୫୦ ପ୍ରତିଶତ କର୍ମଚାରୀ ଛଟେଇ କରିବ ଆପଲ

ନୂଆଦିଲ୍ଲୀ: ସ୍ୱୟଂଚାଳିତ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଯୋଗୁ ବିଭିନ୍ନ କମ୍ପାନୀ ଛଟେଇ କରୁଛନ୍ତି। ଏବେ ଆପଲ ମଧ୍ୟ କର୍ମଚାରୀଙ୍କୁ ଚାକିରିରୁ ବିଦା କରିବାକୁ ଯାଉଛି। ଆଇଫୋନ ଫାଇନାଲ ଆସେମ୍ବଲି ସେକ୍ଟରୁ ୫୦ ପ୍ରତିଶତ କର୍ମଚାରୀ ଛଟେଇ କରିବ। ଆସନ୍ତା କିଛି ବର୍ଷରେ କମ୍ପାନୀ ଏହି ଛଟେଇ ଧାରା ଜାରି ରହିବ।  ଏକ ରିପୋର୍ଟ ଅନୁସାରେ, କମ୍ପାନୀ ପ୍ରଡକ୍ସନ କ୍ଷେତ୍ରରେ ଶ୍ରମିକଙ୍କ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ଯାଉଛି। ଛଟେଇର ମୁଖ୍ୟ କାରଣ ହେଉଛି ୨୦୨୨ ନଭେମ୍ବର ଚୀନର ଝେଙ୍ଗଝୋରେ ଥିବା ଫକ୍ସକନ୍‌ରେ ପ୍ରାଥମିକ ପ୍ଲାଣ୍ଟରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ। ଏହାପରେ ଆପଲ ପରିଚାଳନା ବିଭାଗର ବରିଷ୍ଠ ଉପାଧ୍ୟକ୍ଷ ଶବିହ ଖାନ୍‌ ଛଟେଇ ନେଇ ନିର୍ଦ୍ଦେଶ ଜାରି କରିଥିଲେ। ଏହି ହିଂସକ ଆନ୍ଦୋଳନ ପରେ ଆପଲ କିଭଳି ଶ୍ରମିକ ବଳ ଉପରେ ନିର୍ଭରଶୀଳ ହେଉଛି ଏହାର ଦୁର୍ବଳତା ପଦାରେ ପଡ଼ିଥିଲା। ଫଳରେ କମ୍ପାନୀର ସଂରଚନାତ୍ମକ ଢାଞ୍ଚାରେ ପରିବର୍ତ୍ତନ ଆବଶ୍ୟକ ପଡ଼ିଲା। ଏଥିପାଇଁ ଆପଲ ନିଜର ରଣନୀତ ଅନୁସାରେ, ଆଇଫୋନ ଆସେମ୍ବଲି ପ୍ରକ୍ରିୟାର ବିଭିନ୍ନ ଦିଗକୁ ସ୍ୱୟଂଚାଳିତ କରିବା ପାଇଁ ନିଜର ଉଦ୍ୟମକୁ ବଢ଼ାଇ ଚାଲିଛି। ପୂର୍ବରୁ ଅଟକି ରହିଥିବା ସ୍ୱୟଂଚାଳିତ ପ୍ରକଳ୍ପଗୁଡ଼ିକୁ ପୁନଃ ଆରମ୍ଭ କରିବା ଉଦ୍ୟମ ଜାରି ରହିଛି। 

୫୦ ପ୍ରତିଶତ କର୍ମଚାରୀ ଛଟେଇ କରିବ ଆପଲ

ନୂଆଦିଲ୍ଲୀ: ସ୍ୱୟଂଚାଳିତ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଯୋଗୁ ବିଭିନ୍ନ କମ୍ପାନୀ ଛଟେଇ କରୁଛନ୍ତି। ଏବେ ଆପଲ ମଧ୍ୟ କର୍ମଚାରୀଙ୍କୁ ଚାକିରିରୁ ବିଦା କରିବାକୁ ଯାଉଛି। ଆଇଫୋନ ଫାଇନାଲ ଆସେମ୍ବଲି ସେକ୍ଟରୁ ୫୦ ପ୍ରତିଶତ କର୍ମଚାରୀ ଛଟେଇ କରିବ। ଆସନ୍ତା କିଛି ବର୍ଷରେ କମ୍ପାନୀ ଏହି ଛଟେଇ ଧାରା ଜାରି ରହିବ।  

ଏକ ରିପୋର୍ଟ ଅନୁସାରେ, କମ୍ପାନୀ ପ୍ରଡକ୍ସନ କ୍ଷେତ୍ରରେ ଶ୍ରମିକଙ୍କ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ଯାଉଛି। ଛଟେଇର ମୁଖ୍ୟ କାରଣ ହେଉଛି ୨୦୨୨ ନଭେମ୍ବର ଚୀନର ଝେଙ୍ଗଝୋରେ ଥିବା ଫକ୍ସକନ୍‌ରେ ପ୍ରାଥମିକ ପ୍ଲାଣ୍ଟରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ। ଏହାପରେ ଆପଲ ପରିଚାଳନା ବିଭାଗର ବରିଷ୍ଠ ଉପାଧ୍ୟକ୍ଷ ଶବିହ ଖାନ୍‌ ଛଟେଇ ନେଇ ନିର୍ଦ୍ଦେଶ ଜାରି କରିଥିଲେ। 

ଏହି ହିଂସକ ଆନ୍ଦୋଳନ ପରେ ଆପଲ କିଭଳି ଶ୍ରମିକ ବଳ ଉପରେ ନିର୍ଭରଶୀଳ ହେଉଛି ଏହାର ଦୁର୍ବଳତା ପଦାରେ ପଡ଼ିଥିଲା। ଫଳରେ କମ୍ପାନୀର ସଂରଚନାତ୍ମକ ଢାଞ୍ଚାରେ ପରିବର୍ତ୍ତନ ଆବଶ୍ୟକ ପଡ଼ିଲା। ଏଥିପାଇଁ ଆପଲ ନିଜର ରଣନୀତ ଅନୁସାରେ, ଆଇଫୋନ ଆସେମ୍ବଲି ପ୍ରକ୍ରିୟାର ବିଭିନ୍ନ ଦିଗକୁ ସ୍ୱୟଂଚାଳିତ କରିବା ପାଇଁ ନିଜର ଉଦ୍ୟମକୁ ବଢ଼ାଇ ଚାଲିଛି। ପୂର୍ବରୁ ଅଟକି ରହିଥିବା ସ୍ୱୟଂଚାଳିତ ପ୍ରକଳ୍ପଗୁଡ଼ିକୁ ପୁନଃ ଆରମ୍ଭ କରିବା ଉଦ୍ୟମ ଜାରି ରହିଛି।