୫୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡ଼ିଲେ କଲେଜ ଅଧ୍ୟକ୍ଷା

ଭିଜିଲାନ୍ସ ଅଧିକାରୀମାନେ ଅଧ୍ୟକ୍ଷା ବିଦ୍ୟୁତ୍‌ପ୍ରଭା ଜେନାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିଛନ୍ତି।

୫୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡ଼ିଲେ କଲେଜ ଅଧ୍ୟକ୍ଷା

୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଖୋର୍ଦ୍ଧା ଜିଲ୍ଲା କେରଙ୍ଗ କଲେଜ ଅଧ୍ୟକ୍ଷା ବିଦ୍ୟୁତପ୍ରଭା ଜେନା। ସେହି କଲେଜର ସହକାରୀ ଲାଇବ୍ରେରିଆନ ଧୀରଜ ବଡ଼ଜେନାଙ୍କ ଠାରୁ ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳେ ନିଜ ଗୁରୁଜାଙ୍ଗ ସ୍ଥିତ ବାସଭବନରେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବିଦ୍ୟୁତ୍‌ପ୍ରଭା ଜେନା।

ଭିଜିଲାନ୍ସ ଅଧିକାରୀମାନେ ଅଧ୍ୟକ୍ଷା ବିଦ୍ୟୁତ୍‌ପ୍ରଭା ଜେନାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିଛନ୍ତି। ଏହା ସହିତ ତାଙ୍କ ବାସଭବନ ଓ କଲେଜରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ। ବିଦ୍ୟୁତ୍‌ପ୍ରଭା ଜେନାଙ୍କୁ ଭିଜିଲାନ୍ସର ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟକୁ ନିଆଯାଇଛି।

ଧୀରଜଙ୍କ ପତ୍ନୀ ଦୀପ୍ତିରାଣୀଙ୍କ ଅଭିଯୋଗ କ୍ରମେ ଭିଜିଲାନ୍ସ ଜାଲ ବିଛାଇଥିଲା ଓ ଅଧ୍ୟକ୍ଷାଙ୍କୁ ଧରିଥିଲା।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।