୫୦୦ କୋଟି କ୍ଲବରେ ‘ସ୍ତ୍ରୀ ୨’
ମୁମ୍ବାଇ: ଅଭିନେତ୍ରୀ ଶ୍ରଦ୍ଧା କପୁର ଓ ଅଭିନେତା ରାଜକୁମାର ରାଓଙ୍କ ‘ସ୍ତ୍ରୀ ୨’ ଚଳଚ୍ଚିତ୍ର ଶନିବାର ସୁଦ୍ଧା ବିଶ୍ୱବ୍ୟାପୀ ୫୦୫ କୋଟିର ବ୍ୟବସାୟ କରିଛି। ଏନେଇ ରବିବାର ‘ସ୍ତ୍ରୀ ୨’ ଫିଲ୍ମର ନିର୍ମାତାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ଶନିବାର ସୁଦ୍ଧା ‘ସ୍ତ୍ରୀ ୨’ ଫିଲ୍ମ ଭାରତରେ ୪୨୬ କୋଟିର ବ୍ୟବସାୟ କରିଥିବାବେଳେ ବିଦେଶରେ ୭୮.୫ କୋଟିର ବ୍ୟବସାୟ କରିଛି। ୨୦୧୮ ମସିହାରେ ରିଲିଜ୍ ହୋଇଥିବା ସ୍ତ୍ରୀ ଚଳଚ୍ଚିତ୍ରର ଏହି ସ୍ବିକେଲ ଗତ ୧୫ ତାରିଖରେ ରିଲିଜ […] The post ୫୦୦ କୋଟି କ୍ଲବରେ ‘ସ୍ତ୍ରୀ ୨’ appeared first on Dharitri Odia News.
ମୁମ୍ବାଇ: ଅଭିନେତ୍ରୀ ଶ୍ରଦ୍ଧା କପୁର ଓ ଅଭିନେତା ରାଜକୁମାର ରାଓଙ୍କ ‘ସ୍ତ୍ରୀ ୨’ ଚଳଚ୍ଚିତ୍ର ଶନିବାର ସୁଦ୍ଧା ବିଶ୍ୱବ୍ୟାପୀ ୫୦୫ କୋଟିର ବ୍ୟବସାୟ କରିଛି। ଏନେଇ ରବିବାର ‘ସ୍ତ୍ରୀ ୨’ ଫିଲ୍ମର ନିର୍ମାତାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ଶନିବାର ସୁଦ୍ଧା ‘ସ୍ତ୍ରୀ ୨’ ଫିଲ୍ମ ଭାରତରେ ୪୨୬ କୋଟିର ବ୍ୟବସାୟ କରିଥିବାବେଳେ ବିଦେଶରେ ୭୮.୫ କୋଟିର ବ୍ୟବସାୟ କରିଛି। ୨୦୧୮ ମସିହାରେ ରିଲିଜ୍ ହୋଇଥିବା ସ୍ତ୍ରୀ ଚଳଚ୍ଚିତ୍ରର ଏହି ସ୍ବିକେଲ ଗତ ୧୫ ତାରିଖରେ ରିଲିଜ ହୋଇଥିଲା। ଅମର କୌଶିକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ପ୍ରଯୋଜନା ଦିନେଶ ଭିଜାନ ଓ ଜ୍ୟୋତି ଦେଶପାଣ୍ଡେ ଦେଇଛନ୍ତି। ନିରେନ ଭଟ୍ଟଙ୍କ ଲିଖିତ ଏହି ଫିଲ୍ମରେ ଶ୍ରଦ୍ଧା ଓ ରାଜକୁମାରଙ୍କ ବ୍ୟତୀତ ଅପାରଶକ୍ତି ଖୁରାନା, ପଙ୍କଜ ତ୍ରିପାଠୀ, ଅଭିଷେକ ବାନାର୍ଜୀ ପ୍ରମୁଖ ଅଭିନେତା ମୁଖ୍ୟ ଭୂମିକାରେ ନଜରକୁ ଆସିଛନ୍ତି।
The post ୫୦୦ କୋଟି କ୍ଲବରେ ‘ସ୍ତ୍ରୀ ୨’ appeared first on Dharitri Odia News.