୫୦ ଦିନରେ ୨ ମୁଖ୍ୟମନ୍ତ୍ରୀ ଏବଂ ଜଣେ ମୁଖ୍ୟମନ୍ତ୍ରୀଙ୍କ ଝିଅ ଗିରଫ, ଫୁଲ୍ ଆକ୍ସନ ମୋଡରେ ଇଡି

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗୁରୁବାର ରାତି ପ୍ରାୟ ୯ଟାରେ ଗିରଫ କରିଛି। ଏହା ପୂର୍ବରୁ ଇଡି କେଜରିଓ୍ଵାଲଙ୍କ ଘରେ ପହଞ୍ଚି ପାଖାପାଖି ଦୁଇ ଘଣ୍ଟା ଜେରା କରିଥିଲା। ଘରର ତଲାସି ପରେ କେନ୍ଦ୍ରୀୟ ଏଜେନ୍ସି କେଜରିଓ୍ଵାଲଙ୍କୁ ଗିରଫ କରିଛି। ଗତ ୫୦ ଦିନର ଘଟଣାକ୍ରମ ଉପରେ ନଜର ପକାଇଲେ ଇଡି ଦୁଇ ଜଣ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ, ହେମନ୍ତ ସୋରେନ ଓ ମୁଖ୍ୟମନ୍ତ୍ରୀଙ୍କ ଝିଅ କେ. କବିତାଙ୍କୁ ଗିରଫ କରିଛି। କେଜରିଓ୍ଵାଲ ଓ କବିତାଙ୍କୁ ଇଡି ଅବକାରୀ ଦୁର୍ନୀତି ଏବଂ ହେମନ୍ତଙ୍କୁ ଜମି ଦୁର୍ନୀତି ମାମଲାରେ ଇଡି ଗିରଫ କରିଛି।୬ ଦିନ ପୂର୍ବେ ଗିରଫ ହୋଇଥିଲେ କେ. କବିତାଇଡି ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମାର୍ଚ୍ଚ ୧୫ ତାରିଖରେ ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ. କବିତାଙ୍କୁ ଗିରଫ କରିଥିଲା। କବିତାଙ୍କ ଗିରଫଦାରୀ ପୂର୍ବରୁ ଇଡି ହାଇଦ୍ରାବାଦ ସ୍ଥିତ ତାଙ୍କ ଘରେ ଚଢାଉ କରିଥିଲା। ଏହି ସମୟରେ ତଦନ୍ତ ଏଜେନ୍ସି ଅନେକ ପ୍ରମାଣ ଏକତ୍ର କରିଥିଲା। ଇଡି ଟିମ୍ କେ. କବିତାଙ୍କୁ ହାଇଦ୍ରାବାଦରୁ ଦିଲ୍ଲୀ ଆଣିଥିଲା। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆ ଓ ସଞ୍ଜୟ ସିଂଙ୍କ ପରେ ଇଡି କେ କେବିତାଙ୍କ ଭାବେ ତୃତୀୟ ହାଇ ପ୍ରୋଫାଇଲ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଜାନୁଆରୀ ୩୧ରେ ଗିର

୫୦ ଦିନରେ ୨ ମୁଖ୍ୟମନ୍ତ୍ରୀ ଏବଂ ଜଣେ ମୁଖ୍ୟମନ୍ତ୍ରୀଙ୍କ ଝିଅ ଗିରଫ, ଫୁଲ୍ ଆକ୍ସନ ମୋଡରେ ଇଡି

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗୁରୁବାର ରାତି ପ୍ରାୟ ୯ଟାରେ ଗିରଫ କରିଛି। ଏହା ପୂର୍ବରୁ ଇଡି କେଜରିଓ୍ଵାଲଙ୍କ ଘରେ ପହଞ୍ଚି ପାଖାପାଖି ଦୁଇ ଘଣ୍ଟା ଜେରା କରିଥିଲା। ଘରର ତଲାସି ପରେ କେନ୍ଦ୍ରୀୟ ଏଜେନ୍ସି କେଜରିଓ୍ଵାଲଙ୍କୁ ଗିରଫ କରିଛି। ଗତ ୫୦ ଦିନର ଘଟଣାକ୍ରମ ଉପରେ ନଜର ପକାଇଲେ ଇଡି ଦୁଇ ଜଣ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ, ହେମନ୍ତ ସୋରେନ ଓ ମୁଖ୍ୟମନ୍ତ୍ରୀଙ୍କ ଝିଅ କେ. କବିତାଙ୍କୁ ଗିରଫ କରିଛି। କେଜରିଓ୍ଵାଲ ଓ କବିତାଙ୍କୁ ଇଡି ଅବକାରୀ ଦୁର୍ନୀତି ଏବଂ ହେମନ୍ତଙ୍କୁ ଜମି ଦୁର୍ନୀତି ମାମଲାରେ ଇଡି ଗିରଫ କରିଛି।

