୫୦ ଦିନ ପରେ ଜେଲ୍ରୁ ମୁକୁଳିଲେ ଅରବିନ୍ଦ କେଜ୍ରିୱାଲ, ଆଜି ସାମ୍ବାଦିକ ସମ୍ମିଳନୀ କରିବେ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ତିହାର ଜେଲ୍ରୁ ମୁକୁଳିଛନ୍ତି। ଅବକାରୀ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ କେଜ୍ରିୱାଲ ୫୦ ଦିନ ଜେଲ୍ରେ ରହିବାପରେ ଆଜି ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ମଂଜୁର କରିଛନ୍ତି। ଜେଲରୁ ବାହାରିବା ପରେ କେଜ୍ରିୱାଲ ଆଜି ତାଙ୍କ ସରକାରୀ ବାସଭବନରେ ପହଞ୍ଚି ଆପ୍ ସମର୍ଥକଙ୍କୁ ଉଦ୍ବୋଧନ ଦେଇଛନ୍ତି। କେଜ୍ରିୱାଲ କହିଛନ୍ତି, ‘ ମୁଁ ଫେରିଆସିଲି, ଆପଣଙ୍କ ସହ ରହି ମୁଁ ଖୁବ୍ ଖୁସି। ମୁଁ ଆପଣମାନଙ୍କୁ […]

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ତିହାର ଜେଲ୍ରୁ ମୁକୁଳିଛନ୍ତି। ଅବକାରୀ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ କେଜ୍ରିୱାଲ ୫୦ ଦିନ ଜେଲ୍ରେ ରହିବାପରେ ଆଜି ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ମଂଜୁର କରିଛନ୍ତି। ଜେଲରୁ ବାହାରିବା ପରେ କେଜ୍ରିୱାଲ ଆଜି ତାଙ୍କ ସରକାରୀ ବାସଭବନରେ ପହଞ୍ଚି ଆପ୍ ସମର୍ଥକଙ୍କୁ ଉଦ୍ବୋଧନ ଦେଇଛନ୍ତି। କେଜ୍ରିୱାଲ କହିଛନ୍ତି, ‘ ମୁଁ ଫେରିଆସିଲି, ଆପଣଙ୍କ ସହ ରହି ମୁଁ ଖୁବ୍ ଖୁସି। ମୁଁ ଆପଣମାନଙ୍କୁ କହିଥିଲି ଯେ ମୁଁ ଖୁବଶୀଘ୍ର ଆସିବି.. ଆଉ ମୁଁ ଫେରି ଆସିଲି। ପ୍ରଥମେ ମୁଁ ଭଗବାନ ହନୁମାନଙ୍କର ଆଶୀର୍ବାଦ ନେବାକୁ ଚାହୁଛି। ମୁଁ ତାଙ୍କରି ଆଶୀର୍ବାଦରୁ ଆପଣମାନଙ୍କ ସାମ୍ନାରେ ଠିଆ ହୋଇଛି। ମୁଁ ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଛି। ଲୋକମାନେ ମତେ ସେମାନଙ୍କର ଆଶୀର୍ବାଦ ପଠାଇଛନ୍ତି। ମୁଁ ସୁପ୍ରିମକୋର୍ଟ ବିଚାରପତିଙ୍କୁ ଧନ୍ୟବାଦ ଜଣାଉଛି। ସେମାନଙ୍କୁ ପାଇଁ ମୁଁ ଏଠାରେ ଅଛି। ଆମକୁ ଏକଛତ୍ରବାଦ କବଳରୁ ଦେଶକୁ ସୁରକ୍ଷା ଦେବାକୁ ପଡ଼ିବ। ମୁଁ ଏକଛତ୍ରବାଦ ବିରୋଧରେ ଲଢ଼ୁଛି। କିନ୍ତୁ ୧୪୦ କୋଟି ଲୋକଙ୍କୁ ଏଥିପାଇଁ ଲଢ଼ିବାକୁ ପଡ଼ିବ। ଆସନ୍ତାକାଲି ଅପରାହ୍ନ ୧ଟାରେ କେଜ୍ରିୱାଲ ଦିଲ୍ଲୀ କନ୍ନଟ ପ୍ଲେସ୍ ସ୍ଥିତ ହନୁମାନ ମନ୍ଦିରରେ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି କହିଛନ୍ତି।