୫୫ ଖିଲାପକାରୀଙ୍କ ଉପରେ ୨୯.୫୦ କୋଟି ବକେୟା

ଭୁବନେଶ୍ବର, ୧୫ା୩(ବନ୍ଦନା ସେଠୀ): ଏବର୍ଷ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ର ରାଜସ୍ବ ଆଦାୟ ଅତି ନଗଣ୍ୟ ରହିବ। ଆର୍ଥତ୍କ ବର୍ଷ ପୂରିବାକୁ ଆଉ ମାତ୍ର ୧୫ଦିନ ଥିବାବେଳେ ଏବେସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟର ୬୦% ରାଜସ୍ବ ଆଦାୟ ହୋଇପାରିନାହିଁ। ଗୋଟିଏ ପଟେ ଟ୍ୟାକ୍ସ କଲେକ୍ଟର ତଥା ୱାର୍ଡ ଅଫିସରଙ୍କୁ ଟାର୍ଗେଟ ପୂରଣ କରିବାକୁ ପରୱାନା ଜାରି ହୋଇଥିବାବେଳେ ସରକାରୀ କାର୍ଯ୍ୟକ୍ରମ ଚଳାଇବା ସହ ଏବେ ସେମାନଙ୍କୁ ନିର୍ବାଚନ ଲାଗି ପ୍ରସ୍ତୁତ କରାଯାଉଛି। ଏହି ସ୍ଥିତିରେ ଲୋକେ ମଧ୍ୟ ଟିକସ […] The post ୫୫ ଖିଲାପକାରୀଙ୍କ ଉପରେ ୨୯.୫୦ କୋଟି ବକେୟା appeared first on Dharitri Odia News.

