣ୍ଣ ଅସ୍ତ୍ରୋପଚାର ଶେଷ ହୋଇଥିଲା।