୬ ଦିନ ପୂର୍ବେ ଗିରଫ ହୋଇଥିଲେ କେ. କବିତା

ଇଡି ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମାର୍ଚ୍ଚ ୧୫ ତାରିଖରେ ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ. କବିତାଙ୍କୁ ଗିରଫ କରିଥିଲା। କବିତାଙ୍କ ଗିରଫଦାରୀ ପୂର୍ବରୁ ଇଡି ହାଇଦ୍ରାବାଦ ସ୍ଥିତ ତାଙ୍କ ଘରେ ଚଢାଉ କରିଥିଲା। ଏହି ସମୟରେ ତଦନ୍ତ ଏଜେନ୍ସି ଅନେକ ପ୍ରମାଣ ଏକତ୍ର କରିଥିଲା। ଇଡି ଟିମ୍ କେ. କବିତାଙ୍କୁ ହାଇଦ୍ରାବାଦରୁ ଦିଲ୍ଲୀ ଆଣିଥିଲା। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆ ଓ ସଞ୍ଜୟ ସିଂଙ୍କ ପରେ ଇଡି କେ କେବିତାଙ୍କ ଭାବେ ତୃତୀୟ ହାଇ ପ୍ରୋଫାଇଲ ବ୍ୟକ୍ତିଙ୍କୁ ଗିରଫ କରିଥିଲା। 

ଜାନୁଆରୀ ୩୧ରେ ଗିରଫ ହୋଇଥିଲେ ହେମନ୍ତ ସୋରେନ

ଏହା ପୂର୍ବରୁ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଜାନୁଆରୀ ୩୧ରେ ଗିରଫ କରିଥିଲା। ଜମି ଦୁର୍ନୀତି ସହ ମନି ଲଣ୍ଡ୍ରିଂ କେସରେ ଇଡି ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା। ଗିରଫଦାରୀ ପୂର୍ବରୁ ଇଡି ହେମନ୍ତଙ୍କୁ ପ୍ରାୟ ୭ ଘଣ୍ଟା ଧରି ଜେରା କରିଥିଲା। ଗିରଫ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଇଡି କାର୍ଯ୍ୟାଳୟ ନିଆଯାଇଥିଲା। କେଜରିଓ୍ଵାଲଙ୍କ ପରି ଇଡି ମଧ୍ୟ ହେମନ୍ତଙ୍କୁ ୧୦ ସମନ ଜାରି କରିଥିଲା।

କ’ଣ କହୁଛି ଆଇନ୍ ?

କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିବାର ଆଇନ ରହିଛି । କିନ୍ତୁ ସମ୍ବିଧାନର ଅନୁଚ୍ଛେଦ ୩୬୧ ଅନୁସାରେ, ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ପଦରେ ଥିବା ବେଳେ ଗିରଫ କିମ୍ବା ଅଟକ ରଖାଯାଇ ପାରିବ ନାହିଁ। ଏପରିକି କୌଣସି ଅଦାଲତ ମଧ୍ୟ ବିରୋଧରେ ନିର୍ଦ୍ଦେଶନାମା ଜାରି କରି ପାରିବେ ନାହିଁ । ପଦରୁ ହଟିବା ପରେ ଗିରଫ କରାଯାଇ ପାରିବ ।

ଆଇନ୍ ଅନୁସାରେ- ଦେଶର ପ୍ରଧାନମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ଲୋକସଭା ଓ ରାଜ୍ୟସଭା ସାଂସଦ, ବିଧାନସଭା ଓ ବିଧାନ ପରିଷଦ ସଦସ୍ୟଙ୍କୁ ସିଭିଲ୍ ମାମଲାରେ ଗିରଫ କିମ୍ବା ଅଟକ ରଖା ଯାଇ ପାରିବ ନାହିଁ । ତେବେ ଅପରାଧିକ ମାମଲାରେ ପୋଲିସ ହେପାଜତକୁ ନେଇ ପାରିବ । ମୁଖ୍ୟମନ୍ତ୍ରୀଙ୍କୁ ଗିରଫ ଲାଗି ବାଚସ୍ପତିଙ୍କ ଅନୁମତି ଆବଶ୍ୟକ । ଏଥିସହ ବିଧାନସଭା ଅଧିବେଶନର ୪୦ ଦିନ ପୂର୍ବରୁ ଏବଂ ୪୦ ଦିନ ପରେ କୌଣସି ସଦସ୍ୟଙ୍କୁ ଗିରଫ କରି ପାରିବ ନାହିଁ କିମ୍ବା ଅଟକ ରଖି ପାରିବ ନାହିଁ ।