୫୦୦ ମାର୍କର ପରୀକ୍ଷାରେ ଛାତ୍ରଙ୍କୁ ମିଳିଲା ୯୯୫, ରିପୋର୍ଟ କାର୍ଡ ଦେଖିଲେ ଆପଣବି ହେବେ ଆଶ୍ଚର୍ଯ୍ୟ
ପାଟନା: ବିହାରରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଅନେକ କଥା ସାମ୍ନାକୁ ଆସେ । କେତେବେଳେ ବିନା ଯୋଗ୍ୟତାରେ ଛାତ୍ରଙ୍କ ପରୀକ୍ଷା ପାସ୍ କରିବା ହେଉ, ତ’ ପୁଣି କେତେବେଳେ ପରୀକ୍ଷାରେ କପି କରିବାର ଭିନ୍ନ ଚିତ୍ର ଦେଖିବାକୁ ମିଳେ। ହେଲେ ଏବେ ପୁଣି ରାଜ୍ୟର ଏକ ଚର୍ଚ୍ଚିତ ବିଶ୍ବବିଦ୍ୟାଳୟରେ ଦେଖିବାକୁ ମିଳିଛି ଭିନ୍ନ କାରନାମା। ଯାହା ଆପଣଙ୍କୁ ବି ଆଶ୍ଚର୍ଯ୍ୟ କରିଦେବ। ପ୍ରକୃତରେ ଏଠାରେ ଜଣେ ଛାତ୍ରଙ୍କୁ ପରୀକ୍ଷାରେ ମିଳିଛି ସମୁଦାୟ ମାର୍କ ଠାରୁ ଅଧିକ ମାର୍କ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୂଚନା ଅନୁଯାୟୀ, ଛପରା ସ୍ଥିତ ଜୟ ପ୍ରକାଶ ନାରାୟଣ ବିଶ୍ବବିଦ୍ୟାଳୟର ବିକମ୍ ପାର୍ଟ-୨ର ପରୀକ୍ଷା ଫଳ ମାର୍କ୍ସ ସିଟ୍ ଜାରି ହୋଇଛି। ଏଥିରେ ଛାତ୍ରଙ୍କୁ ମିଳିଥିବା ମାର୍କ ସମୁଦାୟ ମାର୍କ ଠାରୁ ଅଧିକ। ସମୁଦାୟ ପରୀକ୍ଷାରେ ମାର୍କ ୫୦୦ ଥିବାବେଳେ ତାଙ୍କୁ ମିଳିଛି ୯୫୫ ଅଙ୍କ । ଆଉ ଛାତ୍ରଙ୍କ ଏହି ରିପୋର୍ଟ କାର୍ଡ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବିହାରର ଶିକ୍ଷକ ସଂଘ ଏହାର ଏକ୍ସ ହ୍ୟାଣ୍ଡେଲରେ ଏହି ରିପୋର୍ଟକୁ ସେୟାର କରିଛି। ଏହି ରିପୋର୍ଟ କାର୍ଡ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।ଲୋକେ ଏହି ରିପୋର୍ଟ କାର୍ଡ ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ଅନେକ ଲୋକ ନିଜ ପ୍ରତିକ୍ରିୟା ରଖିଛନ୍ତି। ଜଣେ ୟୁଜର ଲେଖିଛନ୍ତି ‘ବିନା ମଦରେ ଏତେ ନିଶା।ସେହିଭଳି ଆଉ ଜଣେ ୟୁଜର ଲେଖିଛନ୍ତି ‘ବିଶ୍ବବିଦ୍ୟାଳୟ ଚମତ୍କାର କରିଛନ
ପାଟନା: ବିହାରରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଅନେକ କଥା ସାମ୍ନାକୁ ଆସେ । କେତେବେଳେ ବିନା ଯୋଗ୍ୟତାରେ ଛାତ୍ରଙ୍କ ପରୀକ୍ଷା ପାସ୍ କରିବା ହେଉ, ତ’ ପୁଣି କେତେବେଳେ ପରୀକ୍ଷାରେ କପି କରିବାର ଭିନ୍ନ ଚିତ୍ର ଦେଖିବାକୁ ମିଳେ। ହେଲେ ଏବେ ପୁଣି ରାଜ୍ୟର ଏକ ଚର୍ଚ୍ଚିତ ବିଶ୍ବବିଦ୍ୟାଳୟରେ ଦେଖିବାକୁ ମିଳିଛି ଭିନ୍ନ କାରନାମା। ଯାହା ଆପଣଙ୍କୁ ବି ଆଶ୍ଚର୍ଯ୍ୟ କରିଦେବ।
ପ୍ରକୃତରେ ଏଠାରେ ଜଣେ ଛାତ୍ରଙ୍କୁ ପରୀକ୍ଷାରେ ମିଳିଛି ସମୁଦାୟ ମାର୍କ ଠାରୁ ଅଧିକ ମାର୍କ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୂଚନା ଅନୁଯାୟୀ, ଛପରା ସ୍ଥିତ ଜୟ ପ୍ରକାଶ ନାରାୟଣ ବିଶ୍ବବିଦ୍ୟାଳୟର ବିକମ୍ ପାର୍ଟ-୨ର ପରୀକ୍ଷା ଫଳ ମାର୍କ୍ସ ସିଟ୍ ଜାରି ହୋଇଛି। ଏଥିରେ ଛାତ୍ରଙ୍କୁ ମିଳିଥିବା ମାର୍କ ସମୁଦାୟ ମାର୍କ ଠାରୁ ଅଧିକ। ସମୁଦାୟ ପରୀକ୍ଷାରେ ମାର୍କ ୫୦୦ ଥିବାବେଳେ ତାଙ୍କୁ ମିଳିଛି ୯୫୫ ଅଙ୍କ । ଆଉ ଛାତ୍ରଙ୍କ ଏହି ରିପୋର୍ଟ କାର୍ଡ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବିହାରର ଶିକ୍ଷକ ସଂଘ ଏହାର ଏକ୍ସ ହ୍ୟାଣ୍ଡେଲରେ ଏହି ରିପୋର୍ଟକୁ ସେୟାର କରିଛି। ଏହି ରିପୋର୍ଟ କାର୍ଡ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଲୋକେ ଏହି ରିପୋର୍ଟ କାର୍ଡ ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ଅନେକ ଲୋକ ନିଜ ପ୍ରତିକ୍ରିୟା ରଖିଛନ୍ତି। ଜଣେ ୟୁଜର ଲେଖିଛନ୍ତି ‘ବିନା ମଦରେ ଏତେ ନିଶା।ସେହିଭଳି ଆଉ ଜଣେ ୟୁଜର ଲେଖିଛନ୍ତି ‘ବିଶ୍ବବିଦ୍ୟାଳୟ ଚମତ୍କାର କରିଛନ୍ତି।’’