୫୫ତମ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ, ବୀର ସଭରକର ପ୍ରଥମ ସିନେମା ଭାବେ ପ୍ରଦର୍ଶିତ ହେବ
ଭୁବନେଶ୍ୱର : ୫୫ତମ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବାକୁ ଥିବା ସିନେମା ତାଲିକା ଜାରି । ଇଣ୍ଡିଆନ ପାନୋରାମାର ଫିଚର ଫିଲ୍ମ ବିଭାଗରେ ସ୍ବତନ୍ତ୍ର ବୀର ସଭରକର ପ୍ରଥମ ସିନେମା ଭାବେ ପ୍ରଦର୍ଶିତ ହେବ । ଇଫିରେ ୨୫ଟି ଫିଚର ଫିଲ୍ମ ଓ ୨୦ଟି ନନ ଫିଚର ଫିଲ୍ମ ପ୍ରଦର୍ଶିତ ହେବ । ୩୮୪ଟି ସମସାମୟିକ ଭାରତୀୟ ସିନେମା ମଧ୍ୟରୁ ଏହାକୁ ମନୋନୟନ କରାଯାଇଛି । ଜୁରୀଙ୍କ ପସନ୍ଦ ଭାବେ ରଣଦୀପ ହୁଡ୍ଡାଙ୍କ ନିର୍ଦ୍ଦେଶିତ ହିନ୍ଦୀ […] The post ୫୫ତମ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ, ବୀର ସଭରକର ପ୍ରଥମ ସିନେମା ଭାବେ ପ୍ରଦର୍ଶିତ ହେବ appeared first on KNews Odisha.

ଭୁବନେଶ୍ୱର : ୫୫ତମ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବାକୁ ଥିବା ସିନେମା ତାଲିକା ଜାରି । ଇଣ୍ଡିଆନ ପାନୋରାମାର ଫିଚର ଫିଲ୍ମ ବିଭାଗରେ ସ୍ବତନ୍ତ୍ର ବୀର ସଭରକର ପ୍ରଥମ ସିନେମା ଭାବେ ପ୍ରଦର୍ଶିତ ହେବ । ଇଫିରେ ୨୫ଟି ଫିଚର ଫିଲ୍ମ ଓ ୨୦ଟି ନନ ଫିଚର ଫିଲ୍ମ ପ୍ରଦର୍ଶିତ ହେବ । ୩୮୪ଟି ସମସାମୟିକ ଭାରତୀୟ ସିନେମା ମଧ୍ୟରୁ ଏହାକୁ ମନୋନୟନ କରାଯାଇଛି ।
ଜୁରୀଙ୍କ ପସନ୍ଦ ଭାବେ ରଣଦୀପ ହୁଡ୍ଡାଙ୍କ ନିର୍ଦ୍ଦେଶିତ ହିନ୍ଦୀ ଫିଚର ଫିଲ୍ମ ସ୍ବତନ୍ତ୍ର ବୀର ସଭରକର ପ୍ରଥମେ ପ୍ରଦର୍ଶିତ ହେବ । ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ, ଅଭିନେତା ଓ ସ୍କ୍ରିନ ରାଇଟର ଡ. ଚନ୍ଦ୍ର ପ୍ରକାଶ ଦ୍ବିବେଦୀଙ୍କ ଅଧ୍ୟକ୍ଷତାରେ ଗଠିତ ଜୁରୀରେ ଫିଲ୍ମ ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ଅନ୍ୟତମ ସଦସ୍ୟ ରହିଥିଲେ । ନନ ଫିଚର ଫିଲ୍ମ ବିଭାଗରେ ସୁବାସ ସାହୁଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ମୋ ବୋଉ ମୋ ଗାଁ ପ୍ରଦର୍ଶିତ ହେବ । ନଭେମ୍ବର ୨୦ରୁ ୨୮ ତାରିଖ ଯାଏ ଗୋଆର ପାଣାଜୀରେ ୫୫ତମ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ ହେବ ।
The post ୫୫ତମ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ, ବୀର ସଭରକର ପ୍ରଥମ ସିନେମା ଭାବେ ପ୍ରଦର୍ଶିତ ହେବ appeared first on KNews Odisha.