୫୫ ଖିଲାପକାରୀଙ୍କ ଉପରେ ୨୯.୫୦ କୋଟି ବକେୟା

ଭୁବନେଶ୍ବର, ୧୫ା୩(ବନ୍ଦନା ସେଠୀ): ଏବର୍ଷ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ର ରାଜସ୍ବ ଆଦାୟ ଅତି ନଗଣ୍ୟ ରହିବ। ଆର୍ଥତ୍କ ବର୍ଷ ପୂରିବାକୁ ଆଉ ମାତ୍ର ୧୫ଦିନ ଥିବାବେଳେ ଏବେସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟର ୬୦% ରାଜସ୍ବ ଆଦାୟ ହୋଇପାରିନାହିଁ। ଗୋଟିଏ ପଟେ ଟ୍ୟାକ୍ସ କଲେକ୍ଟର ତଥା ୱାର୍ଡ ଅଫିସରଙ୍କୁ ଟାର୍ଗେଟ ପୂରଣ କରିବାକୁ ପରୱାନା ଜାରି ହୋଇଥିବାବେଳେ ସରକାରୀ କାର୍ଯ୍ୟକ୍ରମ ଚଳାଇବା ସହ ଏବେ ସେମାନଙ୍କୁ ନିର୍ବାଚନ ଲାଗି ପ୍ରସ୍ତୁତ କରାଯାଉଛି। ଏହି ସ୍ଥିତିରେ ଲୋକେ ମଧ୍ୟ ଟିକସ ବା ରାଜସ୍ବ ଦେବାରେ କୁନ୍ଥକୁନ୍ଥ ହେଉଛନ୍ତି।
ବିଶେଷକରି ୩ ଜୋନ୍‌ର କେବଳ ୫୫ ବଡ଼ବଡ଼ିଆ ଖିଲାପକାରୀଙ୍କ ଉପରେ ୨୯.୫୦ କୋଟି ଟଙ୍କାର ହୋଲ୍ଡିଂ ଟିକସ ବକେୟା ପଡ଼ି ରହିଛି। ଗୁରୁବାର ବିଏମ୍‌ସି ଏମାନଙ୍କ ତାଲିକା ନିଜ ଓ୍ବେବ୍‌ସାଇଟ୍‌ରେ ପ୍ରକାଶ କରିବା ସହ ଏହି ତଥ୍ୟ ଦେଇଛି। ଖିଲାପକାରୀଙ୍କ ତାଲିକାରେ କେତେକ ବ୍ୟବସାୟିକ ପ୍ରତିଷ୍ଠାନ, ବିଲ୍ଡର, ଘରୋଇ ସ୍କୁଲ-କଲେଜ ଓ ଘରୋଇ କମ୍ପାନୀଙ୍କ ନାମ ରହିଛି।
ଚଳିତ ଆର୍ଥିକ ବର୍ଷରେ ବିଏମ୍‌ସିର ୩ ଜୋନ୍‌ରେ ୭,୬୪,୪୨,୬୫୧.୧୭ ଟଙ୍କାର ହୋଲ୍ଡିଂ ଟିକସ ବକେୟା ରହିଛି।
ଉତ୍ତର ଜୋନ୍‌ରେ ୧୬ ହୋଲ୍ଡିଂ ଟିକସ ଖିଲାପକାରୀଙ୍କ ଉପରେ ୮୬ଲକ୍ଷ ୯୫ ହଜାର ୧୯୯ ଟଙ୍କା ୮୬ ପଇସା, ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ସର୍ବାଧିକ ୨୯ଜଣ ଖିଲାପକାରୀ ଥିବାବେଳେ ଏଠାରେ ୭ କୋଟି ୩୧ ଲକ୍ଷ ୯୨ ହଜାର ୩୭୮ଟଙ୍କା ୦୯ ପଇସା ଏବଂ ଦକ୍ଷିଣ-ପୂର୍ବ ଜୋନ୍‌ରେ ୧୦ ଖିଲାପକାରୀଙ୍କ ଉପରେ ୩୧ ଲକ୍ଷ ୮୧ ହଜାର ୭୩ ଟଙ୍କା ୨୨ ପଇସା ହୋଲ୍ଡିଂ ବାକି ପଡ଼ିଛି। ପୂର୍ବରୁ ମଧ୍ୟ ଏହି ଖିଲାପକାରୀ ମୋଟ ୨୦ କୋଟି ୯୯ ଲକ୍ଷ ୭୨ ହଜାର ୯୯୨ଟଙ୍କା ୩୩ ପଇସା ହୋଲ୍ଡିଂ ଟିକସ ବକେୟା ଭାବେ ପକାଇ ରଖିଛନ୍ତି। ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ପୂର୍ବରୁ ଏହି ଖିଲାପକାରୀମାନେ ୧୫,୧୫,୦୬,୯୫୫.୨ ଟଙ୍କାର ହୋଲ୍ଡିଂ ବକେୟା ପକାଇ ରଖିଥିବାବେଳେ ଉତ୍ତର ଜୋନ୍‌ରେ ୩,୭୨,୭୮,୮୧୧.୨୬ ଟଙ୍କା ଏବଂ ଦକ୍ଷିଣ-ପୂର୍ବ ଜୋନ୍‌ରେ ସର୍ବନିମ୍ନ ୨,୧୧,୮୭,୨୨୫.୮୭ ଟଙ୍କାର ହୋଲ୍ଡିଂ ପଡ଼ି ରହିଥିବା ବିଏମ୍‌ସି ତଥ୍ୟରୁ ସୂଚନା ମିଳିଛି। ଚଳିତ ଓ ପୂର୍ବ ଆର୍ଥିକବର୍ଷର ବକେୟାକୁ ମିଶାଇଲେ ବିଏମ୍‌ସି ଏହି ୫୫ଜଣ ଖିଲାପୀଙ୍କଠାରୁ ୨୯,୫୦,୪୧,୬୪୩.୫୧ ଟଙ୍କାର ବକେୟା ରାଜସ୍ବ ପାଇବ। ଦକ୍ଷିଣ-ପଶ୍ଚିମ ଜୋନ୍‌ର ଖିଲାପୀଙ୍କଠାରୁ ବିଏମ୍‌ସି ୨୨,୪୬,୯୯,୩୩୩.୩ ଟଙ୍କା ପାଇବାକୁ ଥିବାବେଳେ ଉତ୍ତରରୁ ୪,୫୯,୭୪,୦୧୧.୧୨ ଟଙ୍କା ଓ ଦକ୍ଷିଣ-ପୂର୍ବରୁ ୨,୪୩,୬୮,୨୯୯.୦୯ ଟଙ୍କା ବକେୟା ହୋଲ୍ଡିଂ ଟିକସ ବାବଦକୁ ପାଇବ। ମାତ୍ର ଖିଲାପୀମାନେ ବିଭିନ୍ନ ଆଳ ଦେଖାଇ ଏହି ଟିକସ ପୈଠ କରୁ ନ ଥିବାରୁ ବିଏମସି ତାର ରାଜସ୍ବ ହରାଉଛି।
ସୂଚନାଯୋଗ୍ୟ, ପୂର୍ବବର୍ଷ ୭୦ କୋଟିର ହୋଲ୍ଡିଂ ଟିକସ ଆଦାୟ ହୋଇଥିବାବେଳେ ଚଳିତବର୍ଷ ଏ ବାବଦକୁ ୧୧୫ କୋଟି ଆଦାୟ କରିବାକୁ ଲକ୍ଷ୍ୟ ରଖିଛି। ହେଲେ ଏଯାବତ୍‌ ଲକ୍ଷ୍ୟର ୫୦ ପ୍ରତିଶତ ପୂରଣ ହୋଇପାରି ନ ଥିବାରୁ ଚିନ୍ତା ବଢ଼ିଛି। ରାଜସ୍ବ ଆଦାୟରେ ପ୍ରମୁଖ ଭୂମିକା ନେଉଥିବା ୱାର୍ଡ ଅଫିସରଙ୍କ ଅଚାନକ ବଦଳି, ୱାର୍ଡରେ ଅର୍ପଣ ରଥ ପରିଚାଳନା, ବରିଷ୍ଠ ନାଗରିକଙ୍କୁ ଭତ୍ତା ବଣ୍ଟା, ପରିକ୍ରମା ପ୍ରକଳ୍ପ ପରି ବହୁ କାର୍ଯ୍ୟ ଅତିରିକ୍ତ ଭାବେ କରୁଛନ୍ତି। ଅଧିକାରୀମାନେ ମାତ୍ରାଧିକ ଚାପରେ ରହୁଥିବାରୁ ରାଜସ୍ବ ଆଦାୟ ପ୍ରଭାବିତ ହୋଇଥିବା କୁହାଯାଉଛି।

The post ୫୫ ଖିଲାପକାରୀଙ୍କ ଉପରେ ୨୯.୫୦ କୋଟି ବକେୟା appeared first on Dharitri Odia News.