୫୧ ଲକ୍ଷ ନଗଦ ଟଙ୍କା ଓ ଅଳଙ୍କାର ଚୋରି ଘଟଣାରେ ପୁଲିସ୍‌କୁ ବାନ୍ଧିଲା ପୁଲିସ୍‌

ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ୍‌ର ମାଲଖାନାରେ ଖୁର୍ଶିଦ ଦୀର୍ଘ ଦିନ ହେଲା ନିଯୁକ୍ତି ପାଇଥିଲେ। ଏଠାରେ ସ୍ପେଶାଲ ଜବତ କରୁଥିବା ସୁନା ଅଳଙ୍କାର ଓ ନଗଦ ଟଙ୍କା ଗଚ୍ଛିତ ହୋଇ ରହିଥାଏ।

୫୧ ଲକ୍ଷ ନଗଦ ଟଙ୍କା ଓ ଅଳଙ୍କାର ଚୋରି ଘଟଣାରେ ପୁଲିସ୍‌କୁ ବାନ୍ଧିଲା ପୁଲିସ୍‌

ପୁଲିସ୍‌କୁ ବାନ୍ଧିଲା ପୁଲିସ୍‌। ଚୋରି ଘଟଣାରେ ଗିରଫ ହୋଇଛନ୍ତି ଜଣେ ହେଡ୍‌ କନଷ୍ଟେବଲ। ୫୧ ଲକ୍ଷ ନଗଦ ଟଙ୍କା ଓ ମୂଲ୍ୟବାନ ଅଳଙ୍କାର ଚୋରି ଘଟଣାରେ ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ୍‌ ହେଡ୍‌ କନଷ୍ଟେବଲ ଖୁର୍ଶିଦଙ୍କୁ ଗିରଫ କରିଛି। ଲୋଧି ରୋଡରେ ଥିବା ପୁଲିସ୍‌ର ମାଲଖାନାରୁ ହେଡ୍‌ କନଷ୍ଟେବଲ ଖୁର୍ଶିଦ ଏପରି ଚୋରି କରିଥିଲେ।

ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ୍‌ର ମାଲଖାନାରେ ଖୁର୍ଶିଦ ଦୀର୍ଘ ଦିନ ହେଲା ନିଯୁକ୍ତି ପାଇଥିଲେ। ଏଠାରେ ସ୍ପେଶାଲ ଜବତ କରୁଥିବା ସୁନା ଅଳଙ୍କାର ଓ ନଗଦ ଟଙ୍କା ଗଚ୍ଛିତ ହୋଇ ରହିଥାଏ। ନିକଟରେ ଖୁର୍ଶିଦଙ୍କ ବଦଳି ପୂର୍ବ ଦିଲ୍ଲୀକୁ ହୋଇ ଯାଇଥିଲା। ବଦଳି ହୋଇ ଯାଇଥିବାରୁ ଶୁକ୍ରବାର ରାତିରେ ସେ ମାଲଖାନାରୁ ୫୧ ଲକ୍ଷ ନଗଦ ଟଙ୍କା ଓ ଅଳଙ୍କାର ଚୋରି କରିଥିଲେ।

ଚୋରି ସମ୍ପର୍କରେ ମାଲଖାନା ଇନ ଚାର୍ଜ ଜାଣି ନେଇଥିଲେ। ଏହାପରେ ସିସିଟିଭି ଯାଞ୍ଚ ହୋଇଥିଲା। ଏହି ସମୟରେ ଖୁର୍ଶିଦ ଚୋରିରେ ସାମିଲ ଥିବା ଜଣାପଡ଼ିଥିଲା। ଏହାପରେ ସ୍ପେଶାଲ ସେଲ ତାଙ୍କୁ ଶନିବାର ଗିରଫ କରିଛି। ତାଙ୍କ ଠାରୁ ଚୋରି ହୋଇଥିବା ଟଙ୍କା ଓ ଅଳଙ୍କାରକୁ ଜବତ କରାଯାଇଛି।

ଅନ୍ୟପକ୍ଷରେ ଦିଲ୍ଲୀ ପୁଲିସ୍‌ କ୍ରାଇମ ବ୍ରାଞ୍ଚର ଆଣ୍ଟି ନାର୍କୋଟିକ୍ସ ଟାସ୍କ ଫୋର୍ସ ତିଲକ ନଗରର ପୁରୁଣା ମହାବୀର ନଗରରେ ରବିବାର ରେଡ କରିଥିଲା। ଏହି ସମୟରେ ବ୍ୟାନ ହୋଇଥିବା ନିଶା ଦ୍ରବ୍ୟ ସହ ନାଇଜେରିଆର ଡାଭିଡ ଲାନ୍ନେ ନାମକ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି। ତା’ ନିକଟରୁ ୨୮୨ ଗ୍ରାମର କୋକେନ ଜବତ ହୋଇଛି। ନିର୍ଦ୍ଦିଷ୍ଟ ଗୁଇନ୍ଦା ତଥ୍ୟ ଓ ସର୍ଭେଲାନ୍ସ ବଳରେ ଏପରି ରେଡ ହୋଇଥିଲା।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସନ୍ଦିଗ୍ଧ ଜଣକ ଗୋଟିଏ ବ୍ୟାଗ ଧରି ଯାଉଥିଲା। ଉକ୍ତ ବ୍ୟାଗରୁ ହଳଦିଆ ରଙ୍ଗର କିଛି ପାଉଡର ଜବତ କରାଯାଇଥିଲା। ଫରେନ୍ସିକ ସାଇନ୍ସ ଲ୍ୟାବରେ ଏହାକୁ ପରୀକ୍ଷା କରାଯିବାରୁ ସେଗୁଡ଼ିକ କୋକେନ ବୋଲି ସ୍ପଷ୍ଟ ହୋଇଛି। ଏହି ଘଟଣାରେ ଡାଭିଡ ନାମକ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି।