୫୦ କେଜିରୁ ଊର୍ଦ୍ଧ୍ୱ ତମ୍ବା ତାର ଚୋରି: ୩ ଗିରଫ, ୭ ଫେରାର

ଛତ୍ରପୁର,୨୫ା୯(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟା ଇଣ୍ଡଷ୍ଟ୍ରିଆଲ୍‌ ପରିସରରେ ଥିବା ଦୀପ ଫର୍ଟିଲାଇଜର ଫ୍ଲାଟ୍‌ ପରିସରରୁ ଅଗଷ୍ଟ ୩୧ ରାତିରେ ୬୦ କି.ଗ୍ରା ତମ୍ବା ତାର ଚୋରି ଅଭିଯୋଗ ହୋଇଥିଲା। ଅପରପକ୍ଷରେ ଦୀର୍ଘ ୨୫ ଦିନ ପରେ ଏହି ମାମଲାରେ ସମ୍ପୃକ୍ତ ୩ ଜଣଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇପାରିଛି। ଅପରପକ୍ଷରେ ଏଥିରେ ସମ୍ପୃକ୍ତ ଆହୁରି ୭ ଜଣ ଏବେବି ଫେରାର ଅଛନ୍ତି। ଗିରଫମାନେ ହେଲେ ମାଟିଖାଲ ଗାଁର ଶିବ ପ୍ରଧାନ, […] The post ୫୦ କେଜିରୁ ଊର୍ଦ୍ଧ୍ୱ ତମ୍ବା ତାର ଚୋରି: ୩ ଗିରଫ, ୭ ଫେରାର appeared first on Dharitri Odia News.

୫୦ କେଜିରୁ ଊର୍ଦ୍ଧ୍ୱ ତମ୍ବା ତାର ଚୋରି: ୩ ଗିରଫ, ୭ ଫେରାର

ଛତ୍ରପୁର,୨୫ା୯(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟା ଇଣ୍ଡଷ୍ଟ୍ରିଆଲ୍‌ ପରିସରରେ ଥିବା ଦୀପ ଫର୍ଟିଲାଇଜର ଫ୍ଲାଟ୍‌ ପରିସରରୁ ଅଗଷ୍ଟ ୩୧ ରାତିରେ ୬୦ କି.ଗ୍ରା ତମ୍ବା ତାର ଚୋରି ଅଭିଯୋଗ ହୋଇଥିଲା। ଅପରପକ୍ଷରେ ଦୀର୍ଘ ୨୫ ଦିନ ପରେ ଏହି ମାମଲାରେ ସମ୍ପୃକ୍ତ ୩ ଜଣଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇପାରିଛି। ଅପରପକ୍ଷରେ ଏଥିରେ ସମ୍ପୃକ୍ତ ଆହୁରି ୭ ଜଣ ଏବେବି ଫେରାର ଅଛନ୍ତି। ଗିରଫମାନେ ହେଲେ ମାଟିଖାଲ ଗାଁର ଶିବ ପ୍ରଧାନ, କୁମାରପୁର ଗାଁର ଅକ୍ଷୟ ପ୍ରଧାନ ଓ କୁସୁମୀ ଗାଁର ରାଜା ପ୍ରଧାନ। ଏମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କଠାରୁ ଚୋରି ହୋଇଥିବା ଲକ୍ଷାଧିକ ଟଙ୍କାର ତମ୍ବା ତାର ଜବତ କରିବାରେ ପୋଲିସ ବିଫଳ ରହିଛି। ଅପରପକ୍ଷରେ ଏମାନଙ୍କଠାରୁ ୨ଟି ଖଣ୍ଡା, ୫ଟି ମୋବାଇଲ୍‌, ୨ଟି ମୋଟରସାଇକେଲ ପୋଲିସ ଜବତ କରିଛି।

The post ୫୦ କେଜିରୁ ଊର୍ଦ୍ଧ୍ୱ ତମ୍ବା ତାର ଚୋରି: ୩ ଗିରଫ, ୭ ଫେରାର appeared first on Dharitri Odia News.